ଗଦାପୋଲ ମୁକୁଳା, ଚିନ୍ତାରେ ଲୋକେ

କଣ୍ଟାପଡ଼ା (ଆପ୍ର): ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗଦ ଗଦାପୋଲ ଗୋପିନାଥ ଜୟ ନୋଡାଲ ହାଇସ୍କୁଲ୍କୁ ସଂଯୋଗ କରୁଥିବା ପୋଲକୁ ଗତ ତା୧୫ ରିଖରୁ ଖୋଳି ଦିଆଯାଇଥିବା ବେଳେ ଅଦ୍ୟାବଧି କାର୍ଯ୍ୟକରାନହେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ, ଏହି ପୋଲର ମରାମତି ୨୦୧୩-୧୪ ମସିହାରେ ହୋଇଥିଲା । କିନ୍ତୁ ସେଠାରେ ବର୍ଷାଦିନେ ୬ରୁ ୭ଫୁଟର ବର୍ଷାଜଳ ପ୍ରବାହିତ ହୋଇବାରୁ ସ୍ଥାନୀୟ ଜନସାଧାରଣ ଓ ପ୍ରାକ୍ତନ ସରପଞ୍ଚ ସରୋଜ କୁମାର ସ୍ୱାଇଁଙ୍କ ଉଦ୍ୟମ ଫଳରେ ଗତ ୧ବର୍ଷ ତଳେ ଏହି ପୋଲକୁ ସଂପ୍ରସାରଣ କରି ନୂତନ ଭାବେ ନିର୍ମାଣ କରିବା ନିମନ୍ତେ ନିଆଳି ବିଧାୟକ ତଥା କଟକ ଯୋଜନା ବୋର୍ଡର ଅଧ୍ୟକ୍ଷ ଡଃ. ପ୍ରମୋଦ କୁମାର ମଲ୍ଲିକ୍ ଟ.୪,୦୦,୦୦୦/- ରାସ୍ତା ଓ ପୋଲ ରକ୍ଷଣାବେକ୍ଷଣ ପ୍ରକଳ୍ପରୁ ମଞ୍ଜୁରୀ କରିଥିଲେ ।
ମାତ୍ର ଏବେ ତରବରିଆ ଭାବେ ପୁରୁଣା ପୋଲଟିକୁ ଭାଙ୍ଗିଦିଆ ଯାଇଥିବାବେଳେ ଏହାକୁ ଏବେ ନିର୍ମାଣ କରାଯାଉନାହିଁ କି ପୋଲର ସୂଚନା ଫଳକ ମଧ୍ୟ ମରାଯାଇ ନାହିଁ । ପୋଲକୁ ସଂଯୋଗ କରୁଥିବା ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ପୋଲଟି ଭାଙ୍ଗି ପଡ଼ିଥିଲା । ଉକ୍ତ ପୋଲ ନିମନ୍ତେ ୧ବର୍ଷ ତଳୁ ଟଙ୍କା ଆସିଥିଲେ ମଧ୍ୟ କାହିଁକି କାମ ବିଳମ୍ବ କରାଯାଉଛି ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଦ୍ୱିପାଞ୍ଚଳର ୬ ଗୋଟି ପଞ୍ଚାୟତର ଜନସାଧାରଣମାନେ କଷର୍ଦା କଲେଜ୍, ହାଟ, ମେଡିକାଲ୍ ଓ ଅଡ଼ଶପୁର ଓ ନିଆଳିକୁ ଯିବା ନିମନ୍ତେ ରାସ୍ତା କମ୍ ହୋଇଥିବାରୁ ଏହି ରାସ୍ତାରେ ଯାତାୟାତ କରିଥାନ୍ତି । ଏବେ ବର୍ଷା ଋତୁରେ ଏହି ପୋଲଟିକୁ ଭାଙ୍ଗିଦେବା କେତେ ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଶେଷକରି ସେଳେଦା ହାଇସ୍କୁଲର କୋମଳମତି ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ହିତକୁ ଦୃଷ୍ଟିରେ ରଖି ଉକ୍ତ ପ୍ରକଳ୍ପ କାର୍ଯ୍ୟକୁ ଯଥାଶିଘ୍ର ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *