ନୂତନ ବ୍ଲକ୍ ଗଠନକୁ ୪ ପଞ୍ଚାୟତବାସୀଙ୍କ ବିରୋଧ

ମୋହନା (ଆପ୍ର): ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ର ସୁନ୍ଦରଡାଙ୍ଗଠାରେ ମୋହନା ବ୍ଲକ୍ର ଗୁଲୁବା, ଯୁବ, କେଶରିଗୁଡା, ଚୁଦଙ୍ଗପୁରକୁ ନେଇ ଏକ ନୂତନ ବ୍ଲକ୍ ଗଠନ ପାଇଁ ଚିଠି ଜାରି କରିଥିଲେ ଜିଲ୍ଲାପାଳ । ଏହାକୁ ନେଇ ମୋହନା ବ୍ଲକ୍ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁୂଣାଣିକୁ ଆସିବା ସମୟରେ ଉକ୍ତ ୪ ପଞ୍ଚାୟତର ସରପଞ୍ଚ ଯଥା ଚୁଡଙ୍ଗପୁର ସରପଞ୍ଚ ସେବତୀ ଗମାଙ୍ଗ, ଯୁବ ସରପଞ୍ଚ ଜିଖରିୟ ରଇତ, ଗୁଲୁବା ସରପଞ୍ଚ ରେଜନି ପ୍ରଧାନ, କେଶରୀଗୁଡା ସରପଞ୍ଚ ଆବ୍ରହମ ରଇତ ସମେତ ମୋହନା ବ୍ଲକ୍ ଅଧ୍ୟକ୍ଷ ରଞ୍ଜିବ ଶବର, ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସୁନୀଲ ବିଷୋୟୀ, ବିଧାୟକ ପ୍ରତିନିଧି ନିର୍ମଳ ପାଲ, ଅନ୍ତରବା ପୂର୍ବତନ ସରପଞ୍ଚ ବେଲେଣ୍ଟିନ ମାଝୀ ଓ ସାଧାରଣ ଜନତା ଜିଲ୍ଲାପାଳଙ୍କୁ ଘେରିବା ସହ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଗୁଲୁବା ପଞ୍ଚାୟତ ଠାରୁ ସୁନ୍ଦରଡାଙ୍ଗ ୭୦ରୁ ୮୦କି.ମି ଦୂର । ରାସନକାର୍ଡ, ମନରେଗା କାମ, ଶିକ୍ଷା, ସ୍ୱାସ୍ଥ୍ୟରେ ଜରୁରୀକାଳୀନ ପରିସ୍ଥିତିରେ ୮୦କି.ମି ଯିବା କାଠିକର ପାଠ । ଆମ୍ଭେମାନେ ମୋହନା ବ୍ଲକ୍ରୁ ଯେଉଁଭଳି ସୁବିଧା ପାଉଛୁ ସେଭଳି ସୁବିଧା ଆମକୁ ସେଠାରେ ମିଳିବ ନାହିଁ ବୋଲି ପଞ୍ଚାୟତବାସୀ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । ଦାବି ପୂରଣ ନ ହେଲେ ଆଗକୁ ରାସ୍ତାରୋକ ସହ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ, ବିନା ତଦନ୍ତରେ କିମ୍ବା ବିନା ସର୍ଭେରେ କୌଣସି ପଞ୍ଚାୟତକୁ ଭାଗ କରାଯିବ ନାହିଁ । ଏହି ଚିଠିଟି ବହୁ ଆଗରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଖକୁ ଯାଇଥିବା ହେତୁ ଏହାକୁ ଜାରି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *