ବନ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଜନଶୁଣାଣି ଶିବିରରେ ଅଘଟଣ
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ରେ ସୋମବାର ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଚାଲିଥିବା ବେଳେ ନିଲମ୍ବିତ ହୋଇଥିବା ଜଣେ ବନ ବିଭାଗ କର୍ମଚାରୀ ଦେହରେ କିରାସିନି ଢାଳି ଆତ୍ମାହୁତୀ ଉଦ୍ୟମ କରିଛନ୍ତି । ସମ୍ପୃକ୍ତ କର୍ମଚାରୀ ଜଣକ ବନ ବିଭାଗର ହାତୀ ସ୍କ୍ୱାଡ୍ର କର୍ମଚାରୀ ହୋଇଥିବା ବେଳେ ତାଙ୍କ ଘର ମାଣିକମରା ପଞ୍ଚାୟତ କାଦପଡାର ଶ୍ରୀନିବାଶ ସାହୁଙ୍କ ପୁଅ ବାବୁ ସାହୁ ବୋଲି ଜଣାପଡ଼ିଛି । ସେ ମହାବୀରୋଡ ରେଞ୍ଜର ଦଦରାଘାଟି ଫରେଷ୍ଟ ସେକ୍ସନରେ ଏକ ହାତୀ ସ୍କ୍ୱାଡ୍ରେ ନିୟୋଜିତ ଥିବା ବେଳେ କୌଣସି କାରଣକୁ ନେଇ ଦୀର୍ଘ ୭ ମାସ ତଳୁ ମହାବୀରୋଡ୍ର ତକ୍ରାଳୀନ ରେଞ୍ଜର ସୁବ୍ରତ ବେହେରା ତାଙ୍କୁ ନିଲମ୍ବିତ କରିଥିଲେ । ବକେୟା ଥିବା ୭ମାସର ପ୍ରାପ୍ୟ ନପାଇବାରୁ ପରିବାର ଚଳାଇବା ସ୍ଥିତିକୁ ଆଖି ଆଗରେ ରଖି ସେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ଆସିଥିଲେ । ହେଲେ ସେଠାରେ ସମାଧାନର କୌଣସି ନିଷ୍କର୍ସ ନବାହାରିବାରୁ ସେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରୁଥିଲେ । ତେବେ ନିକଟରେ ଥିବା ପୁଲିସ୍ କର୍ମଚାରୀମାନେ ତାଙ୍କୁ କାବୁ କରି ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *