୪ ଜଣ ନାସ୍ନାଲ୍ ଟପ୍ପର

ଆଇସିଏସ୍ଇ ଦଶମ ଫଳ ପ୍ରକାଶ
ନୂଆଦିଲ୍ଲୀ, ୧୭ା୭: ଆଇସିଏସ୍ଇ ବୋର୍ଡର ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି । ଏଥିରେ ଛାତ୍ରଙ୍କ ପାସ୍ ହାର ୯୯.୯୭% ଥିବା ସ୍ଥଳେ ଛାତ୍ରୀଙ୍କ ପାସ୍ ହାର ୯୯.୯୮% । ମୋଟ୍ ପାସ୍ ହାର ୯୯.୯୭ । ସର୍ବାଧିକ ମାର୍କ ରଖିଥିବା ୪ଜଣଙ୍କ ମଧ୍ୟରୁ ୩ଜଣ ଛାତ୍ରୀ । ଏମାନେ ସମସ୍ତେ ୯୯.୮୦ ସ୍କୋର ହାସଲ କରିଛନ୍ତି । ନାସନାଲ୍ ଟପ୍ପରମାନେ ହେଲେ ହରଗୁନ୍ କୌର ପୁଣେ, ଆନିକା ଗୁପ୍ତା, ପୁଷ୍କର ତ୍ରିପାଠୀ ଓ କନିଷ୍କା ମିତ୍ତଲ୍ ।
ମେ’ ମାସରେ କାଉନସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏଗ୍ଜାମିନେସନ୍ (ଆଇସିଏସ୍ଇ) ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା କରାଯାଇଥିଲା । ପ୍ରକାଶିତ ଫଳାଫଳ ଅନୁଯାୟୀ ଏଥର ୪ଜଣ ଛାତ୍ର ୯୯.୮% ମାର୍କ ରଖିଛନ୍ତି । ୩୪ ଜଣ ଛାତ୍ର ୯୯.୬% ମାର୍କ ରଖି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ମୋଟ୍ ୨୩୧୦୬୩ ଜଣ ପରୀକ୍ଷା ଦେଇଥିଲେ । ୧୦ମ ବୋର୍ଡ ପରୀକ୍ଷା ଚଳିତ ବର୍ଷ ଏପ୍ରିଲ୍ ୨୫ରୁ ଆରମ୍ଭ ହୋଇ ମେ’ ୨୩ ପର୍ଯ୍ୟନ୍ତ ଚାଲିଥିଲା ।
ଗତ ବର୍ଷ କୋଭିଡ୍ ଯୋଗୁ ଆଇସିଏସ୍ଇ ଓ ଆଇଏସ୍ସି ପରୀକ୍ଷା ହୋଇପାରି ନ ଥିଲା । ବିକଳ୍ପ ମାର୍କି ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା । ଗତ ବର୍ଷ ପାସ୍ ହାର ଥିଲା ୯୯.୭୬% ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *