ଭୁଶୁଡ଼ିଲା ନନ୍ଦନକାନନର ନବନିର୍ମିତ ମାଙ୍କଡ଼ ଖୁଆଡ଼
ବାରଙ୍ଗ (ଆପ୍ର): ଲଗାଣ ବର୍ଷା ଯୋଗୁଁ ନନ୍ଦନକାନନରେ ପରିସରରେ ନିର୍ମାଣ କରାଯାଉଥିବା ମାଙ୍କଡ ଖୁଆଡ ଅଧାରୁ ଭୁଶୁଡ଼ି ପଡ଼ିଛି । ଗତକାଲି ୪୦ ଫୁଟରୁ ଲମ୍ବର ପାଚେରୀ ଭୁଶୁଡ଼ି ପଡ଼ିଥିବା ବେଳେ ଆଜି ପୁଣି ଲଗାଣ ବର୍ଷା ଯୋଗୁଁ ସକାଳୁ ପୁଣି ଗୋଟିଏ ଜାଗାରେ ପାଚେରୀ ଭୁଶୁଡ଼ି ପଡ଼ିବା ନେଇ କାମର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ଦେଖା ଦେଇଛି । ଅନ୍ୟପକ୍ଷରେ ଏହା ନିମ୍ନମାନର କାମ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ପ୍ରକାଶ ଯେ, ୨୦୨୧- ୨୨ ଆର୍ଥିକ ବର୍ଷରେ ସରକାରୀ ଅନୁଦାନ ଟଙ୍କାରୁ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ମାଙ୍କଡ ଖୁଆଡ ପାଇଁ ନନ୍ଦନକାନନ ପକ୍ଷରୁ ଟେଣ୍ଡର କରାଯାଇଥିଲା । ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ମାଙ୍କଡ ଖୁଆଡର୍ ନିର୍ମାଣ ଅବଧି କାର୍ଯ୍ୟଥିବା ବେଳେ ହେଲେ ଅଧାରୁ ବହୁô କମ୍ କାର୍ଯ୍ୟ ହୋଇଥିବା ଜଣାପଡିଛି । ସେପଟେ ଜନ୍ତୁ ବିଭାଗ ଦାୟୀତ୍ୱରେ ଥିବା ରେଞ୍ଜ ଅଫିସର ଜନ୍ତୁଙ୍କ ସୁରକ୍ଷା କଥା ଉପରେ ଧ୍ୟାନ ନଦେଇ ଠିକାଦାର କାର୍ଯ୍ୟକୁ ଗୁରୁତ୍ୱ ଦେବାରେ ଲାଗିପଡିଛନ୍ତି । ଠିକାଦାର କାର୍ଯ୍ୟକୁ ବ୍ୟବସାୟ ଭାବି କାମରେ ଧ୍ୟାନ ଦେଉଥିବା ବେଳେ ବିନା ଟେଣ୍ଡରରେ ଜନ୍ତୁ ରେଞ୍ଜରଙ୍କ ଦ୍ୱାରା ୧୨ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ପୁରୁଣା ମାଙ୍କଡ ଖୁଆଡକୁ ଭାଙ୍ଗିବାର ପ୍ରମୁଖ ଦାୟିତ୍ୱ ବହନ କରିଥିଲେ ବିଭାଗୀୟ ଜନ୍ତୁ ରେଞ୍ଜର । ବିଭାଗୀୟ ଜନ୍ତୁ ରେଞ୍ଜରଙ୍କ ତତ୍ତ୍ୱାବଧାନରେ ନିିର୍ମାଣ କରାଯାଉଥିବା ମାଙ୍କଡ ଖୁଆଡ଼ର ପାଚେରୀ ଭୁଶୁଡ଼ିବା ନେଇ ବିଭିନ୍ନ ଦିଗରୁ ସନେ୍ଦହ ବଢିବାରେ ଲାଗିଛି । ସିମେଣ୍ଟ କଂକ୍ରିଟରେ ନିର୍ମାଣାଧୀନ ଗାର୍ଡୱାଲ ପରିବର୍ତ୍ତେ ପୁରୁଣା ଭଙ୍ଗା ଦଦରା ଇଟା ଏବଂ ପୁରୁଣା ରଡରେ ନିମ୍ନମାନର କାର୍ଯ୍ୟ ଯୋଗୁଁ ସମସ୍ତ ପାଚେରୀ ଭୁଶୁଡ଼ି ଯିବ ବୋଲି ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ଏପଟେ ଭୁଶୁଡ଼ି ପଡ଼ିଥିବା ପାଚେରୀ କାର୍ଯ୍ୟ ପୁନର୍ବାର କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।