ରିଫାଇନାରୀ ମୁଖ୍ୟ ଫାଟକ ଆଗରେ କଳାପତାକା ପ୍ରଦର୍ଶନ

୮ ଦଫା ଦାବିରେ ଶ୍ରମିକ ସଂଘର ବିକ୍ଷୋଭ
ପାରାଦୀପ (ଆପ୍ର): ୮ ଦଫା ଦାବି ଭିତ୍ତିରେ ପାରାଦୀପ ରିଫାଇନାରୀ ମୁଖ୍ୟ ଫାଟକ ସମ୍ମୁଖରେ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘ ପକ୍ଷରୁ ବିକ୍ଷୋଭ ସହ କଳାପତାକା ପ୍ରଦର୍ଶନ କରାଯାଇଛି । ହଜାର ହଜାର ଶ୍ରମିକ ହାତରେ କଳାପତାକା ଓ ମୁଣ୍ଡରେ କଳାପଟି ବାନ୍ଧି ରିଫାଇନାରୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ନାରାବାଜି କରିଛନ୍ତି । ଗତ ଦୁଇବର୍ଷ ତଳେ ଶ୍ରମିକ ସଂଗଠନ ପକ୍ଷରୁ ରିଫାଇନାରୀ କର୍ତ୍ତୃପକ୍ଷଙ୍କ ନିକଟରେ ହୋଇଥିବା ଚୁକ୍ତିନାମାର ଅବଧି ଛ’ମାସ ହେବ ପୂରଣ ହୋଇଯାଇଥିଲେ ମଧ୍ୟ ନୂତନ ଚୁକ୍ତିନାମା କରିବାକୁ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇଚାଲିଛନ୍ତି ।
ଶ୍ରମିକମାନଙ୍କୁ ର୍ନିଦ୍ଧିଷ୍ଟ ସମୟରେ ଦରମା ପ୍ରଦାନରେ ବିଳମ୍ବ, ଶ୍ରମିକମାନଙ୍କ ଗେଟ୍ ପାସ୍ ବନ୍ଦ କରିବା, ସେମାନଙ୍କ ସ୍ଥାନରେ ନୂତନ ଶ୍ରମିକଙ୍କୁ ନିଯୁକ୍ତି, କ୍ୟାଣ୍ଟିନ ସୁବିଧା, ଗାଡି ପାର୍କିଂ ସହିତ ବିଭିନ୍ନ ସମସ୍ୟାକୁ ଭିତ୍ତି କରି ଏହି ଧାରଣା ଦିଆଯାଇଛି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କର୍ତ୍ତୃପକ୍ଷ ଶ୍ରମିକଙ୍କ ଦାବି ପୂରଣ କରିବାରେ ଯଦି ବିଳମ୍ବ କରାଯାଏ, ତେବେ ଆଗାମୀ ଦିନରେ ଶ୍ରମିକ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ସଂଘର ସାଧାରଣ ସମ୍ପାଦକ ସମୀର ବିଶ୍ୱାଳ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *