୨୧ ଜଜ୍ଙ୍କ ପଦୋନ୍ନତି ପାଇଁ ସୁପାରିସ୍
ନୂଆଦିଲ୍ଲୀ (ଏଜେନ୍ସି): ଭାରତର ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ଏନ୍.ଭି. ରମଣାଙ୍କ ନେତୃତ୍ୱରେ ଉଚ୍ଚତମ ନ୍ୟାୟାଳୟର କଲେଜିୟମ୍ ୨୧ ନ୍ୟାୟିକ ଅଧିକାରୀଙ୍କୁ ବିଭିନ୍ନ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ପଦୋନ୍ନତି ପାଇଁ ସୁପାରିସ୍ କରିଛନ୍ତି । କଲେଜିୟମ୍ ୭ ନ୍ୟାୟିକ ଅଧିକାରୀଙ୍କୁ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ପଦୋନ୍ନତି କରିବା ପ୍ରସ୍ତାବକୁ ବୁଧବାର ସୁପାରିଶ୍ କରିଛନ୍ତି । କଲେଜିୟମ୍ରେ ମୁଖ୍ୟ ବିଚାରପତି ରମଣଙ୍କ ବ୍ୟତୀତ ନ୍ୟାୟମୂର୍ତ୍ତି ଉଦୟ ଉମେଶ ଲଳିତ ଏବଂ ନ୍ୟାୟମୂର୍ତ୍ତି ଏ.ଏନ୍. ଖାନ୍ବିଲକର୍ ମଧ୍ୟ ସାମିଲ୍ ଥିଲେ । ଯେଉଁ ବିଚାରପତିମାନଙ୍କ ପଦୋନ୍ନତି ପାଇଁ ସୁପାରିଶ୍ କରାଯାଇଛି ସେମାନଙ୍କ ମଧ୍ୟରେ ଏ. ଭେଙ୍କଟ ରବିନ୍ଦ୍ର ବାବୁ, ବି. ରାଧାକୃଷ୍ଣନ୍ କୃପା ସାଗର, ଶ୍ୟାମସୁନ୍ଦର ଭଣ୍ଡାରେ, ଶ୍ରୀ ଶ୍ରୀନିବାସ ବୁଟୁକୁରୁ, ବୋପନ୍ନା ବରାହ ଲକ୍ଷ୍ମୀ ନରସିହ୍ନା ଚକ୍ରବର୍ତ୍ତୀ, ଟି. ମଲ୍ଲିକାର୍ଜୁନ ରାଓ ଏବଂ ଦୁପ୍ପଲା ଭେଙ୍କଟ ରମଣ ସାମିଲ୍ ଅଛନ୍ତି ।
ତେବେ କଲେଜିୟମ୍ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ପାଇଁ ଯେଉଁ ୯ ଜଣ ନ୍ୟାୟିକ ଅଧିକାରୀଙ୍କୁ ପଦୋନ୍ନତି ପାଇଁ ସୁପାରିଶ୍ କରାଯାଇଛି, ସେମାନେ ହେଲେ- ରେଣୁ ଅଗ୍ରୱାଲ୍, ମହମ୍ମଦ ଅଜହର ହୁସୈନ ଇଦାରିଶୀ, ରାମ ମନୋହର ନାରାୟଣ ମିଶ୍ରା, ଜ୍ୟୋତ୍ସା ଶର୍ମା, ମୟଙ୍କ କୁମାର ଜୈନ, ଶିବଶଙ୍କର ପ୍ରସାଦ, ଗଜେନ୍ଦ୍ର କୁମାର, ସୁରେନ୍ଦ୍ର ସିଂହ ପ୍ରଥମା ଏବଂ ନଳୀନ କୁମାର ଶ୍ରୀବାସ୍ତବ ।
କଲେଜିୟମ୍ ପକ୍ଷରୁ ୧୯ ଜୁଲାଇରେ ଆୟୋଜିତ ବୈଠକରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟ ପାଇଁ ୫ ବିଚାରପତିଙ୍କୁ ପଦୋନ୍ନତି ନିମନ୍ତେ ସୁପାରିଶ୍ କରାଯାଇଥିଲା । ଏଥିରେ ଅନିଲ ଭୀମସେନ କଟ୍ଟୀ, ଗୁରୁସିଦ୍ଧିୟା ବସବରାଜା, ଚନ୍ଦ୍ରଶେଖର ମୃତୁ୍ୟଞ୍ଜୟ ଯୋଶୀ, ଉମେଶ ମଞ୍ଜୁନାଥଭଟ ଅଡିଗ୍ ଏବଂ ତଲକଡ଼ ଗିରିଗୌଡ଼ା, ଶିବଶଙ୍କର ଗୌଡ଼ାଙ୍କୁ ପଦୋନ୍ନତି ଦିଆଯାଇଛି ।