ଋଷିକୁଲ୍ୟାରେ ୧୪୯.୬ଠ କୋଟି ବ୍ୟୟରେ ହେବ ଆନିକଟ

ଗଞ୍ଜାମ/ଛତ୍ରପୁର (ଆପ୍ର): ଗଞ୍ଜାମ ବ୍ଲକ ବରୋଦା ନିକଟସ୍ଥ ଋଷିକୁଲ୍ୟା ନଦୀରେ ୧୪୯.୬୦ କୋଟି ବିନିମୟରେ ଏକ ବ୍ୟାରେଜ ନିର୍ମାଣ ନେଇ ବିଧାନସଭା କ୍ୟାବିନେଟ ବୈଠକରେ ସ୍ୱୀକୃତି ହୋଇଛି । ଏ ନେଇ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି ।
ଉକ୍ତ ଆନିକଟ ନିର୍ମାଣ ହେଲେ ଉପର ମୁଣ୍ଡର ବହି ଆସୁଥିବା ଜଳ ସଂରକ୍ଷଣ କରାଯାଇପାରିବ । ଫଳରେ ଉକ୍ତ ବ୍ୟାରେଜରୁ ଗଞ୍ଜାମ ଜିଲ୍ଲା ତଥା ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଗମ ହୋଇପାରିବ । ସ୍ଥାନୀୟ ଶସ୍ୟକ୍ଷେତ୍ରକୁ ଜଳ ଯୋଗାଣ ହୋଇପାଇବ । ସ୍ଥାନୀୟ ମତ୍ସ୍ୟଜୀବୀ ଉକ୍ତ ସ୍ଥାନରେ ମାଛ ଚାଷ କରି ଜୀବିକା ନିର୍ବାହ କରିବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବାରେ ସହାୟକ ହୋଇପାରିବ । ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ସରପଞ୍ଚ ଜି.ସନ୍ତୋଷ ରେଡି, ଡି.ଗୋବିନ୍ଦ ରେଡି, ଗଞ୍ଜାମ ଏନ୍ଏସି ବିଜେଡି ନଗର ଯୁବ ସଭାପତି ସୁଧିର କୁମାର ପାଢୀ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ରବିନ୍ଦ୍ର କୁମାର ପଣ୍ଡା, ଉମାକାନ୍ତ ବେହେରା, କେ.ଘନଶ୍ୟାମ ରେଡି, ବାବୁଲା ମହାରଣା, ଅରୁଣ କୁମାର ମହାନ୍ତି, ଛତ୍ରପୁର ବ୍ଳକ ଅଧ୍ୟକ୍ଷା କିରଣ କୁମାରୀ ଦାସ, ଉପାଧ୍ୟକ୍ଷା ସାଡ଼ି ଶାରଦା ରେଡ଼ୀ ପ୍ରମୁଖ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି ।
କିଛି ମାସ ପୂର୍ବେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଓ ଋଷିକୁଲ୍ୟା ନଦୀକୁ ତକ୍ରାଳୀନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପରିଦର୍ଶନରେ ଆସି ବରୋଦା ନିକଟରେ ଋଷିକୁଲ୍ୟା ନଦୀର ମଧୁର ଜଳକୁ ଆନିକଟ କରିବା ନେଇ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *