ବିପଦରେ ପୁରୀ-କୋଣାର୍କ ବେଳାମାର୍ଗ

ଜଳସମ୍ପଦ ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ ପରେ ବି କାର୍ଯ୍ୟ ଶୂନ
କୋଣାର୍କ (ଆପ୍ର): ସମୁଦ୍ରର ଗତିପଥ ପରିବର୍ତ୍ତନ ଏବେ ପୁରୀ-କୋଣାର୍କ ବେଳାମାର୍ଗ ପାଇଁ ବିପଦ ସୃଷ୍ଟି ହୋଇଛି । ରାମଚଣ୍ଡୀ ସାହୁଖଣତାଠାରୁ ଚନ୍ଦ୍ରଭାଗା ବେଳାମାର୍ଗ ରାସ୍ତାରେ ଜୁଆର ମାଡିÿ ଅତଡ଼ା ଖାସିବାରେ ଲାଗିଲେଣି । ପ୍ରତିକାର ନ ହେଲେ ଏହି ବେଳାମାର୍ଗ ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା ଦେଖାଦେଇଛି । ଦୁଇଦିନ ହେଲା ଇକୋ ରିଟ୍ରିଟ୍ ନିକଟରେ ରାସ୍ତା ଉପରେ ସମୁଦ୍ର ପାଣି ଜୁଆର ଭାଙ୍ଗୁଛି । ଫଳରେ ମୁଖ୍ୟ ରାସ୍ତା ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କା ପ୍ରକାଶ ପାଇଛି । ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଗତବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ ଏଜ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ୍‌ ସ୍ଥିତି ଅନୁଧ୍ୟାନ କରିବା ସହିତ ଡ୍ରୋନଦ୍ୱାରା ଫଟୋ ଉତ୍ତୋଳନ କରାଯାଇ ସବିଶେଷ ରିପୋର୍ଟ ସଂଗ୍ରହ କରାଯାଇଥିଲା । କିନ୍ତୁ ବେଳାମାର୍ଗର ସୁରକ୍ଷା ପାଇଁ କୌଣସି କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ ।
ପୁଣି ଚଳିତବର୍ଷ ସମାନ ସମସ୍ୟା ନେଇ ଖବର ପ୍ରସାରଣ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ନାମକୁମାତ୍ର ତତ୍ପରତା ପ୍ରକାଶ କରାଯାଇଛି । ଏକ ୩ ଜଣିଆ ବୈଜ୍ଞାନିକ ଟିମ୍‌ ଦ୍ୱାରା ବେଳମାର୍ଗ ରାସ୍ତାର ସ୍ଥିତି ଅନୁଧ୍ୟାନ କରାଯାଇଛି । ହେଲେ ବାରମ୍ବାର ସ୍ଥିତି ଅନୁଧ୍ୟାନ କରାଯାଉଥିଲେ ବି ପରେ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଥିବା ବେଳାମାର୍ଗର ସୁରକ୍ଷା ପାଇଁ ପଦକ୍ଷେପ ନିଆ ନ ଯିିବା ଓ ବିଭାଗର ନିଷ୍କ୍ରିୟତା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ୩୫ କିଲୋମିଟର ଦୈର୍ଘ୍ୟ ପୁରୀ-କୋଣାର୍କ ବେଳାଭୂମି ରାସ୍ତାର ନିକଟତର ହେବାକୁ ଲାଗିଛି ସମୁଦ୍ର । ଅନେକ ସମୟରେ ଜୁଆର ପାଣି ରାସ୍ତାରେ ଲହରି ମାଡ଼ୁଛି ।
ରାମଚଣ୍ଡୀ ନଈର ନୂଆ ମୁହାଣ ସାହୁ ଖଣତା ପାଶ୍ୱର୍ ଲୋଟସ ରିସର୍ଟ ପଛ ପଟୁ ଖୋଲିଥିବାରୁ ସମୁଦ୍ର ଅଧିକ ଉଗ୍ର ହୋଇଛି । ଅଶାନ୍ତ ସମୁଦ୍ରର ଉଗ୍ର ରୂପ ଦେଖି ଟିକନା, ଖାଲକଟା ପାଟଣା, ବରପଦା ଓ ଏହାର ଆଖପାଖ ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଚନ୍ଦ୍ରଭାଗାରୁ ସାହୁ ଖଣତା ପର୍ଯ୍ୟନ୍ତ ୩ କିଲୋମିଟର ଅଞ୍ଚଳରେ ସମୁଦ୍ର ଅଧିକ କରାଳ ରୂପ ଧାରଣ କରିଛି । ଅଧିକ ଉଚ୍ଚର ଢେଉ ମୁଖ୍ୟ ରାସ୍ତାକୁ ସୁରକ୍ଷା ଯୋଗାଉଥିବା ବାଲିବନ୍ତଗୁଡିକୁ ଧୋଇନେଇଛି । ଢେଉ ମାଡ଼ରେ ରାସ୍ତାକୁ ସୁରକ୍ଷିତ ରଖିଥିବା ପଥର ପାଚେରି ଭାଙ୍ଗିରୁଜି ଯାଇଛି । ଏବେ ମୁଖ୍ୟରାସ୍ତାରୁ ମାତ୍ର ୧ ମିଟର ଦୂରରେ ରହିଛି ସମୁଦ୍ର । ୨୦ ବର୍ଷ ମଧ୍ୟରେ ସମୁଦ୍ର ଏତେ ଉଗ୍ର ହେବା ଦେଖାଯାଇ ନ ଥିଲା ବୋଲି ସ୍ଥାନୀୟ ଅଧିବାସୀ କହିଛନ୍ତି ।
୧୯୯୯ ମହାବାତ୍ୟାରେ ସମୁଦ୍ର କରାଳ ରୂପ ଦେଖାଇଥିଲା । ସେବେଠାରୁ ବର୍ଷା ଋତୁରେ ସମୁଦ୍ର କୂଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ପୂର୍ବରୁ ପୁରୀ-କୋଣାର୍କକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଶାନ୍ତ ସମୁଦ୍ର ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ନୂତନ ମେରାଇନ ଡ୍ରାଇଭ ରାସ୍ତା ନିର୍ମାଣ କରାଯାଇଥିଲା । ଏହି ରାସ୍ତା ମଧ୍ୟ ଲହରି କାରଣରୁ କ୍ଷତିଗ୍ରସ୍ତ ହେବା ଆଶଙ୍କା ପ୍ରକାଶ ପାଇଛି । ଏହାର ସୁରକ୍ଷା ନିମିତ୍ତ ଚନ୍ଦ୍ରଭାଗାଠାରୁ ସାହୁ ଖଣତା ଲୋଟସ ରିସର୍ଟ ପଛ ପଟ ପର୍ଯ୍ୟନ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଜିଓ ସିନ୍ଥଟିକ୍ ୱାଲ ନିର୍ମାଣ କରାଯିବା ଆବଶ୍ୟକ ବୋଲି ବୁଦ୍ଧିସ୍ୱୀ ଓ ପରିବେଶବିତ ମତ ଦେଉଛନ୍ତି । ଅନ୍ୟଥା ଖୁବ୍ କମ ଦିନରେ ଏହି ବେଳାମାର୍ଗ ସମୁଦ୍ର ଗର୍ଭକୁ ·ଲିଯିବା କିଛି ଅସମ୍ଭବ ନୁହେଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *