ଲୋକନାଥ ପୀଠରେ ଜଳଲାଗି କଲେ ୧୨ ହଜାର କାଉଡ଼ିଆ

ପୁରୀ (ବୁ୍ୟରୋ): ଶ୍ରାବଣ ମାସର ପ୍ରଥମ ସୋମବାର । ଏଥିପାଇଁ ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ରାଜ୍ୟର ବିଭିନ୍ନ ନଦୀରୁ ଜଳ ଆଣି ୧୨ହଜାରରୁ ଊଦ୍ଧ୍ୱର୍ କାଉଡ଼ିଆ ଶ୍ରୀଲୋକନାଥଙ୍କୁ ଜଳଲାଗି କରିଛନ୍ତି । ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ରବିବାର ଅପରାହ୍ନରୁ ଶ୍ରୀକ୍ଷେତ୍ରକୁ ବୋଲବମ୍ ଭକ୍ତଙ୍କ ଆଗମନ ହୋଇଥିଲା । ଭୁବନେଶ୍ୱର ପାଶ୍ୱର୍ରୁ ଆସୁଥିବା ଭକ୍ତ ବାଟମଙ୍ଗଳା, ଅଠରନଳା ଦେଇ ପୁରୀକୁ ପ୍ରବେଶ କରୁଥିଲେ । ସେହିପରି ପୁରୀ ବାଇପାସ୍ ମଙ୍ଗଳାଘାଟ ଛକ ଦେଇ ଅନେକ କାଉଡ଼ିଆ ଲୋକନାଥପୀଠକୁ ଯାଇଥିଲେ । ଜଳଲାଗି ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇ ଆଶ୍ରମଠାରୁ ବ୍ୟାରିକେଡ୍ କରାଯାଇଛି । କାଉଡ଼ିଆମାନେ ଏହି ବ୍ୟାରିକେଡ ଦେଇ ପାର୍ବତୀ ସାଗର କଡ଼େ କଡ଼େ ଯାଇଥିଲେ । ରୋଷଘର ଦୁଆର ମୁହଁରେ ପ୍ରବେଶ କରି ନାଟାମ୍ବର ମନ୍ଦିର ପଛପଟେ ଯାଇ ଲକ୍ଷ୍ମୀଙ୍କ ଦ୍ୱାରରେ ସ୍ଥାପିତ ପ୍ରଭୁ ଶ୍ରୀଲୋକନାଥଙ୍କ ଲିଙ୍ଗରେ ପାଣି ଢାଳିଥିଲେ । ଏହାପରେ ସିଂହଦ୍ୱାର ପଟେ ବାହାରକୁ ବାହାରିଥିଲେ ।
ଶ୍ରୀଲୋକନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ସୂଚନା ମୁତାବକ, ୨୦ ଟଙ୍କା ଲେଖାଏଁ ଟିକେଟ କାଟି କାଉଡ଼ିଆମାନେ ଜଳଲାଗି କରିଥିଲେ । ପ୍ରଥମ ସୋମବାର ୧୨ହଜାର ୪୦୦ ଟିକେଟ ବିକ୍ରି କରାଯାଇଛି । ଅନ୍ୟପକ୍ଷରେ ଜଳଲାଗିକୁ ଶୃଙ୍ଖଳିତ କରିବା ପାଇଁ ରବିବାର ରାତ୍ର ୧୨ଟାରେ ଦ୍ୱାର ଫିଟାଯାଇ ଥିଲାବେଳେ ୧୨ଟା ୩୦ରୁ ବୋଲବମ୍ ଭକ୍ତମାନେ ପାଣି ଢ଼ାଳିବା ଆରମ୍ଭ କରିଥିଲେ । ସୋମବାର ବିଳମ୍ବିତ ପର୍ଯ୍ୟନ୍ତ କାଉଡ଼ିଆମାନେ ଜଳଲାଗି କରିଥିଲେ । ଲୋକନାଥଙ୍କ ପୀଠରେ ହଜାର ହଜାର କାଉଡ଼ିଆଙ୍କ ସମାଗମକୁ ଦଷ୍ଟିରେ ରଖି ପୁଲିସ ପକ୍ଷରୁ ଅତିରିକ୍ତ ଏସ୍ପି ମିହିର କୁମାର ପଣ୍ଡାଙ୍କ ନେତୃତ୍ୱରେ ୪ ଡିଏସ୍ପି, ୧୨ ଇନିସ୍ପେକ୍ଟରଙ୍କ ସମେତ ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *