ଲକ୍ଷାଧିକ ଟଙ୍କା, ମୋବାଇଲ୍ ଓ ସିମ୍ ଜବତ

୩ ସାଇବର ଅପରାଧୀ ଗିରଫ
ବେତନଟୀ/ବୈଶିଙ୍ଗା/ବାରିପଦା (ଆପ୍ର): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବୈଶିଙ୍ଗାଥାନା ଇଲାକାରେ ରାତ୍ରିକାଳୀନ ପହରା ପୁଲିସ ଦେଉଥିବାବେଳେ କୋର୍ଟଛକ ନିକଟରେ ଥିବା ବରୋଦାବ୍ୟାଙ୍କ ନିକଟରେ ଥିବା ଏଟିଏମ୍ କାଉଣ୍ଟର ନିକଟରେ ୩ଜଣ ଯୁବକଙ୍କୁ ଭେଟିଥିଲେ । ରାତି ଡିଉଟିରେ ଥିବା ଏସ୍ଆଇ ବଳରାମ ମହାରଣାଙ୍କ ସନେ୍ଦହ ହେବାରୁ ସେମାନଙ୍କ ନିକଟକୁ ଯାଇ ପଚରା ଉଚାରା କରିଥିଲେ । ସନେ୍ଦହ ହେବାରୁ ଓ ସେମାନେ ପ୍ରଶ୍ନର ସଠିକ୍ ଉତ୍ତର ନ ଦେବାରୁ ପୁଲିସର ସନେ୍ଦହ ବଢ଼ିଥିଲା । ଏସ୍ଆଇ ଶ୍ରୀ ମହାରଣାଙ୍କ ସନେ୍ଦହ ଅଧିକ ହେବାରୁ ସେମାନଙ୍କୁ ଥାନାକୁ ଆଣିବା ସହିତ ବ୍ୟବହାର କରୁଥିବା କାର୍ ନଂ ଓଡି-୦୧ଏପି-୨୧୫୩କୁ ଜବତ କରିଥିଲେ । ଅଭିଯୁକ୍ତମାନେ ବୈଶିଙ୍ଗାଥାନା ଜଡ଼ିଦାଗ୍ରାମର ରାଜେଶ କୁମାର ଲେଙ୍କା (୨୫), ବିଜିପୁର(ମାନଗୋବିନ୍ଦପୁର) ଗ୍ରାମର ବାବୁ ଓରଫ ରଶ୍ମିରଞ୍ଜନ ଭୋଳ(୨୧), ଜଡିଦା ଗ୍ରାମର କାହ୍ନୁଚରଣ ବେହେରା(୨୩) ବୋଲି ଜଣାଯାଇଛି । ସେମାନେ ବ୍ୟବହାର କରିଥିବା ଗାଡ଼ିରୁ ନଗଦ ଏକ ଲକ୍ଷ ୩୫ ହଜାର ଟଙ୍କା, ବିଭିନ୍ନ କମ୍ପାନୀର ୭ଟି ମୋବାଇଲ୍, ୧୧ଟି ସିମ୍ କାର୍ଡ, ଗୋଟିଏ ମେମୋରିଚିଫ, ବିଭିନ୍ନ ବ୍ୟାଙ୍କର ୮ଟି ଏଟିଏମ୍, ୪ଟି ଜପିଟର କାର୍ଡକୁ ପୁଲିସ ଜବତ କରିଛି । ପୁଲିସ ପକ୍ଷରୁ ରାଜେଶ ଲେଙ୍କାର ମୋବାଇଲ ଯାଞ୍ଚ କରାଯିବାରୁ ବହୁତ ଟଙ୍କାର ନେଣଦେଣ ହୋଇଥିବା ଜଣାଯାଇଥିଲା । ରାଜେଶ ଲେଙ୍କା ଗୋଟିଏ ଠକ କମ୍ପାନୀ ଗେଟ ୱେ ଏମ୍ପାୟାରର ସଦସ୍ୟ ଥିବା ଅନୁସନ୍ଧାନରୁ ଜଣାଯାଇଛି । ସେମାାନଙ୍କ ମଧ୍ୟରୁ ରଶ୍ମିରଞ୍ଜନ ଭୋଳ ବହୁ ଫେକ ବ୍ୟାଙ୍କ ଏକାଉଣ୍ଟ ବିଭିନ୍ନ ଗରିବ ଓ ଅମାୟିକ ଲୋକଙ୍କ ନାମରେ ପ୍ରସ୍ତୁତ କରି ସେମାନଙ୍କ ସାଇବର ସାମ୍ରାଜ୍ୟ ଚଲାଉଥିଲେ । ବିଭିନ୍ନ ମିଥ୍ୟା କାଗଜପତ୍ର ପ୍ରସ୍ତୁକରି ଲୋକଙ୍କୁ ଠକୁ ଥିଲେ ।
ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ନିଦେ୍ର୍ଦଶ କ୍ରମେ ମଙ୍ଗଳବାର ଅପରାହ୍ଣରେ ପୁଲିସ ଉପଖଣ୍ଡ ଅଧିକାରୀ ସୁଦର୍ଶନ ଦାଶ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହି ଅପରାଧୀକ ତଥ୍ୟ ପ୍ରଦାନ କରିଥିଲେ । ଏହି ଅପରାଧୀମାନେ ପ୍ରାୟ କୋଟି କୋଟି ଟଙ୍କାର ଠକେଇ କରିଥିବା ଜଣାଯାଇଛି । ଏହି ଘଟଣାର ତଦନ୍ତ ଦାୟିତ୍ୱ ବେତନଟୀ ଥାନା ଅଧିକାରୀ ରେଣୁବାଳା ସାହୁଙ୍କୁ ନ୍ୟସ୍ତ କରାଯାଇଛି । ଅପରାଧୀଙ୍କ ନାମରେ ବେତନଟୀ ଥାନାରେ ୨୧୭ା୨୨ରେ ମାମଲା ରୁଜୁ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *