ସାମୂହିକ ଆତ୍ମହତ୍ୟା ଦ୍ୱାରରେ ଅଦେ୍ର୍ଧକ ମାନବଜାତି

ୱାଶିଂଟନ୍ (ଏଜେନ୍ସି): ବେଳ ହୁଁ ସାବଧାନ ନହେଲେ ବିଶ୍ୱ ସମୁଦାୟ ଏକ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବ । ଏପ୍ରକାର ପୂର୍ବାନୁମାନ କରିବା ପୂର୍ବକ ସମଗ୍ର ବିଶ୍ୱକୁ ସଚେତନ କରିଆସୁଥିବା ମିଳିତ ଜାତିସଂଘ ପୁଣିଥରେ ମୁୂହଁ ଖୋଲିଛି । ୟୁରୋପୀୟ ଦେଶଗୁଡ଼ିକରେ ଏବେ ସୃଷ୍ଟି ହୋଇଥିବା ପ୍ରାଣଘାତୀ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ପରିପ୍ରେକ୍ଷୀରେ ଜାତିସଂଘ ଏକ ବଡ଼ ବୟାନ୍ ଦେଇଛି । ଜାତିସଂଘ କହିଛି, ସମଗ୍ର ବିଶ୍ୱ ଏବେ ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟାରେ ପୀଡ଼ିତ । ତେବେ ଏହା କେବଳ ଆରମ୍ଭ ମାତ୍ର । ଆଗାମୀ ଦିନରେ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହେବ । ତେବେ ଏହାକୁ ଆତ୍ମଘାତୀ ନୁହେଁ ବରଂ ସାମୂହିକ ଆତ୍ମହତ୍ୟା କହିବା ଯଥାର୍ଥ ହେବ । ଏବେ ବି ସମୟ ଅଛି । ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଯଦି ଏବେଠାରୁ ଚିନ୍ତା କରାନଯାଏ ତେବେ ପରିସ୍ଥିତି ଆଗକୁ ଆହୁରି ଭୟଙ୍କର ହେବ ବୋଲି ଜାତିସଂଘ ମୁଖ୍ୟ ତଥା ମହାସଚିବ ଆଣ୍ଟୋନିଓ ଗୁଟେରସ୍ କହିଛନ୍ତି । ଗୁଟେରସ୍ ଜଳବାୟୁ ସଂକଟ ଉପରେ ଆଲୋଚନା କରିବା ପାଇଁ ଏକତ୍ର ହୋଇଥିବା ୪ଠ ରାଷ୍ଟ୍ରୀୟ ବୈଠକରେ ଯୋଗଦେବା ସହ ଏପରି କହିଛନ୍ତି । ଗୁଟେରସ୍ଙ୍କ କହିବାନୁସାରେ ମରୁଡି, ବନ୍ୟା, ଝଡତୋଫାନ୍ ଏବଂ ଜଙ୍ଗଲ ଜଳିବା ଭଳି ଘଟଣା ଯୋଗୁ ବିଶ୍ୱର ଅଧା ଜନସଂଖ୍ୟା ବିପଦଗ୍ରସ୍ତ ହୋଇପଡିଛନ୍ତି ।
ୟୁରୋପ୍, ଆମେରିକା ଏବଂ ଚୀନ୍ରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ୟୁରୋପୀୟ ଦେଶଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଏବେ ପ୍ରାଣଘାତୀ ସାବ୍ୟସ୍ତ ହେବାରେ ଲାଗିଛି । ଫ୍ରାନ୍ସ, ସ୍ପେନ୍, ପର୍ତ୍ତୁଗାଲ ସମେତ ପ୍ରାୟ ୧ଠଟି ୟୁରୋପୀୟ ରାଷ୍ଟ୍ରରେ ଥିବା ଜଙ୍ଗଲଗୁଡ଼ିକ ସ୍ୱତଃ ପ୍ରବୃତ୍ତ ଭାବେ ଜଳିବାରେ ଲାଗିଛି । ଜଙ୍ଗଲ ଜଳିବା ଫଳରେ ଏସବୁ ଦେଶଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ବେଶ୍ ପରିମାଣରେ ବୃଦ୍ଧି ପାଇଛି । ସେହିପରି ସମ୍ପ୍ରତି ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ବ୍ରିଟେନ୍ରେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଛି । ବ୍ରିଟେନ୍ରେ ପ୍ରଥମ ଥର ପାଇଁ ତାପମାତ୍ରା ୪ଠ ଟପିଛି । ମୌସୁମୀ ବିଭାଗ ପକ୍ଷରୁ କରାଯାଇଥିବା ଆଶଙ୍କାନୁସାରେ ଆଗାମୀ ଦିନରେ ବ୍ରିଟେନ୍ ସମେତ ଏକାଧିକ ୟୁରୋପୀୟ ରାଷ୍ଟ୍ରରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ସେହିପରି ଏପ୍ରକାର ଅସହ୍ୟ ଗରମ ତଥା ଗୁଳୁଗୁଳି କାରଣରୁ ଅନେକ ଲୋକ ସ୍ୱାସ୍ଥ୍ୟ ସମସ୍ୟାର ଶିକାର ହୋଇପାରନ୍ତି କିମ୍ବା ମୃତୁ୍ୟବରଣ କରିପାରନ୍ତି ବୋଲି ସ୍ୱାସ୍ଥ୍ୟ ବିଶେଷଞ୍ଜ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏପ୍ରକାର ସ୍ଥିତିକୁ ଦୃଷ୍ଟିରେ ରଖି ବି୍ରଟେନ୍ ସରକାର ଚଳିତ ବର୍ଷର ଗ୍ରୀଷ୍ମ ପ୍ରବାହକୁ ଜାତୀୟ ବିତ୍ପତ୍ତି ଘୋଷଣା କରିଛନ୍ତି ।
ପ୍ରକାଶ, ବ୍ରିଟେନ୍ରେ ଏବେ ତାପମାତ୍ରା ବୃଦ୍ଧି ଯୋଗୁ ୱାର୍କ ଫ୍ରମ୍ ହୋମ୍ ନୀତିକୁ ଲାଗୁ କରାଯାଇଛି । ଲୋକେ ନିଜ ଘରେ ସୁରକ୍ଷିତ ରହି କାମ କରିବାକୁ ନିଦେ୍ର୍ଦଶ ଜାରି କରାଯାଇଛି । ସ୍କୁଲ, କଲେଜ୍ ବନ୍ଦ କରିଦିଆଯାଇଛି । ସରକାରୀ ଅଫିିସ୍ ତଥା ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଅନ୍ଲାଇନ୍ ମାଧ୍ୟମରେ ଘରେ ରହି କାମ କରିବାକୁ ନିଜ ନିଜ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦେଇସାରିଛନ୍ତି । ସେହିପରି ସ୍ପେନ୍ରେ ବର୍ତ୍ତମାନ ସୁଦ୍ଧା ୩୬ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ୨୨ହଜାର ହେକ୍ଟର ଜଙ୍ଗଲ ଜଳିସାରିଛି । ଦକ୍ଷିଣ ପଶ୍ଚିମ ସ୍ପେନ୍ରେ ତାପମାତ୍ରା ୪୪ ଡିଗ୍ରୀରୁ ଅଧିକ ରହୁଛି । ଦେଶର ବାକି ଅଞ୍ଚଳରେ ମଧ୍ୟ ତାପମାତ୍ରା ୪ଠ ଡିଗ୍ରୀ ରେକର୍ଡ କରାଯାଉଛି । ପର୍ତ୍ତୃଗାଲ୍, ଚୀନ୍, ଫ୍ରାନ୍ସ, ଆମେରିକା ଆଦି ଦେଶରେ ମଧ୍ୟ ସମାନ ପରିସ୍ଥିତି ଉତ୍ପନ୍ନ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଚଳିତ ସପ୍ତାହରେ ଦେଶରେ କ୍ଲାଇମେଟ୍ ଚେଞ୍ଜ୍ ଏମର୍ଜେନ୍ସି ଘୋଷଣା କରିବେ ବୋଲି ଆଶଙ୍କା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *