ଝାଡ଼ାବାନ୍ତିରେ ଶତାଧିକ ଆକ୍ରାନ୍ତ
ବେତନଟୀ (ଆପ୍ର): ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ର ଦହିକୋଟୀ ପଞ୍ଚାୟତର ଚିତାଡ଼ିହି ଗ୍ରାମରେ ଦୂଷିତ ପାଣି ପିଇ ଶତାଧିକ ଲୋକ ସୋମବାର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୨୫ ଜଣରୁ ଅଧିକ ଆକ୍ରାନ୍ତଙ୍କୁ ଗୁରୁତର ଅବସ୍ଥାରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରୋଗୀଙ୍କ ସଂଖ୍ୟା ଅଧିକ ହେବାରୁ ଡାକ୍ତରଖାନା ବାରଣ୍ଡାରେ ରଖି ଚିକିତ୍ସା କରାଯାଉଛି । ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ମହିଳା ରହିଛନ୍ତି । ରଞ୍ଜିତା ମହାନ୍ତ, ପିତାମ୍ବର ସିଂ, ଝିଲି ମହାନ୍ତ, ରଜନୀ ମହାନ୍ତ, ବାସନ୍ତୀ ସିଂ, ଲକ୍ଷ୍ମୀଧର ସିଂ, ରଶ୍ମି ସିଂ, କଟି ସିଂ, ଚମ୍ପା ପାତ୍ର, ମନୋଜ ସିଂ, ସୋମବାରୀ ସିଂ, ଶୁକ୍ରୁମଣୀ ସିଂ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ଗ୍ରାମର ଆଦିବାସୀ, କୁଡୁମୀ ଓ ପାତ୍ର ସଂପ୍ରଦାୟର ଲୋକମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି ।
ଗ୍ରାମରେ ପିଇବା ପାଣି ସମସ୍ୟା ଲାଗି ରହିଛି । ଲୋକମାନେ ଏକ ଖୋଲା କୂଅ ପାଣି ବ୍ୟବହାର କରୁଛନ୍ତି । କୂଅ ବିଶୋଧନ ହୋଇ ନ ଥିବା ବେଳେ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏହି ଭଙ୍ଗା ଦଦରା କୂଅ ଉପରେ ୨୫୦ରୁ ଅଧିକ ପରିବାର ନିର୍ଭର କରନ୍ତି । ଏହି କୂଅରୁ ପାଣି ପିଇ ଶତାଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ପିଇବା ପାଣି ସୁବିଧା ପାଇଁ ବିଗତ ଦିନରେ ଗ୍ରାମବାସୀ ପଞ୍ଚାୟତ, ବ୍ଲକ୍ ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ଅଭିଯୋଗ କରିଛନ୍ତି । ବିଭାଗୀୟ ଯନ୍ତ୍ରୀ ଲୋକଙ୍କ ବିପଦ ସମୟରେ ଫୋନ ନ ଉଠାଇବା ଏବେ ରାଜ୍ୟ ସରକାରଙ୍କ ୫-ଟି ବ୍ୟବସ୍ଥା ପ୍ରତି ସିଧା ଅଙ୍ଗୁଳିପାତ କରିଛି । ଘଟଣା ଜଣାପଡ଼ିବା ପରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସିପୁନ ପଣ୍ଡା ଝାଡ଼ାବାନ୍ତିରେ ଆକ୍ରାନ୍ତ ଗ୍ରାମବାସୀଙ୍କ ଚିକିତ୍ସା ଓ ସେମାନଙ୍କ ଉଦ୍ଧାର ନିମନ୍ତେ ଆଲର୍ଟ ଜାରି କରିଛନ୍ତି । ସମସ୍ତ ଜରୁରୀକାଳୀନ ଚିକିସôା କର୍ମଚାରୀଙ୍କୁ ଡାକ୍ତରଖାନାରେ ପହଞ୍ଚିବାକୁ ନିଦେ୍ର୍ଦଶ ଦିଆଯାଇଛି । ଚିତାଡ଼ିହିରେ ପହଞ୍ଚି ଡାକ୍ତରୀ ଦଳ ଆକ୍ରାନ୍ତଙ୍କୁ ଚିକିତ୍ସା କରିବା ଆରମ୍ଭ କରିଛନ୍ତି । ଗ୍ରାମର କୂଅ ଓ ପିଇବା ପାଣି ଉତ୍ସଗୁଡ଼ିକୁ ବିଶୋଧନ କରାଯାଇଛି । ଘଟଣା ସମ୍ପର୍କରେ ବେତନଟୀ ବିଡିଓ ସଂଗ୍ରାମ କେଶରୀ ପରିଡ଼ା ଓ ଆର୍ଡବ୍ଲୁ୍ୟଏସ୍ଏସ୍ ଉପଖଣ୍ଡ ଯନ୍ତ୍ରୀ ଦୁର୍ଯେ୍ୟାଧନ ମୁଣ୍ଡାଙ୍କୁ ସୂଚନା ଦିଆଯାଇଛି ।