+୨ ପିଲା ପଢ଼ିବେ ଶତ ପ୍ରତିଶତ ସିଲାବସ୍
ଭୁବନେଶ୍ୱର (ବୁ୍ୟରୋ): କୋଭିଡ୍ରେ ଦୁଇବର୍ଷ ଚାଲିଯିବା ପରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇ ଯାଇଛି । ଏବେ କୋଭିଡ୍ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ଶିକ୍ଷା ବ୍ୟବସ୍ଥାରେ ସୁଧାର ସ୍ୱରୂପ ଚଳିତ ବର୍ଷ ଠାରୁ +୨ରେ ଶତ ପ୍ରତିଶତ ସିଲାବସ୍ ପାଠ ପଢ଼ାଯିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୩ରେ ପରୀକ୍ଷା ଦେବାକୁ ଥିବା ପିଲାମାନେ ଶତପ୍ରତିଶତ ସିଲାବସ୍ ପଢ଼ି ପରୀକ୍ଷା ଦେବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଯୁକ୍ତ ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଉପରେ ଏହା ସମ୍ପୂର୍ଣ୍ଣ ଲାଗୁ ହେବ । ଏଥିସହ ୨୦୨୩ ମସିହାରେ ମାଟ୍ରିକ୍ ପରୀକ୍ଷା ପରେ ଓ ଏହାର ଆଗକୁ ମଧ୍ୟ ପାସ୍ ଛାତ୍ରଛାତ୍ରୀମାନେ ପୂରା ସିଲାବସ୍ ଉପରେ ପାଠପଢ଼ି ପରୀକ୍ଷା ଦେବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାେଇଛି । ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଜୁଲାଇ ମାସ ୨୦ ତାରିଖରୁ ଯୁକ୍ତ ୨ରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ ।