ସଭାପତି ଭାବେ ଦାୟିତ୍ୱ ନେଲେ ଗୁଣଧର ଦାସମହାପାତ୍ର

ପୁରୀ ଅର୍ବାନ କୋ-ପରେଟିଭ୍ ବ୍ୟାଙ୍କ
ପୁରୀ (ବୁ୍ୟରୋ): ପୁରୀ ଅର୍ବାନ୍ କୋ-ଅପରେଟିଭ୍ ବ୍ୟାଙ୍କ ସଭାପତି ଭାବେ ସୋମବାର ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ଗୁଣଧର ଦାସମହାପାତ୍ର । ଶ୍ରୀ ଦାସମହାପାତ୍ର ବ୍ୟାଙ୍କର ଦ୍ୱିତୀୟ ଥର ଲାଗି ଏହି ଗୁରୁଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ଭାବେ ଦାୟିତ୍ୱ ନେବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ଦିନରେ ବ୍ୟାଙ୍କ ଯେଭଳି ସାଧାରଣଲୋକଙ୍କ ଅସୁବିଧାରେ ସହାୟତା ହୋଇପାରିବ ସେନେଇ କାର୍ଯ୍ୟ କରିବେ । ତତ୍ସହିତ ବ୍ୟାଙ୍କର ଆୟ ଯେଭଳି ମାତ୍ରାଧିକ ଭାବେ ବୃଦ୍ଧି ହେବ ତାହା ଉପରେ ଗୁରୁତ୍ୱ ଦେବେ ବୋଲି ମତପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଶ୍ରୀ ଦାସମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ସମୟରେ ତାଙ୍କ ସମର୍ଥକ ଓ ନିଦେ୍ର୍ଦଶକମାନେ ଉପସ୍ଥିତ ଥିଲେ । ଦାୟିତ୍ୱ ନେବା ପରେ ସମସ୍ତ ନିଦେ୍ର୍ଦଶକଙ୍କ ସହ ବ୍ୟାଙ୍କ ତରଫରୁ ନୂତନ ସଭାପତିଙ୍କୁ ଫୁଲଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା ।
ସୂଚନାଥାଉକି, ସଭାପତି ପଦ ଲାଗି ଗତ ବୁଧବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଉକ୍ତ ପଦବୀ ଲାଗି ୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଶେଷରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଗୁଣଧର ଦାସମହାପାତ୍ର । ନିର୍ବାଚନରେ ୧୫ଜଣ ନିଦେ୍ର୍ଦଶକ ନିର୍ବାଚିତ ହୋଇଥିବା ବେଳେ ବିଜେଡି ପକ୍ଷରୁ ଗୁଣଧର ସଭାପତି ପଦ ଲାଗି ନାମାଙ୍କନ ଦାଖଲ କରିଥିଲେ । ତାଙ୍କ ସପକ୍ଷରେ ୮ ଖଣ୍ଡ ଭୋଟ ଯାଇଥିବା ବେଳେ ବିରୋଧୀ ପ୍ରାର୍ଥୀ ଭାବେ ରବିନାରାୟଣ ଦାସଙ୍କ ଦଖଲକୁ ୬ ଖଣ୍ଡ ଭୋଟ ଯାଇଥିଲା ଓ ପ୍ରଧାନ ଧିରେନ ରାୟ ଖଣ୍ଡେ ବି ଭୋଟ ପାଇ ନ ଥିଲେ । ଏହି ସଭାପତି ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଗୁଣଧର ଦାସମହାପାତ୍ର ବାଜିମାତ୍ କରିଥିବା ନିର୍ବାଚନ ଅଧିକାରୀ ସତ୍ୟ ମହାନ୍ତି ବିଧିବଦ୍ଧ ଭାବେ ଘୋଷଣା କରିଥିଲେ । ସେ ସୋମବାର ବ୍ୟାଙ୍କର ତାଙ୍କ କାର୍ଯ୍ୟାଳୟରେ ପହଞ୍ଚô ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *