ଲଗାଣ ବର୍ଷା: ଜୀବନଯାତ୍ରା ଅଚଳ
ଫୁଲବାଣୀ (ବୁ୍ୟରୋ)/ ଖଜୁରୀପଡ଼ା (ଆପ୍ର): ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ବର୍ଷା ଲାଗି ରହିବା ଫଳରେ ବିଭିନ୍ନ ନଦୀ ଓ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି । ବହୁଅଞ୍ଚଳ ବାହ୍ୟ ଜଗତରୂ ବିଛିନ୍ନ ହୋଇଯାଇଛି । ଫୁଲବାଣୀ ସହର ବଜାର, ପ୍ରକୃତୀବିହାର, ଢିପକ୍ଷସକ୍ଷହି ଆଦି ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଡ୍ରେନ୍ରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଥିବାରୁ ଡ୍ରେନ ପାଣି ନିଷ୍କାସିତ ହୋଇ ନ ପାରି ରାସ୍ତାରେ ସୁଅ ଛୁଟୁଛି । ସେହିପରି ଫୁଲବାଣୀ ପିଲାସାଲକୀ ନଦୀରେ ରବିବାର ସକାଳୁ ବନ୍ୟା ଜଳ ଆସିବାରେ ସହରର ନଦୀ ଖଣ୍ଡି ସହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟକ୍ଷ ଜଳ ପ୍ରବାହିତ ହେଉଛି । ଫଳରେ ଡାକପାଲା, ଦାମିଗାଂ, ନୁଆରୀପଦର, ଆଲକ୍ଷମି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ସେହିପରି ଲଗାଣ ବର୍ଷାରେ ନବନିର୍ମିତ ନାରାୟଣୀ ପାର୍କର ପାଚେରି ଭୁଶୁଡ଼ିଯାଇଛି । ଲଗାଣ ବର୍ଷାରେ ଫୁଲବାଣୀ ସହର ସମେତ ଜିଲ୍ଲାର ତୁମୁଡିବନ୍ଧ, କୋଟଗଡ଼, ଦାରିଂବାଡ଼ି ଆଦି କେତକ ସ୍ଥାନରେ କଚା ଘର ଭୁଶୁଡିପଡ଼ିଛି । ସେହିପରି ଲଗାଣ ବର୍ଷରେ ବାଲିଗୁଡ଼ା ଏନ୍ଏ ସି ପକ୍ଷରୁ ଚାଲିଥିବା ପୋଖରୀ ପାଚେରି କିଛିଅଂଶ ଭୁଶୁଡିପଡିଛି । ନିମ୍ନମାନର କାମ ଯୋଗୁଁ ଏଭଳି ସ୍ଥିତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦୃଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି ।
ସେହିପରି ଲଗାଣ ବର୍ଷାରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗୁଦକ୍ଷରି ପଞ୍ଚାୟତ ସୁଡୁଲି ଆଦିବାସୀ ସାହିକୁ ଯିବା ବାଟରେ ଆମ୍ବଗଛ ପଡ଼ି ଦୁଇ ଘଣ୍ଟା ରାସ୍ତା ଅବରୋଧ ହୋଇଥିଲା । ଯଦ୍ଦ୍ୱାରା ଯାନବାହାନ ଯାତାୟାତରେ ସମସ୍ୟା ହୋଇଥିଲା । ଖବରପାଇ ଖଜୁରୀପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଗଛ କାଟି ରାସ୍ତା ସଫା କରିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଗଛ କାଟିବା ପାଇଁ ଅଗ୍ନିଶମ ବିଭାଗର ହାବିଲଦାର ସର୍ବେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଯୁଧିଷ୍ଠିର ସେଠି, ଦିବାକର ସାହୁ, ଗୌରୀ ଶଙ୍କର ସାହୁ, ଡ୍ରାଇଭର ପ୍ରଭାକର ଭୋଇ ପ୍ରମୂଖ ସାମିଲ ହୋଇଥିଲେ । ଏଥିରେ ଗ୍ରାମର ଗୁମାଲ ମଲ୍ଲିକ, ଶିବପ୍ରସାଦ ମଲ୍ଲିକ, ଦିଲ୍ଲୀପ ମଲ୍ଲିକ, ରାଜକିଶୋର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।