ଡିଜିଟାଲ୍ ମିଡିଆ ଉପରେ ଅଙ୍କୁଶ

ନୂଆଦିଲ୍ଲୀ, ୧୫ା୭: ପ୍ରଥମଥର ପାଇଁ ନୁ୍ୟଜ୍ ୱେବ୍ସାଇଟ୍ଗୁଡ଼ିକୁ ଆଇନ ପରିସରଭୁକ୍ତ କରିବା ଉଦ୍ୟମ ଆରମ୍ଭ ହୋଇଛି । ନରେନ୍ଦ୍ର ମୋଦି ସରକାର ଡିଜିଟାଲ୍ ମିଡିଆ ପାଇଁ ନିୟାମକ ନିୟମ ଲାଗୁ କରିବେ । ଏଥିପାଇଁ ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନରେ ବିଲ୍ ଆଗତ ହେବ । ସଂଶୋଧିତ ଆଇନକୁ ମଞ୍ଜୁରି ମିଳିଲେ ଡିଜିଟାଲ୍ ନୁ୍ୟଜ୍ ୱେବ୍ସାଇଟ୍ ପାଇଁ ନିୟମ ଉଲ୍ଲଂଘନଜନିତ ଦଣ୍ଡ ବ୍ୟବସ୍ଥା ଲାଗୁ ହେବ । ଦଣ୍ଡସ୍ୱରୂପ ଜରିମାନା ଦାଖଲ କରିବାକୁ ହେବ ଅଥବା ୱେବ୍ସାଇଟ୍ର ପଞ୍ଜୀକରଣ ରଦ୍ଦ କରାଯିବ ।
ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ପ୍ରେସ୍ ଆଣ୍ଡ ପିରିୟଡିକାଲ୍ସ ବିଲ୍ରେ ପଞ୍ଜୀକରଣ ସମ୍ବନ୍ଧୀୟ ନିୟମାବଳୀର ସଂଶୋଧନ ପ୍ରକି୍ରିୟା ଆରମ୍ଭ କରାଯାଇଛି । ସଂଶୋଧିତ ଆଇନକୁ ମଞ୍ଜୁରି ମିଳିଲେ ପ୍ରତ୍ୟେକ ଡିଜିଟାଲ୍ ମିଡିଆରେ ସ୍ଥାନ ପାଉଥିବା ଖବର ମଧ୍ୟ ନୂଆ ଆଇନ ପରିସରଭୁକ୍ତ ହେବ । ଆଇନ ଲାଗୁ ହେବାର ୯ଠ ଦିନ ଭିତରେ ଡିଜିଟାଲ୍ ନୁ୍ୟଜ୍ ପବ୍ଲିସରମାନଙ୍କୁ ପଞ୍ଜୀକରଣ ପାଇଁ ପ୍ରେସ୍ ରେଜିଷ୍ଟ୍ରାର୍ଙ୍କ ନିକଟରେ ଆବେଦନ କରିବାକୁ ହେବ । ନିୟମ ଉଲ୍ଲଂଘନ ସ୍ଥିତିରେ ପ୍ରେସ୍ ରେଜିଷ୍ଟ୍ରାର୍ଙ୍କ ହାତରେ କାର୍ଯ୍ୟାନୁଷ୍ଠାନ ଅଧିକାର ରହିବ । ପ୍ରେସ୍ ରେଜିଷ୍ଟ୍ରାର୍ ସମ୍ପୃକ୍ତ ନୁ୍ୟଜ୍ ୱେବ୍ସାଇଟ୍ର ପଞ୍ଜୀକରଣ ରଦ୍ଦ କରିପାରିବେ କିମ୍ବା ଜରିମାନା ଦଣ୍ଡ ଦେଇପାରିବେ । ସୂତ୍ର ଅନୁଯାୟୀ ପ୍ରେସ୍ କାଉନ୍ସଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷଙ୍କ ସହ ଏକ ଅପିଲୀୟ ବୋର୍ଡ ଗଠନ ଯୋଜନା କରାଯାଇଛି । ତେବେ ପ୍ରସ୍ତାବିତ ବିଲ୍କୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଞ୍ଜୁରି ମିଳିନାହିଁ । ମଞ୍ଜୁରି ମିଳିବା ପରେ ଡିଜିଟାଲ୍ ମିଡିଆ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିୟନ୍ତ୍ରଣକୁ ଆସିଯିବ । ଉଲ୍ଲେଖଯୋଗ୍ୟ ଯେ, ଡିଜିଟାଲ୍ ମିଡିଆ ଏପର୍ଯ୍ୟନ୍ତ କୌଣସି ଆଇନ୍ ବା କଟକଣା ଅନ୍ତର୍ଭୁକ୍ତ ହୋଇନାହିଁ । ଡିଜିଟାଲ୍ ମିଡିଆ ସମ୍ବନ୍ଧୀୟ ବିଧେୟକର ସ୍ୱରୂପ କ’ଣ ହେବ, ଏ ବିଷୟରେ ସରକାରଙ୍କ ପକ୍ଷରୁ ଏଯାଏ ସ୍ପଷ୍ଟ କରାଯାଇନାହିଁ । ତେବେ ସୂତ୍ର ଅନୁଯାୟୀ ଏହା ପ୍ରେସ୍ ଓ ପୁସ୍ତକ ପଞ୍ଜୀକରଣ ଅଧିନିୟମ-୧୮୬୭ର ଅନୁରୂପ ହେବ । ଉକ୍ତ ଅଧିନିୟମ ଏପର୍ଯ୍ୟନ୍ତ କେବଳ ସମ୍ବାଦପତ୍ର ପାଇଁ ଲାଗୁ ହୋଇଆସୁଛି । ଡିଜିଟାଲ୍ ମିଡିଆକୁ ମିଡିଆ ନିୟାମକ ଆଇନ୍ ପରିସରଭୁକ୍ତ କରିବାର ଉଦେ୍ଦଶ୍ୟ ହେଉଛି, ସମ୍ବାଦପତ୍ର ଓ ଡିଜିଟାଲ୍ ମିଡିଆ ମଧ୍ୟରେ ଆଇନଗତ ପ୍ରଭେଦ ନ ରଖିବା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *