ଭାରତରେ ପ୍ରଥମ ଆଫ୍ରିକାନ୍ ‘ସ୍ୱାଇନ୍ ଫ୍ଲୁ’ ଚିହ୍ନଟ
ଦିସପୁର (ଏଜେନ୍ସି): ମଙ୍କିପକ୍ସ ପରେ ଭାରତରେ ପ୍ରଥମ ଥର ପାଇଁ ଆଫ୍ରିକାନ ସ୍ୱାଇନ୍ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ସଂକ୍ରମଣ ଠାବ କରାଯାଇଛି । ଦିବ୍ରୁଗଡ଼ ଭୋଗାଲି ପଥର ଗାଁରେ ଏକ ଘୁଷୁରୀ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜାଣିବାକୁ ମିଳିଛି । ପ୍ରକାଶ, କେରଳରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ଦେଶବ୍ୟାପୀ ଆତଙ୍କ ସୃଷ୍ଟି ହୋଇଛି । ଏସବୁ ମଧ୍ୟରେ ଆସାମରେ ଘୁଷୁରୀମାନଙ୍କ ମଧ୍ୟରେ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଏନେଇ ସେଠାକାର ପ୍ରାଣୀଧନ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ପ୍ରକାଶ, ଦିବ୍ରୁଗଡ଼ରେ ଯେଉଁ ଅଞ୍ଚଳରୁ ଏହି ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ’ ସଂକ୍ରମିତ ଘୁଷୁରୀ ଚିହ୍ନଟ ହୋଇଛି ସେହି ଅଞ୍ଚଳ ଠାରୁ ପ୍ରାୟ ୧ କିମି ପରିଧି ବ୍ୟାପ୍ତ ଯେତେ ଘୁଷୁରୀ ଥିଲେ ସମସ୍ତଙ୍କୁ ମାରି ପୋତି ଦିଆଯାଇଛି । ଜିଲ୍ଲା ପ୍ରଶାସନ ନିଦେ୍ର୍ଦଶରେ ଏପରି କରାଯାଇଛି । ଏଥିସହ ପୂରା ଅଞ୍ଚଳକୁ ସାନିଟାଇଜ କରାଯାଇଥିବା ସେଠାକାର ସ୍ୱାସ୍ଥ୍ୟ ବିଭାଗ କହିଛି । ଏହି ରୋଗ ଅତ୍ୟଧିକ ସଂକ୍ରାମକ ଏବଂ ଏହାର କୌଣସି ଟିକା ନ ଥିବାରୁ ସରକାର ଘୁଷୁରୀ ମାଂସ ଖାଇବା ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ଗତ ଏପ୍ରିଲରେ ତ୍ରିପୁରା ସେପାହିଜାଲା ଜିଲ୍ଲାରେ ସରକାରୀ ଦେବୀପୁରା ଫାର୍ମ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ କରି ଆଫ୍ରିକାନ୍ ସ୍ୱାଇନ୍ ଫ୍ଳୁ ମାମଲା ସାମ୍ନାକୁ ଅ ।ସିଥିଲା । ଏହା ପରେ ରାଜ୍ୟ ପ୍ରାଣୀଧନ ଚିକିତ୍ସା ବିଭାଗ ୧୬୫ଟି ଘୁଷୁରୀକୁ ମାରି ପୋତି ଦିଆଯାଇଥିଲା ।