ଭାରତରେ ମଙ୍କିପକ୍ସ

ନୂଆଦିଲ୍ଲୀ, ୧୪ ।୭: କରୋନାର ମିନି ଚତୁର୍ଥ ଲହର ଚାଲିଥିବା ଭିତରେ କେରଳରେ ଜଣେ ବ୍ୟକ୍ତି ମଙ୍କିପକ୍ସରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ରକ୍ତ ନମୁନା ପୁଣେସ୍ଥିତ ଲାବ୍କୁ ରାଜ୍ୟ ସରକାର ପଠାଇଥିଲେ । ଗୁରୁବାର ଲାବ୍ ରିପୋର୍ଟ ଆସିବା ପରେ କେରଳରେ ହଇଚଇ ସୃଷ୍ଟି ହୋଇଛି । ସଂକ୍ରମିତ ବ୍ୟକ୍ତି ତିନିଦିନ ପୂର୍ବେ ମିଳିତ ଆରବ ଏମିରେଟ୍ସ (ୟୁଏଇ)ରୁ କେରଳ ଆସିଥିଲେ । ତାଙ୍କ ଶରୀରରେ ପ୍ରବଳ ଜ୍ୱର ଓ ମଙ୍କିପକ୍ସ ଲକ୍ଷଣ ଥିଲା ।
କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ମଙ୍କିପକ୍ସର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ସଂକ୍ରମିତ ବ୍ୟକ୍ତି ଜୁଲାଇ ୧୨ ତାରିଖ ଦିନ କେରଳର ତ୍ରିଭେନ୍ଦ୍ରମ୍ ଏୟାରପୋର୍ଟରେ ପହଞ୍ଚôଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଆଇସିଏମ୍ଆର୍ ଦ୍ୱାରା ଜାରି ଦିଶା ନିଦେ୍ର୍ଦଶ ଅନୁଯାୟୀ ସମସ୍ତ ଆନୁସଙ୍ଗିକ ପଦକ୍ଷେପ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍କିପକ୍ସ ଉପରେ ଦିଶା ନିଦେ୍ର୍ଦଶ ଦିଆଯାଇଛି । ଏବେ ସଂପୃକ୍ତ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଯଥା ତାଙ୍କ ପିତା, ମାତା, ଟ୍ୟାକ୍ସିଚାଳକ, ଅଟୋ ଚାଳକ ଏବଂ ଫ୍ଲାଇଟ୍ରେ ତାଙ୍କ ପାଖରେ ବସିଥିବା ୧୧ ଯାତ୍ରୀଙ୍କୁ ଚିହ୍ନଟ କରାଯାଉଛି ।
ଏହା ଦେଶର ପ୍ରଥମ ମଙ୍କିପକ୍ସ ମାମଲା ବୋଲି କୁହାଯାଇଛି । ଭାରତକୁ ମଙ୍କିପକ୍ସ ଆସିଯାଇଥିବା ସ୍ପଷ୍ଟ ହେବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ପତ୍ର ପଠାଇ ମଙ୍କିପକ୍ସ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି । ଉକ୍ତ ପତ୍ରରେ କୁହାଯାଇଛି ଯେ ମଙ୍କିପକ୍ସ ଲକ୍ଷଣ କୌଣସି ବ୍ୟକ୍ତିଙ୍କ ଠାରେ ପ୍ରକାଶ ପାଇଲେ ତକ୍ରାଳ ସମୁଚିତ ପଦକ୍ଷେପ ନେବାକୁ ହେବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମେ ୩୧ ତାରିଖ ଦିନ ସମ୍ଭାବ୍ୟ ମଙ୍କିପକ୍ସ ସଂକ୍ରମଣ ସଂପର୍କରେ ରାଜ୍ୟ ସରକାରମାନଙ୍କୁ ଆଲର୍ଟ କରାଇଥିଲେ ।
ଏଥର ମଧ୍ୟ ସ୍କ୍ରିନିଂ ଓ ଟେଷ୍ଟିଂ ପ୍ରତି ଧ୍ୟାନ ଦେବା ଲାଗି କେନ୍ଦ୍ର ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ମଙ୍କିପକ୍ସ ରୋଗୀଙ୍କୁ ହସ୍ପିଟାଲ୍ରେ ପୃଥକ କୋଠରୀରେ ରଖି ଚିକିତ୍ସା କରିବା ଲାଗି ପରାମର୍ଶ ଦିଆଯାଇଛି ।
ମକ୍ସିପକ୍ସ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ପକ୍ଷରୁ ମଧ୍ୟ ସତର୍କତା ଜାରି କରାଯାଇଛି । ଚଳିତ ବର୍ଷ ଡେମେକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋରେ ସର୍ବାଧିକ ମଙ୍କିପକ୍ସ ରୋଗୀଙ୍କ ମୃତୁ୍ୟ ଘଟିଛି । ପ୍ରାୟ ୩-୬% ମଙ୍କିପକ୍ସ ରୋଗୀ ପ୍ରାଣ ହରାଉଛନ୍ତି । ଆଫ୍ରିକାର କେତେକ ଇଲାକାରେ ଏ ରୋଗ ପ୍ରଥମେ ଦେଖାଦେଇଥିଲା । କିଛିମାସ ମଧ୍ୟରେ ଅନେକ ଦେଶକୁ ମଙ୍କିପକ୍ସ ବ୍ୟାପୀ ଯାଇଛି । ମଙ୍କିପକ୍ସ ରୋଗୀଠାରେ ଭାଇରସ୍ ଫ୍ଲୁ ଭଳି ଲକ୍ଷଣ ଦେଖାଦିଏ ଏବଂ ଚର୍ମରେ ଘା’ ସୃଷ୍ଟି ହୁଏ । ରୋଗୀର ନିକଟସମ୍ପର୍କରେ ଆସୁଥିବା ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *