ମହାରାଷ୍ଟ୍ରରେ ଜଳ ପ୍ରଳୟ
ମୁମ୍ବାଇ/ ନୂଆଦିଲ୍ଲୀ (ଏଜେନ୍ସି): ଦେଶର ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ କେତେକ ରାଜ୍ୟରେ ଏହା ପ୍ରାଣଘାତୀ ସାବ୍ୟସ୍ତ ହେବାରେ ଲାଗିଛି । ଏଥିସହ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଏବଂ ଅନେକ ଲୋକ ଜଳଘେରରେ ବନ୍ଦୀ ହୋଇରହିଥିବା ସମ୍ପର୍କରେ ସୂଚନା ମିଳିବାରେ ଲାଗିଛି । ଅନେକ ରାଜ୍ୟରେ ବିଭିନ୍ନ ଅଞ୍ଚଳଗୁଡ଼ିକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବର୍ଷାର ଉକ୍ରଟ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୨୩ଟି ରାଜ୍ୟରେ ମୌସୁମୀ ବର୍ଷା ସକ୍ରିୟ ହୋଇଥିବା ବେଳେ ବିଶେଷତଃ ୫ଟି ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ସ୍ଥିତି ଅସମ୍ଭାଳ ହୋଇପଡିଛି । ଗୁଜରାଟରେ ୮ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ତେବେ ଏସବୁ ମଧ୍ୟରେ ମହାରାଷ୍ଟ୍ରରେ ବର୍ଷାର ଭୟଙ୍କର ରୂପ ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ସମସ୍ତ ନଦୀରେ ଜଳସ୍ତର ବଢିବାକୁ ଲାଗିଛି । ସେହିପରି ଗତକାଲି ବିଳମ୍ବିତ ରାତିରେ ୪ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ବର୍ଷା ବିତ୍ପାତଜନିତ ମୃତୁ୍ୟ ସଂଖ୍ୟା ୯୯ରେ ପହଞ୍ଚôଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇ ଅ ।ଡକୁ ଯାଉଥିବା ଜାତୀୟ ରାଜପଥକୁ ବନ୍ଦ୍ କରିଦିଆଯାଇଛି । ରାଜ୍ୟର ଏପ୍ରକାର ସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ୧୪ଟି ଏନ୍ଡିଆରଏଫ୍ ଟିମ୍କୁ ମୁତୟନ କରାଯାଉଛି । ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ପାଇଁ ଅରେଞ୍ଜ ତଥା ୟେଲୋ ଆଲର୍ଟ ଜାରି କରାଯାଇଛି । ପ୍ରଧାନମନ୍ତ୍ରୀ ନିରନ୍ତର ବର୍ଷା ତଥା ବନ୍ୟା ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରୁଥିବା ଏବଂ ସବୁପ୍ରକାର ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।