ଅଙ୍ଗନୱାଡିରେ ତାଲା ପକାଇ ଆନେ୍ଦାଳନ

୬ ମାସ ହେଲା ପିଲାଙ୍କୁ ମିଳୁନି ଅଣ୍ଡା, ଛତୁଆ
ରାଜକନିକା (ଆପ୍ର): ଆଜିର ଶିଶୁ କାଲିର ଭବିଷ୍ୟତ, ଏଥିଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି ଉନ୍ନତ ମାନର କରିବା ସହ ସ୍ମାର୍ଟ ଅଙ୍ଗନୱାଡି କେନ୍ଦ୍ର ସହ ଖାଦ୍ୟ ରୋଷେଇ କରି ଶିଶୁଙ୍କୁ ଦେବା ଲାଗି ନିର୍ଦେଶ ରହିଛି । ଏହା ସହ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି ସରକାର । ରାଜକନିକା ବ୍ଲକ୍‌ କାଳିସୀପଡା ଅଙ୍ଗନୱାଡି କେନ୍ଦ୍ରକୁ ପାଠ ପଢିବାକୁ ଆସିଥାନ୍ତି ପିମ୍ପୁଡି ୧୧ ନଂ ୱାର୍ଡ ଓ କାଳିସୀପଡା ୧୨ ନଂ ୱାର୍ଡର କୁନିକୁନି ପିଲା । ହେଲେ ଏହି କେନ୍ଦ୍ର ଦାୟିତ୍ୱରେ ଥିବା ଦିଦି ପିଲାମାନଙ୍କୁ ଡାକନ୍ତି ନାହିଁ କି ଛଅ ମାସ ହେବ ରୋଷଇ କରୁନାହାନ୍ତି କି ଅଣ୍ଡା ବଣ୍ଟନ କରିନାହାନ୍ତି । ଗର୍ଭବତୀ ମହିଳା ଓ ଶିଶୁଙ୍କ ଲାଗି ଆସୁଥିବା ପୁଷ୍ଟିକର ଛତୁଆ ମଧ୍ୟ ଦେଇ ନ ଥିବାରୁ ଅଭିଭାବକ ମାନେ ଅସନ୍ତୋଷ ପ୍ରକଟ କରିଛନ୍ତି । ଏ ବିଷୟରେ ପଚାରିଲେ ସେମାନଙ୍କୁ ଦିଦି ଗାଳି ଗୁଲଜ କରନ୍ତି । ସେହିପରି ଅଫିସ ସାମଗ୍ରୀ କିଣିବା ଲାଗି ଆସିଥିବା ଟଙ୍କାକୁ ଜାଲ୍‌ ଦସ୍ତଖତ କରି ହଡ଼ପ କରି ନେଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।
ବାରମ୍ବାର ଏ ସମ୍ପର୍କ ରେ ସିଡିପିଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି କିଛି ସମସ୍ୟାର ସମାଧାନ ହୋଇ ନ ଥିଲା । ବରଂ ସିଡିପିଓ ନିଜେ କାଳିସୀପଡା ଅଙ୍ଗନୱାଡି ସେଣ୍ଟରକୁ ଯାଇଥିଲେ ହେଲେ ସେଠାରେ ଅଭିଭାବକଙ୍କ ଅଭିଯୋଗ ଶୁଣିବା ବଦଳରେ ଲୋକମଙ୍କୁ ଓଲଟା ପ୍ରଶ୍ନ କରି ଥିଲେ । ଯାହା ଫଳରେ ସମସ୍ୟା ସମାଧାନ ନ ହେବାରୁ ଗୁରୁବାର ଅଙ୍ଗନୱାଡି ସେଣ୍ଟରେ ତାଲା ପକାଇଥିଲେ । ଜଣେ ସରକାରୀ କର୍ମ·ରୀଙ୍କ ଏଭଳି ବ୍ୟବହାରକୁ ନିନ୍ଦା କରିଛନ୍ତି ଗ୍ରାମବାସୀ । ରଶ୍ମିତା ନାୟକ, ପୂଜାରାଣୀ ଦାସ, ସରୋଜିନୀ ମଲିକ, ମାଳତୀ ନାୟକ, ସୁରତି ବେହେରା, ମହିମା ନାୟକ, ରଙ୍ଗଲତା ବିଶ୍ୱାଳ, କଳ୍ପତରୁ ଦାସ ଦାବି କରିଛନ୍ତି ଯେ, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏ ସମ୍ପର୍କରେ ସୁପରଭାଇଜର୍‌ ବାସନ୍ତୀ ନାୟକ ସଫେଇ ଦେଇ କହିଛନ୍ତି ଏ ବିଷୟରେ କିଛି କହିପାରିବି ନାହିଁ ଗାଁ ଲୋକ ମାନେ କହିବେ । ଏ ସମ୍ପର୍କରେ ଡିଏସଡବ୍ଲୁଓଙ୍କୁ ପ·ରିବାରୁ ସେ କହିଛନ୍ତି ଯେ, ସିଡିପିଓଙ୍କୁ ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଆଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *