ନର୍ଭେରାମ କମ୍ପାନୀର ଗ୍ରାମସଭାକୁ ବିରୋଧ

ମହଙ୍ଗା ପଡ଼ିଲା ଲୋକଙ୍କୁ ଅଣଦେଖା
ଯୋଡ଼ା (ଆପ୍ର): ସ୍ଥାନୀୟ ଲୋକଙ୍କୁ ଅଣଦେଖା ନର୍ଭେରାମ କମ୍ପାନୀକୁ ମହଙ୍ଗା ପଡ଼ିଛି । କମ୍ପାନୀର ଗ୍ରାମସଭାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିବା ପରେ ପ୍ରଶାସନ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇଛି । ନର୍ଭେରାମ ପାୱାର ଏଣ୍ଡ ଷ୍ଟିଲ୍ ପ୍ରା:ଲିର ଏକ ଖଣି ଭଦ୍ରାସାହି ପଞ୍ଚାୟତ ଟଣ୍ଟୋ ଗ୍ରାମରେ ରହିଛି । କମ୍ପାନୀ ଏକ ନୂତନ ପେଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଯୋଜନା କରିଛି । ୨୭.୨୯ ଏକର ଜଙ୍ଗଲ ଜମିକୁ ଅଣଜଙ୍ଗଲ ରୂପେ ବ୍ୟବହାର ପାଇଁ ବୁଧବାର ଟଣ୍ଟୋ ଗ୍ରାମରେ କମ୍ପାନୀ ତରଫରୁ ଏକ ଗ୍ରାମସଭା ଆୟୋଜିତ ହୋଇଥିଲା । ଏହି ଗ୍ରାମସଭାକୁ ସ୍ଥାନୀୟ ଲୋକେ ବିରୋଧ କରିବା ସହ ଟେଣ୍ଟ ବାନ୍ଧିବାକୁ ଦେଇ ନ ଥିଲେ । ଯାହାଫଳରେ ଗ୍ରାମସଭା ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା । ପୁଲିସ୍ ଗ୍ରାମର ବୁଧୁରାମ ମୁଣ୍ଡାଙ୍କୁ କୌଣସି କାରଣ ନ ଥାଇ ଗାଁରୁ ଉଠାଇ ନେଇଥିବା ତାଙ୍କର ପତ୍ନୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାପରେ ସକାଳ ୧୦ଟାରେ ବ୍ୟାପକ ପୁଲିସ ମୁତୟନ କରାଯାଇ ଟେଣ୍ଟ ବନ୍ଧା ଯାଇ ଗ୍ରାମସଭା ଆରମ୍ଭ କରାଯାଇଥିଲା । ବନ ଅଧିକାରୀ, ବ୍ଲକ୍ ଅଧିକାରୀ, ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଉପସ୍ଥିତି ଓ ପୁଲିସ ଛାଉଣୀରେ ଗ୍ରାମସଭା ଆରମ୍ଭ ହୋଇଥିଲା । ପ୍ରଶାସନର ଅନେକ ଅନୁରୋଧ ପରେ ମାତ୍ର ୩ ଜଣ ଗ୍ରାମବାସୀ ସଭାରେ ନିଜର ମତ ଉପସ୍ଥାପନ କରିଥିଲେ । ପ୍ରଶାସନର ବାରମ୍ବାର ଅନୁରୋଧ ସତ୍ତ୍ୱେ ଜଣେ ହେଲେ ମତ ରଖିବାକୁ ସଭାକୁ ଆସି ନ ଥିଲେ । ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ସତ ଚେଷ୍ଟା ସତ୍ତ୍ୱେ ଗ୍ରାମସଭା ସଫଳ ହୋଇ ପାରି ନ ଥିଲା । ଯାହାଫଳରେ କୋରମ୍ ଅଭାବରୁ ପ୍ରଶାସନ ଗ୍ରାମସଭାକୁ ସ୍ଥଗିତ ରଖିଥିଲା ।
ସୂଚନା ଯୋଗ୍ୟ, ନର୍ଭେରାମ କମ୍ପାନୀ ଦୀର୍ଘ ବର୍ଷ ଧରି ଖଣି କାର୍ଯ୍ୟ ଚଳାଇ ଆସୁଛି । ହେଲେ ନିଯୁକ୍ତିରୁ ଆରମ୍ଭ କରି ପରିବହନ, ସବୁ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରିଆସୁଛି । ପ୍ରଭାବିତ ଲୋକଙ୍କୁ କୌଣସି ସୁବିଧା ସୁଯୋଗ ନ ଦେଇ ଭଦ୍ରାସାହି ଅଞ୍ଚଳର କିଛି ମୁଷ୍ଟିମେୟ ଲୋକଙ୍କୁ ପରିବହନ କାର୍ଯ୍ୟରେ ଲଗାଉଛି । ଏଥିସହ ବାହାର ଲୋକଙ୍କୁ ନିଯୁକ୍ତି ଦେଉଥିବା ଜଣାପଡ଼ିଛି । ହକ ନ ଦେଇ ଓଲଟା ଧମକାଇବା ସହ ମିଛ କେସ୍ ଦେଇଥିବା ଅଭିଯୋଗ ଆଣିଛନ୍ତି ପ୍ରଭାବିତ ଗ୍ରାମବାସୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *