କାନ୍ଥ ପଡ଼ି ମା’-ଝିଅ ମୃତ
ଫୁଲବାଣୀରେ ବର୍ଷା ବିତ୍ପାତ
ଫୁଲବାଣୀ, ୧୪ା୭ (ବୁ୍ୟରୋ): ଲଗାଣ ବର୍ଷାଯୋଗୁ ଫୁଲବାଣୀର ତ୍ରିଦେବ ନଗରରେ କାନ୍ଥପଡ଼ି ମାଆ ଝିଅ ପ୍ରାଣ ହରାଇଛନ୍ତି ଓ ବାପ ପୁଅ ଆହତ ହୋଇଛନ୍ତି । ଗୁରୁବାର ଅପରାହ୍ଣରେ ଏପରି ଅଘଟଣ ଘଟିବା ପରେ ତ୍ରିଦେବ ନଗରବାସୀଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ତ୍ରିଦେବ ନଗରରେ ରହୁଥିବା ବ୍ରଜବନ୍ଧୁ ମାଝୀ ଓ ତାଙ୍କ ପରିବାର ଲୋକେ ଖାଉଥିବା ସମୟରେ ଅଚାନକ ପଡ଼ିଶା ଘରର କାନ୍ଥ ଧସି ଯାଇଥିଲା । କାନ୍ଥ ତଳେ ବ୍ରଜବନ୍ଧୁ, ତାଙ୍କ ପତ୍ନୀ ସୁରତି ମାଝୀ, ଝିଅ ସ୍ମିତାରାଣୀ ମାଝୀ (୫ ବର୍ଷ ) ଓ ପୁଅ ରୋହନ ମାଝି ଫସି ରହିଥିଲେ । ସେମାନଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର ଲାଗି ଉଦ୍ୟମ କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ଟିମ୍ ହୁ୍ୟମ୍ୟାନିଟି ପହଞ୍ଚି କାନ୍ଥ ତଳେ ଚାପି ହୋଇ ରହିଥିବା ପରିବାକୁ ଉଦ୍ଧାର କରିଥିଲେ । ସଙ୍କଟାପନ୍ନ ଅବସ୍ଥାରେ ସମସ୍ତଙ୍କୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ସୁରତି ଓ ସ୍ମିତାରାଣୀଙ୍କୁ ମୃତ ଘୋଷଣା କରିଥିଲେ ।
ରୋହନର ଅବସ୍ଥାରେ ଉନ୍ନତି ଘଟିଛି । ବ୍ରଜବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଉପଜିଲ୍ଲାପାଳ ଶେଷଦେବ ମିଶ୍ର, ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରା ଓ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ମେଡ଼ିକାଲରେ ପହଞ୍ଚô ଚିକିତ୍ସା ବ୍ୟବସ୍ଥା କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ମିଶ୍ର ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲଙ୍କ ନିଦେ୍ର୍ଦଶରେ ମୃତକଙ୍କ ଆତ୍ମୀୟସ୍ୱଜନଙ୍କୁ ରେଡ୍କ୍ରସ ପାଣ୍ଠିରୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।
ଅନ୍ୟପକ୍ଷରେ ଆହୁରି ୪ ଦିନ ବର୍ଷା ସମ୍ବାବନା ଥିବାରୁ ଏକ ପାହାଡ଼ ଉପରେ ଘରକରି ରହୁଥିବା ତ୍ରିଦେବ ନଗରବାସୀଙ୍କୁ ଫଲବାଣୀ ସହରରେ ଥିବା ସଂସ୍କୃତିଭବନକୁ ସ୍ଥାନାନ୍ତର କରାଯାଇଛି । ପ୍ରଶାସନ ପକ୍ଷରୁ ପ୍ରାୟ ୫୦ଜଣଙ୍କୁ ସେଠାରେ ରଖାଯାଇ ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଛି ।