ରାସ୍ତା ଉପରେ ଧାରଣା ଦେଲେ ସ୍ଥାନୀୟ ଲୋକେ

ଠିକାଦାର ନିମ୍ନମାନର କାମକରି ଲୁଟିନେଲେ ଲକ୍ଷାଧିକ ଟଙ୍କା
କଣ୍ଟାପଡା (ଆପ୍ର): ପ୍ରତାପନଗରୀ ଝାରପଡ଼ା କେନାଲ ରାସ୍ତାକାମ ନିମ୍ନମାନର କରି ଠିକାଦାର ଲକ୍ଷାଧିକ ଟଙ୍କା ଲୁଟିନେଲେ । ରାସ୍ତାକାମ କରିବାର ଦୁଇମାସ ହୋଇନଥିବା ବେଳେ ରାସ୍ତା ଗୁଡିକରେ ବିରାଟ ବିରାଟ ଖାଲ ସୃଷ୍ଟିହେଲା । ପିଚୁକାମ ନିମ୍ନମାନର ହୋଇଥିବାରୁ ଆଜି ଏଭଳି ଅବବ୍ୟସ୍ଥା ଉପୁଜିଛି । ଗୋବିନ୍ଦପୁର ପଞ୍ଚାୟତର ମାତ୍ର ଦୁଇ ତିନିଜଣ ବ୍ୟକ୍ତି ସିରସୁନ୍ଦରପୁର ଠାରେ ରାସ୍ତାପାଶ୍ୱର୍ରେ ପ୍ରଶାସନକୁ ନ ଜଣାଇ ଧାରଣା ଦେଇଛନ୍ତି । ଯାହାଦ୍ୱାରା ଉକ୍ତ ଘାଟରୁ ବାଲିଗାଡି ଯାତାୟାତ କରିନପାରି ଦିନତମାମ ନଦୀବନ୍ଧରେ ଗାଡିଗୁଡିକ ଛିଡା ହୋଇରହିଛି । ଏଭଳି ଧାରଣାକୁ ନେଇ ସାଧାରଣ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ସଷ୍ଟି ହୋଇଛି । ଏହା ରାଜନୈତିକ ଏଦେ୍ଦଶ୍ୟ ମୂଳକଭାବେ କରାଯାଉଛି ନା କାହା ନିଦେ୍ର୍ଦଶରେ କରାଯାଇଛି । ଠିକାଦାରମାନେ ରାସ୍ତାକାମ ନିର୍ମାଣ କରୁଥିବା ବେଳେ ସ୍ଥାନୀୟ କୁଜିନେତାମାନେ ଠିକାଦାରଙ୍କ ଠାରୁ ମୋଟାଅଙ୍କର ଅର୍ଥନେଇ ନିମ୍ନମାନର ରାସ୍ତାକାମ କରିବାକୁ ପ୍ରୋସôାହନ ଦେଉଛନ୍ତି । ଯାହାର ଅବ୍ୟବସ୍ଥା ଆଜି ଦେଖାଦେଇଛି । ସଂପୃକ୍ତ ଠିକାଦାର ରାସ୍ତାନିର୍ମାଣ କରିବା ପାଞ୍ଚବର୍ଷ ପର୍ଯ୍ୟନ୍ତ ଯାହା କ୍ଷତିଗ୍ରସ୍ତ ହୁଏ ଏହାର ମରାମତି କାମ କରିବା କଥା । ବର୍ତ୍ତମାନ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଝାରପଡାରୁ ଇଛାପୁର ରାସ୍ତା ପର୍ଯ୍ୟନ୍ତ । ରାସ୍ତା ଓ ଗୃହନିର୍ମାଣ ବିଭାଗ ତରଫରୁ ୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇ ନିମ୍ନମାନର ପିଚୁ କରାଯାଉଥିବା ବେଳେ ଏହି ରାସ୍ତାର ପ୍ରୋଟେକ୍ସନ ୱାଲ କାମ ମଧ୍ୟ ନିମ୍ନମାନର ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *