ଦୁର୍ବଳ ହେଲାଣି କେନାଲ ବନ୍ଧ

କେନାଲ ସଫେଇ ନାମକୁ ମାତ୍ର
ମାହାଙ୍ଗା (ଆପ୍ର): ଅଚୁ୍ୟତପୁର ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ୮ ନଂ କେନାଲ ଓ ୩୭ ଟି ଶାଖା କେନାଲ, ଚାରୋଟି ଫିଡର, ତିନୋଟି ମାହାରା ରହିଛି । ଏହି ସେକ୍ସନ୍ରେ ମାତ୍ର ୩ ଜଣ କର୍ମଚାରୀ ରହିଥିଲା ବେଳେ ଜଣେ ଖଲାସୀ ଓ ଜଣେ ପେଟ୍ରୋଲ କାର୍ଯ୍ୟ କରୁଛନ୍ତି ।
ଦୁଇ ବର୍ଷ ହେଲା କନିଷ୍ଠ ଯନ୍ତ୍ରୀଙ୍କ ପଦ ଖାଲି ପଡିଛି । ବର୍ତ୍ତମାନ ୮ ନଂ କେନାଲ ସଫେଇ ଜେସିବି ଦ୍ୱାରା ନାମକୁ ମାତ୍ର କରାଯାଉଛି । ଏପରିକି ୮ ନଂ କେନାଲର କେତେକ ସ୍ଥାନରେ ବନ୍ଧ ଦୁର୍ବଳ ଥିବା ବେଳେ ଗତ ବର୍ଷ ବାଲି ବସ୍ତା ପକାଯାଇ ବନ୍ଧ ମରାମତି କରାଯାଇଥିଲା ବେଳେ ଚଳିତ ବର୍ଷ ଏହି ବନ୍ଧ ମରାମତି କାର୍ଯ୍ୟ କରାଯାଉ ନାହିଁ । ଅପରପକ୍ଷରେ ନାମକୁମାତ୍ର କେନାଲ ସଫେଇ ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେବାର ହେଉଛି । ଯାହାଦ୍ୱାରା ଏବେଠୁଁ ଚାଷୀଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଲାଣି । ଚଳିତ ବର୍ଷ କେନାଲ ପାଣି ୮ ନଂ କେନାଲର ଶେଷ ମୁଣ୍ଡ ଯାଏଁ ଯିବନାହିଁ । ଏପରିକି କେନାଲରେ ପାଣି ଆସିଲେ ଶାଖା କେନାଲ ଗୁଡ଼ିକ ସଫେଇ କରାଯାଏ । ଶାଖା କେନାଲର ଅନେକ ସ୍ଥାନରେ ବନ୍ଧ ଦୁର୍ବଳ ହେବାରେ ଲାଗିଲେଣି । ଗତ ବର୍ଷ ବହୁ କେନାଲ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ବି କେତେକ କେନାଲର ବନ୍ଧ ଦୁର୍ବଳଥିବା ଓ ଭାଙ୍ଗି ଯାଇଥିବାରୁ କେନାଲ ପାଣି ଆସିଲେ ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି । ଏଣୁ ଜଳସମ୍ପଦ ବିଭାଗ କାହା ସ୍ୱାର୍ଥରେ କାର୍ଯ୍ୟ କରୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଜଳମ୍ପଦ ବିଭାଗ ଓ ଠିକାଦାରଙ୍କ ମଧୁଚନ୍ଦି୍ରକା ପାଇଁ ମାହାଙ୍ଗା ଅଞ୍ଚଳର କୃଷକମାନେ ଅନେକ ସମୟରେ ସମସ୍ୟା ଭୋଗୁଛନ୍ତି । ଏଣୁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ସହ ନିମ୍ନମାନର କେନାଲ ସଫେଇ ଓ କେନାଲ ବନ୍ଧ ମରାମତି କରିବା ଓ ପୋତି ହୋଇଥିବା କେନାଲର ପୁନରୁଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *