ଫ୍ରଡ୍ ‘ପ୍ରିୟା ଗୁପ୍ତା’ ନେଇଗଲା ୨୪ ଲକ୍ଷ

ଭୁବନେଶ୍ୱର(ବୁ୍ୟରୋ): ମାଟ୍ରିମୋନିଆଲ୍ ସାଇଟ୍ରେ ନିଜ ପାଇଁ କନ୍ୟା ଖୋଜିବାକୁ ଯାଇ ସାଇବର ଠକେଇର ଶିକାର ହୋଇଛନ୍ତି ଜଣେ ଆଇଟି ଇଞ୍ଜିନୟର୍ । ଠକଙ୍କ ମାୟାଜାଲରେ ଫସି ହରାଇଛନ୍ତି ୨୪ ଲକ୍ଷ ଟଙ୍କା । ନିଜକୁ କାଲିଫର୍ନିଆର ଏମ୍ବିବିଏସ୍ ଡାକ୍ତର କହି ଜଣେ ଯୁବତୀ ଏହି ଟଙ୍କା ଲୁଟି ନେଇଛି । ଭୁବନେଶ୍ୱର ଉପକଣ୍ଠ ଜଟଣୀ ଅଞ୍ଚଳରେ ଏହି ଘଟଣଶ ଘଟିଛି । ଭୁବନେଶ୍ୱର ସାଇବର ଥାନାରେ ଏନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଇଞ୍ଜିନୟର ।
ଜଟଣୀ ଅଞ୍ଚଳର ଜଣେ ଆଇଟି ପ୍ରଫେସନାଲ୍ ବିବାହ ପାଇଁ ମାଟ୍ରିମୋନି ସାଇଟ୍ରେ ରେଜିଷ୍ଟ୍ରେସନ୍ କରିଥିଲେ । ସର୍ଚ୍ଚ କରୁଥିବା ସମୟରେ ଉକ୍ତ ଠକ ଯୁବତୀର ହାବୁଡ଼ରେ ପଡ଼ିଥିଲେ । ଯୁବତୀ ନିଜ ନାଁ ପ୍ରିୟା ଗୁପ୍ତା, ସେ କାଲିଫର୍ଣ୍ଣିଆରେ ମେଡିକାଲ ପଢୁଛି । ଏବଂ ଘର ବାଲେଶ୍ୱର ବୋଲି କହିଥିଲା । ଯୁବତୀକୁ ଡାକ୍ତର ଭାବି ବେଶ୍ ଖୁସି ଥିଲେ ଆଇଟି ଇଞ୍ଜିନୟର । ତା’ ସହିତ ୬ ମାସ ହେଲା ·ଲିଥିଲା ·ଟିଂ । ଯୁବକଙ୍କ ପରିବାର ଲୋକ ମଧ୍ୟ ଯୁବତୀ ସହିତ କଥା ହେଉଥିଲେ ।
ଏମିତି କଥାବାତ୍ତା ସମୟରେ ସେ ଭାରତ ଆସି ଦିଲ୍ଲୀ ବିମାନବନ୍ଦରରେ ୭୦ ହଜାର ୟୁକେ ପାଉଣ୍ଡ ଆଣି ଫସି ଯାଇଛି ଓ ପାଉଣ୍ଡକୁ ଭାରତୀୟ ମୁଦ୍ରାରେ ବିନିମୟ ନିମିତ୍ତ କିଛି ଟଙ୍କା ଆବଶ୍ୟକ ବୋଲି କହିଥିଲା । ଏପରି ଅଭିନୟ କରି ସେ ଯୁବକଙ୍କଠାରୁ ବିଭିନ୍ନ କିସ୍ତିରେ ୨୪ ଲକ୍ଷ ଠକି ନେଇଥିଲା । ସାଇବର ଥାନା ପୁଲିସ ତଦନ୍ତ ଚଳାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *