ବୃତ୍ତି ହରାଇଛନ୍ତି ୫ଠଠ ମତ୍ସଜୀବୀ

ଶୁଖିଲା ପଡ଼ିଛି ବଡ଼ଯୋଡ଼ ବନ୍ଧ
ବେତନଟୀ (ଆପ୍ର): ମୟୂରଭଞ୍ଜ ଜିଲ୍ଲା ବେତନଟୀ କ୍ଷୁଦ୍ର ଜଳସେଚନ ଉପଖଣ୍ଡ ଅଧୀନରେ ଜିଲ୍ଲାର ଆକର୍ଷଣୀୟ ବହୁବିଧ ଯୋଜନାଯୁକ୍ତ ବଡ଼ଯୋଡ଼ ବନ୍ଧ ରହିଛି । ସାଧାରଣତଃ ମୌସୁମୀ ବର୍ଷା ବେଳେ ଏହି ବନ୍ଧର ନିଷ୍କାସନ ପଥଦେଇ ବଳକା ପାଣି ବାହାରି ଥାଏ । ମାଛ ପ୍ରଜନନ ସମୟ ହେତୁ ବଳକା ପାଣି ଲହଡ଼ି ମାରିଲେ ମାଛ ଓହ୍ଲାନ୍ତି । ଏହି ମାଛକୁ ବନ୍ଧ ଚାରିପାଖରେ ରହୁଥିବା ମତ୍ସଜୀବୀ ମାରି ଜୀବିକା ନିର୍ବାହ କରନ୍ତି । ଏହି ମାଛର ସ୍ଥାନୀୟ ମାର୍କେଟ ସହିତ ବାରିପଦା, ବାଲେଶ୍ୱର, ଭଦ୍ରକ କେଉଁଝର ପର୍ଯ୍ୟନ୍ତ ପ୍ରବଳ ଚାହିଦା ଥିବାରୁ ଏହା ଖାଉଟୀ ମାନେ ଖୁସିରେ କିଣନ୍ତି । ଏଥିରୁ ସଂପୃକ୍ତ ମତ୍ସଜୀବୀ କିଛି ଟଙ୍କା ରୋଜଗାର କରିବା ସହିତ ମତ୍ସଜୀବୀ ସମବାୟ ମଧ୍ୟ ରୟାଲଟୀ ଆକାରରେ କିଛି ରାଜସ୍ୱ ପାଆନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଚଳିତ ବର୍ଷ ମୌସୁମୀ ବର୍ଷା ଆରମ୍ଭ ହୋଇ ଏକ ମାସ ହେଲାଣି, ହେଲେ ଏପର୍ଯନ୍ତ ପାଣି ନଷ୍କାସନ ପଏଣ୍ଟ ବା ସରପ୍ଲସ ଶୁଷ୍କ ପଡ଼ିଛି । ଏପରିକି ବନ୍ଧର ବାମ ଓ ଦକ୍ଷିଣ କେନାଲରେ ମଧ୍ୟ ଭରପୁର ପାଣିର ଅଭାବ ପରିଲକ୍ଷିତ ହୋଇଛି ।
ଏବର୍ଷ ମୌସୁମୀରେ ଅଧିକ ପାଣି ଆସିବ ନାହିଁ ଓ ମାଛ ମାରିବାର ସୁଯୋଗ ମିଳିବ ନାହିଁ ଏହାକୁ ନେଇ ଅନୁ୍ୟନ ୫୦୦ ମତ୍ସଜୀୀି ପରିବାର ଚିନ୍ତିତ ରହିଛନ୍ତି । ମୌସୁମୀ ସମୟରେ ମରା ଯାଉଥିବା ମାଛରୁ ହେଉ ଥିବା ରୋଜଗାରରେ ସାଧାରଣତଃ ଏହି ପରିବାରଗୁଡିକ ବର୍ଷ ତମାମ ନିଜର ପିଲାଙ୍କୁ ପାଠ ପଢ଼ାଇବା, ପର୍ବ ପର୍ବାଣୀ, ଝିଅଝିଆଣି ଓ ଅନ୍ୟାନ ଖର୍ଚ୍ଚ ତୁଲାଇ ଥାଆନ୍ତି । ଏବର୍ଷ ସେମାନଙ୍କୁ ନିରାଶ ହେବାକୁ ପଡ଼ିବ ବୋଲି ଏବେଠାରୁ ସ୍ପଷ୍ଟ ହୋଇଛି । ଘଟଣାକୁ ନେଇ ବଡ଼ଯୋଡ଼ ମତ୍ସ ସମବାୟର ସଭାପତି ଧର୍ମୁ ଦେହୁରୀ କୁହନ୍ତି, କେବଳ ଚଳିତ ବର୍ଷ ନୁହେଁ ଏପରି ବାରମ୍ବାର ହେଉଛି । ବିଗତ ଦଶ ବର୍ଷର ଇତିହାସକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଅନୁ୍ୟନ ଚାରି ବର୍ଷ ଏପରି ନିରାଶାର ଶିକାର ହୋଇଛନ୍ତି ମତ୍ସଜୀବୀ । ଅନ୍ୟପକ୍ଷରେ ବଡ଼ଯୋଡ଼ କେନାଲ ପାଣିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପାଣି ପଞ୍ଚାୟତର କର୍ମକର୍ତ୍ତା । ସ୍ୱଳ୍ପ ବୃଷ୍ଟିପାତକୁ ନେଇ ସାନନ୍ଦ ମହାନ୍ତ କୁହନ୍ତି, ମୌସୁମୀ ସମୟରେ ପାଣିର ଏପରି ଅବସ୍ଥା ହୋଇଥିବା ବେଳେ ଆଗକୁ ଏହି ବନ୍ଧ ଉପରେ ନିର୍ଭର କରୁଥିବା ୫ଟି ପଞ୍ଚାୟତର ଚାଷୀଙ୍କର ଧାନ, ପନିପରିବା, ତୈଳବୀଜ ଓ ଅନ୍ୟାନ ଚାଷ କିପରି ହେବ ତାହା ଚିନ୍ତାର ବିଷୟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *