ହିଟ୍ ୱେଭ୍: ୭ ଦେଶ ବେହାଲ୍, ୧୭ଠଠ ମୃତ

ଲଣ୍ଡନ/ପ୍ୟାରିସ୍/ଲିସ୍ବନ୍ (ଏଜେନ୍ସି): ୟୁରୋପ ସମେତ ବିଶ୍ୱର ୭ ଦେଶରେ ଏବେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବି୍ରଟେନ୍ ଇତିହାସରେ ପ୍ରଥମ ଥର ପାଇଁ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିନେଇଛି । ଏହା ପୂର୍ବରୁ ଶେଷ ଥର ପାଇଁ ସବୁଠୁ ଅଧିକ ତାପମାତ୍ର ୩୯.୧ ଡିଗ୍ରୀ ୨୦୧୯ରେ ରେକର୍ଡ କରାଯାଇଥିଲା । ରିପୋର୍ଟ ଅନୁସାରେ, ଫ୍ରାନ୍ସ, ଇଟାଲୀ, ପର୍ତ୍ତୃଗାଲ, ବି୍ରଟେନ୍, ସ୍ପେନ୍ ଏବଂ ଗ୍ରୀସ୍ରେ ଲଗାତାର ଉତ୍ତାପ ବଢ଼ିଚାଲିଛି । ହିଟ୍ୱେଭ୍ ଯୋଗୁ ଜଙ୍ଗଲରେ ନିଆଁ ଜଳିବା ସମସ୍ୟା ମଧ୍ୟ ବଢୁଥିବା ଯୋଗୁ ତାପମାତ୍ରା ବଢ଼ିଚାଲିଛି । ଗୋଟିଏ ସପ୍ତାହରେ ସ୍ପେନ୍ ଏବଂ ପର୍ତ୍ତୃଗାଲ୍ରେ ୧୭ଶହରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇସାରିଲାଣି । ବି୍ରଟେନ୍ରେ ଉତ୍ତାପ ଯୋଗୁ ରାସ୍ତାରୁ ପିଚୁ ତରଳିଯିବା ସହ ସ୍କୁଲ ବନ୍ଦ କରିଦିଆଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ ବି୍ରଟେନ୍ ରାଜଧାନୀ ଲଣ୍ଡନ ସମେତ ମଧ୍ୟ, ଉତ୍ତର ଏବଂ ଦକ୍ଷିଣ-ପୂର୍ବ ଇଂଲଣ୍ଡ ଅଞ୍ଚଳରେ ହିଟ୍ୱେଭ୍ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏଥିସହ ଲଣ୍ଡନର କେତେକ ଅଞ୍ଚଳରେ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ସେହିଭଳି ଅଗ୍ନିଶମ ବିଭାଗ ପକ୍ଷରୁ କେତେକ ସ୍ଥାନରେ ନିଆଁ ଲାଗିଥିବାର ସୂଚନା ମିଳିଛି । ପୂର୍ବ ଲଣ୍ଡନ ଏବଂ ଭେନିଂଗଟନ୍ରେ ଭୀଷଣ ନିଆଁ ଲାଗିଛି । ସେହିଭଳି ସ୍ପେନ୍ରେ ମଧ୍ୟ ହିଟ୍ୱେଭ୍ରୁ ଆଶ୍ୱସ୍ତି ମିଳିପାରିନାହିଁ । ଏହି କାରଣରୁ ୩୬ ଅଞ୍ଚଳରେ ଥିବା ଜଙ୍ଗଲରେ ଭୀଷଣ ନିଆଁ ଲାଗିଯାଇଛି । ଏଯାବତ୍ ୭୦ ହଜାର ହେକ୍ଟର ଜଙ୍ଗଲ ନିଆଁ ଦ୍ୱାରା ପ୍ରଭାବିତ । ପ୍ରାୟ ୧୩ ହଜାର ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି । େତେବ ପ୍ରବଳ ଉତ୍ତାପ ଯୋଗୁ ୧୦ରୁ ୧୭ ଜୁଲାଇ ମଧ୍ୟରେ ପାଖାପାଖି ୬୭୮ ଲୋକଙ୍କର ମୃତୁ୍ୟ ହୋଇସାରିଛି ।
ପର୍ତ୍ତୃଗାଲ୍ ମଧ୍ୟ ଏହି ପରିସ୍ଥିତିରୁ ମୁକୁଳିପାରିନାହିଁ । ଜଙ୍ଗଲରେ ନିଆଁ ଲାଗିଯିବା ଯୋଗୁ ପ୍ରାୟ ୧୬୦ ଲୋକ ଆହତ ହୋଇଥିବା ଜଣାଯାଏ । ଶହ ଶହ ଲୋକଙ୍କୁ ଘର ଛାଡ଼ିବାକୁ ପଡ଼ିଛି । ୨୦୧୭ ମସିହା ପରେ ଏଠାରେ ଏଭଳି ଗମ୍ଭୀର ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଦ୍ଧିତ ତାପମାତ୍ରା ଯୋଗୁ ୭ରୁ ୧୮ ଜୁଲାଇ ମଧ୍ୟରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇଥିବା ରେକର୍ଡ କରାଯାଇଛି ।
ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ରେ ମଙ୍ଗଳବାର ତାପମାତ୍ରା ୪୦.୫ ଡିଗ୍ରୀ ସେଲ୍ସିୟସ୍ ହୋଇଥିଲା । ସ୍ଥାନୀୟ ପାଣିପାଗ ବିଭାଗ ଅନୁସାରେ, ଏହା ପୂର୍ବରୁ ସହରରେ କେବଳ ଦୁଇ ଥର (୧୯୪୭ ଓ ୨୦୧୯) ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଚାଲିଯାଇଥିଲା । ବର୍ତ୍ତମାନ ହିଟ୍ୱେଭ୍ ଯୋଗୁ ଫ୍ରାନ୍ସର ୨୨ ହଜାର ଏକର ଜଙ୍ଗଲରେ ନିଆଁ ଲାଗିଯାଇଛି । ୧୨ ହଜାର ଲୋକଙ୍କୁ ରକ୍ଷା କରାଯାଇଥିବାବେଳେ ୩ ହଜାରରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି । ଏଥିସହ ଆମେରିକାର କେତେକ ଅଞ୍ଚଳରେ ମଧ୍ୟ ଭୀଷଣ ଉତ୍ତାପ ଦେଖିବାକୁ ମିଳିଛି । ଆମେରିକାର ସମୁଦାୟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଅର୍ଥାତ୍ ୮ କୋଟି ଲୋକ ଏହି ଭୀଷଣ ଉତ୍ତାପ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଆକଳନ କରାଯାଉଛି ।
ତେବେ ଏହି ମାତ୍ରାଧିକ ତାପମାତ୍ରା ବୃଦ୍ଧି ନେଇ ସଂଯୁକ୍ତ ରାଷ୍ଟ୍ର ଗଭୀର ଚିନ୍ତା ପ୍ରକଟ କରିଛି । ସଂଗଠନର ମହାସଚିବ ଏଣ୍ଟୋନିୟୋ ଗୁଟେରେସ୍ କହିଛନ୍ତି ଯେ, ଜଙ୍ଗଲ ନିଆଁ ଏବଂ ହିଟ୍ୱେଭ୍ ଯୋଗୁ ଅଧା ମାନବ ସଭ୍ୟତା ସାମୂହିକ ଆତ୍ମହତ୍ୟା ଭଳି ପଥରେ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *