ଖର୍ଚ୍ଚ ହେବ ୫୦.୧୫ କୋଟି

କୋଟିଆ ବିକାଶ ପାଇଁ ୧୩ ପ୍ରକଳ୍ପ
ଭୁବନେଶ୍ୱର, ୧୮ା୭ (ବୁ୍ୟରୋ): କୋଟିଆ ଗ୍ରାମପୁଞ୍ଜର ସମଗ୍ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି । କୋଟିଆ ଗ୍ରାମ ପଞ୍ଚାୟତର ସମୁହ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଥିଲେ । ଯେଉଁଥିରେ କି କୋଟିଆରେ ରାସ୍ତା ନିର୍ମାଣ, ବିଦୁ୍ୟତ କରଣ ଓ ଜୀବିକା କାମ ଜାରି ରହିଛି । ଥାନା, ସ୍ୱାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ କେନ୍ଦ୍ର, ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇସାରିଛି ।
ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୋଟିଆ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲାସ୍ତରୀୟ ଅଧିକାରୀମାନେ କୋଟିଆରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକଳ୍ପ ଓ ଜନହିତକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରୁଛନ୍ତି । ନିିୟମିତ କ୍ଷେତ୍ର ପରିଦର୍ଶନ କରିବା ସହ ସମୀକ୍ଷା କରୁଛନ୍ତି । ଏହିବର୍ଷ ୨୦୨୨-୨୩ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଟିଆରେ ୫୯ ଛାତ୍ର ଯୋଗଦାନ କରିଛନ୍ତି । ସେମାନଙ୍କ ଗମନାଗମନ ପାଇଁ ସୁବ୍ୟବସ୍ଥା ପାଇଁ ମାଗଣା ବସ ସେବା ମଧ୍ୟ ଆରମ୍ଭ ହୋଇଛି । କୋଟିଆର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ନୂତନ ପ୍ରକଳ୍ପର ଚୟନ ଓ କାର୍ଯ୍ୟକାରୀ ସକାଶେ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ କ୍ରମେ ଗତ ଶନିବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ କୋଟିଆ ପାଇଁ ଆବଶ୍ୟକ ଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକୁ ଚୟନ କରାଯାଇଛି । କୋଟିଆର ବିକାଶ ପାଇଁ ମୋଟ ୫୦ କୋଟି ୧୫ ଲକ୍ଷର ବ୍ୟୟରେ ୧୩ ପ୍ରକଳ୍ପ ଚୟନ କରାଯାଇଥିବାବେଳେ ଡ଼ୋଲିଆମ୍ବଠାରୁ ନାରିଙ୍ଗିପଦର ଓ କୋଟିଆଠାରୁ ଦେଓମାଳି ଭାୟା କ୍ରଟ୍ରାଗୁଡ଼ା ନୂତନ ରାସ୍ତା ନିର୍ମାଣ କରାଯିବାକୁ ୧୮ କୋଟି ୫୦ ଲକ୍ଷର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ।
ସେହିପରି ମାଡ଼କାରଠାରୁ ଫାଟୁସିନେରି, ପଟ୍ଟାଙ୍ଗୀଠାରୁ ନେରେଡିବାଲାସା, କୋଟିଆଠାରୁ ତାଡ଼ିବାଲସା ଓ କୁରୁଡ଼ିପଦଠାରୁ ଗାଲିଗାବଦର ରାସ୍ତା ଉନ୍ନତିକରର ପାଇଁ ୭.୭୬ କୋଟିର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ଅନୂରୁପ ଭାବେ ଷ୍ଟ୍ରବେରୀ ଚାଷର ସଂମ୍ପ୍ରସାରଣ ପାଇଁ ୩ କୋଟି, କୋଟିଆ ଛାଡ଼ୁ ବ୍ୟବସାୟୀକରଣ, କୁକୁଡ଼ା, ଛେଳି ଇତ୍ୟାଦି ପାଳନ ପାଇଁ ୧.୯୮ କୋଟି, ବିଦୁ୍ୟତ୍ ସେବାର ଉନ୍ନତିକରଣ ପାଇଁ ୧ କୋଟି, ୬୯୦ଗୋଟି ବିଜୁ ପକ୍କାଘର ପାଇଁ ୮.୯୭ କୋଟି, ପାନୀୟ ଜଳ ପାଇଁ ୦.୨୨ କୋଟି, ଜଳସେଚନ ପାଇଁ ୧.୪୬ କୋଟି, ହେଲିପ୍ୟାଡ ନିର୍ମାଣ ପାଇଁ ୩ କୋଟି, ଆଦିବାସୀ ଉନ୍ନୟନ ବିଭାଗ ଉଚ୍ଚବିଦ୍ୟାଳୟ, ଡାଇନିଙ୍ଗ ହଲ, ଷ୍ଟାଫ୍ କ୍ୱାଟର ନିର୍ମାଣ ପାଇଁ ୧.୩୦ କୋଟି, ପ୍ରାଣୀଧନ ନୀରିକ୍ଷକ କାର୍ଯ୍ୟାଳୟ ଓ କ୍ୱାଟର ପାଇଁ ୦.୫ କୋଟି, ୧୦ଟି ଚେକ ଡେମ, ଫିଲ୍ଡ ଚେନେଲ ପାଇଁ ୧.୪୬ କୋଟି ଓ ପର୍ଯ୍ୟଟନର ବିକାଶ ପାଇଁ ୧ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ଏହି ଉପରୋକ୍ତ ପ୍ରକଳ୍ପଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ଜିଲ୍ଲାପ୍ରଶଶସନକୁ ନିଦେ୍ର୍ଦଶ ଦିଆଯାଇଥିବା ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *