ପମ୍ପ୍ରେ ପେଟ୍ରୋଲ ବଦଳରେ ପାଣି: ଗ୍ରାହକ ଅସନ୍ତୁଷ୍ଟ

ଗାଙ୍ଗପୁର (ଆପ୍ର): ପେଟ୍ରୋଲର ଚଢ଼ା ଦର ସାଙ୍ଗକୁ ଗାଙ୍ଗପୁର ପେଟ୍ରୋଲ ପମ୍ପରୁ ଗାଡ଼ିରେ ପାଣି ମିଶା ପେଟ୍ରୋଲ ପକାଇ ରବିବାର ବହୁ ଗାଡ଼ି ଚାଳକ ହନ୍ତସନ୍ତ ହୋଇଛନ୍ତି । ରବିବାର ସକାଳେ କିଛି ମୋଟର ସାଇକେଲ ଚାଳକ ଗାଙ୍ଗପୁର ପେଟ୍ରୋଲ ପମ୍ପରୁ ଗାଡ଼ିରେ ପେଟ୍ରୋଲ ପକାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଗାଡ଼ି ଷ୍ଟାର୍ଟ ହୋଇ ନ ଥିବା ବେଳେ କେତେକ ଅଧା ରାସ୍ତାରେ ଅଟକି ଯାଇଥିଲା । ସନେ୍ଦହ ହେବାରୁ ଉକ୍ତ ପମ୍ପରୁ ବୋତଲରେ ପେଟ୍ରୋଲ ନେଇ ତାହା ଅପମିଶି୍ରତ ବୋଲି ଜାଣିବାକୁ ପାଇଥିଲେ । ବୋତଲରେ ଯେଉଁ ପେଟ୍ରୋଲ ସଂଗ୍ରହ ହୋଇଥିଲା ସେଥିରେ ତିନି ଭାଗ ପାଣି ରହିଥିବା ବେଳେ ମାତ୍ର ଏକ ଭାଗ ପେଟ୍ରୋଲ ରହିଥିଲା । ଏନେଇ ସେଠାରେ ଦୀର୍ଘ ସମୟ ଧରି ହଟ୍ଟଗୋଳ ଲାଗି ରହିଥିଲା । ପମ୍ପ ମାଲିକଙ୍କ ସହ ଯୋଗାଯୋଗ କରିବାରୁ ସେ ଘଟଣା ସମ୍ପର୍କରେ ପମ୍ପ ପରିଚାଳକଙ୍କ ସହ କଥା ହେବାକୁ କହିଥିଲେ । ପମ୍ପ ପରିଚାଳକଙ୍କୁ ପଚାରିବାରେ ସେ ସଫେଇ ଦେଇଥିଲେ ଯେ ପେଟ୍ରୋଲ ପ୍ରକ୍ରିୟାକରଣ ସମୟରେ ବେଳେ ବେଳେ ରାସାୟନିକ ଦ୍ରବ୍ୟର ମାତ୍ରା ଉଣା ଅଧିକ ହେଲେ ଏହିଭଳି ପରିସ୍ଥିତି ହୋଇଥାଏ ବୋଲି ସଫେଇ ଦେଇଥିଲେ । ଘଟଣା ପରେ ପମ୍ପକୁ ବନ୍ଦ କରିଦିଆଯାଇଥିବା ବେଳେ ସୋମବାର କମ୍ପାନୀ କର୍ତ୍ତୃପକ୍ଷ ଆସିଲେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିବ ବୋଲି ପମ୍ପ ପରିଚାଳକ ପ୍ରକାଶ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *