ଡଲାର ୮ଠ ପାର୍
ନୂଆଦିଲ୍ଲୀ, ୧୯ା୭: ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ନିମ୍ନସ୍ତରରେ ପହଞ୍ଚôଛି । ମଙ୍ଗଳବାର କାରବାର ଆରମ୍ଭରେ ମାର୍କିନ ଡଲାର ତୁଳନାରେ ଟଙ୍କା ଆହୁରି ୭ପଇସା ହ୍ରାସ ପାଇ ୮୦ଟଙ୍କା ୫ପଇସାରେ ପହଞ୍ଚôଛି । ଗତ ୨୫ ବର୍ଷ ମଧ୍ୟରେ ଏହା ହେଉଛି ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ । ପୂର୍ବରୁ ୨୦୧୭ରେ ଏକ ଡଲାର ମୂଲ୍ୟ ୬୪ ଟଙ୍କା ଥିଲା । ଟଙ୍କା ମୂଲ୍ୟ ହ୍ରାସ ଦେଶରେ ଦରଦାମକୁ ଆହୁରି ପ୍ରଭାବିତ କରିବ । ଏହା ସହିତ ବିଦେଶ ଯାତ୍ରା, ବିଦେଶରେ ଶିକ୍ଷା ଗ୍ରହଣ ଇତ୍ୟାଦି ମହଙ୍ଗା ହେବ ବୋଲି ଅର୍ଥନୀତି ବିଶେଷଜ୍ଞ ବିଜୟ ଭମ୍ବୱାନି କହିଛନ୍ତି । ଟଙ୍କାର ମୂଲ୍ୟ ହ୍ରାସ ଅର୍ଥନୀତିକୁ ଅଧିକ ପ୍ରଭାବିତ କରିବା ଆଶଙ୍କା ରହିଥିବାରୁ ଏହା କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୨୦ରେ ଡଲାର ମୂଲ୍ୟ ୭୫ ଟଙ୍କାରୁ କମ୍ ଥିଲା । ୫୬୬ ବାଣିଜି୍ୟକ ଦିବସ ମଧ୍ୟରେ ଏକ ଡଲାର ମୂଲ୍ୟ ୮୦ଟଙ୍କା ପାର୍ ହୋଇଛି । ଗତ ସପ୍ତାହରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୮.୯୮ ଟଙ୍କା ଥିଲା ।
ବିଶ୍ୱରେ ଜାରି ରହିଥିବା ଅସ୍ଥିରତା, ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ପରେ ଅଶୋଧିତ ତୈଳ ଦର ବୃଦ୍ଧି, ଆମେରିକାରେ ମୁଦ୍ରାସ୍ଫୀତି ସର୍ବୋଚ୍ଚ ସ୍ତରକୁ ଯିବା ଇତ୍ୟାଦି ଏହାର କାରଣ ବୋଲି କୁହାଯାଉଛି । ଟଙ୍କାର ଅବମୂଲ୍ୟାୟନ ଓ ମାନ୍ଦାବସ୍ଥା କାରଣରୁ ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି । ଯାହାକି ଅର୍ଥନୀତିକୁ ଗୁରୁତାଭାବେ ପ୍ରଭାବିତ କରୁଛି । ଏହ÷ି ପରିପ୍ରେକ୍ଷୀରେ ଭାରତରେ ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଯାହାକିୂ ଆଉ ଏକ ଆତଙ୍କର କାରଣ ପାଲଟିଛି ।
ଭାରତୀୟ ଷ୍ଟକ ବଜାରରୁ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଧାରା ଜାରି ରହିଛି । ଜୁଲାଇରେ ଏ ପର୍ଯ୍ୟନ୍ତ ୪,୭୦୦ କୋଟି ଟଙ୍କା ସେମାନେ ନେଇସାରିଛନ୍ତି । ଆମେରିକାରେ ମାନ୍ଦାବସ୍ଥା ଆତଙ୍କ ଦେଖାଦେଇଛି । ଅନ୍ୟ ସବୁ ଦେଶର ମୁଦ୍ରା ତୁଳନାରେ ଡଲାର ଶକ୍ତିଶାଳୀ ହୋଇଥିବାରୁ ରିଟର୍ଣ୍ଣ ହ୍ରାସ ପାଇବାର ଆଶଙ୍କା କରି ସେମାନେ ଭାରତ ଭଳି ବିକାଶଶୀଳ ଦେଶରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି ।
ଜୁନ୍ରେ ବିଦେଶୀ ନିବେଶକମାନେ ଭାରତରୁ ୫୦,୨୦୩ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ ।
ମାର୍ଚ୍ଚରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବିଦେଶୀ ନିବେଶକମାନେ ୬୧,୯୭୩ କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି । ୨୦୦୮ରେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ସମୟରେ ବିଦେଶୀ ନିବେଶକମାନେ ସର୍ବାଧିକ ୫୨,୯୮୭ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ ।