କଡ଼ିପାରି ଆଶ୍ରମ ସ୍କୁଲ ଛାତ୍ର ମୃତ

ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା!
ଫୁଲବାଣୀ (ବୁ୍ୟରୋ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅଧୀନ କଡ଼ିପାରୀ ଆଶ୍ରମ ସ୍କୁଲର ୪ର୍ଥ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରର ମୃତୁ୍ୟ ହୋଇଛି । ମୃତ ଛାତ୍ର ଜଣକ ହେଲେ ଗୋଛପଡ଼ା ଟିଙ୍ଗିରିଟିକା ଗ୍ରାମର ବଦା କହଁରଙ୍କ ପୁଅ ଜାଙ୍ଗା କହଁର(୧୧) । ମୃତୁ୍ୟର ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ଫୁଲବାଣୀ ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତୁ୍ୟ ଘୋଷଣା କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଛାତ୍ର ଅସୁସ୍ଥ ଥିବା ଜାଣିବା ପରେ ଚିକିତ୍ସା ପାଈଁ ପ୍ରଥମେ ଗୋଛାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାକୁ ଆମ୍ବୁଲାନ୍ସ ଯୋଗେ ଫୁଲବାଣୀ ସଦରମହକୁମା ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତା’କୁ ମୃତ ଘୋଷଣା କରିଥିଲେ । ଶିକ୍ଷକ ଶିଶିିର କୁମାର ଅର୍ଥଙ୍କ କହିବା ପ୍ରକାରେ ରବିବାର ଅପରାହ୍ନ ୪ ଟାରେ ପିଲାଟିକୁ ଜ୍ୱର ହୋଇଥିବା ଜାଣି ପ୍ରଥମେ ଗୋଚ୍ଛାପଡ଼ା ପରେ ଫୁଲବାଣୀ ମେଡ଼ିକାଲ ନେଇଥିଲୁ । ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଜ୍ୱର ହେବାର ମାତ୍ର ସାଢେ ତିନି ଘଣ୍ଟା ପରେ ଜଣେ ଛାତ୍ରର ମୃତୁ୍ୟ କିପରି ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ତଦନ୍ତ ଜରୁରି ବୋଲି ଆଇନଜୀବୀ ତଥା ଜାଗ୍ରତ କନ୍ଧମାଳର ଉପଦେଷ୍ଠା ସତ୍ୟନାରାୟଣ ବେହେରା ଦାବି କରିଛନ୍ତି । ସମୟରେ ଚିକିତ୍ସା ମିଳି ନ ଥିବା ଯୋଗୁଁ ଛାତ୍ରର ମୃତୁ୍ୟ ଘଟିଥିବା ତା’ର ବାପା ବଦା କହଁର ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *