ସହରରେ କୁଢ଼କୁଢ଼ ଅଳିଆ

ସଫେଇ କର୍ମଚାରୀଙ୍କ ଆନେ୍ଦାଳନ
କେନ୍ଦୁଝର (ଆପ୍ର): ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର କେନ୍ଦୁଝରଗଡ଼ ପୌରପାଳିକାର ସଫେଇ କର୍ମଚାରୀ ଆନେ୍ଦାଳନ କରିଛନ୍ତି । ଫଳରେ ପୌରାଞ୍ଚଳରରେ ସଫେଇ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଶତାଧିକ ସଫେଇ କର୍ମଚାରୀ ପୌରପାଳିକା ଅଫିସ୍ ସମ୍ମୁଖରେ ଆନେ୍ଦାଳନ କରିବା ସହ ଅଫିସ ଘେରାଉ କରିଛନ୍ତି । ଦାବି ତୁରନ୍ତ ସମାଧାନ ନ ହେଲେ ଆନେ୍ଦାଳନ ଜାରି ରହିବ ବୋଲି ସେମାନେ କହିଛନ୍ତି ।
କେନ୍ଦୁଝରଗଡ଼ ପୌରାଞ୍ଚଳରେ ସଫେଇ କାର୍ଯ୍ୟ ଦୀର୍ଘ ବର୍ଷ ହେଲା ସୁରୁଖୁରୁରେ ଚାଲି ଆସୁଥିଲା । ଏଥିରେ ସ୍ଥାନୀୟ ଠିକାଦାର ତଥା ସଫେଇ କର୍ମଚାରୀମାନେ ଉପକୃତ ହେବା ସହ ସଫେଇ କାର୍ଯ୍ୟ ସୁଚାରୁରୂପେ ଚାଲି ଆସୁଥିଲା । ପରବର୍ତ୍ତୀ ସମୟରେ ସଫେଇ ଠିକାକାମ ବାହାର ଠିକା ସଂସ୍ଥା ହାତକୁ ଚାଲି ଯିବା ପରେ ସମସ୍ୟା ଆରମ୍ଭ ହୋଇଛି । ଏକ ପକ୍ଷରେ ସ୍ଥାନୀୟ ଠିକାଦାରଙ୍କୁ କାମ ନ ଦେବା ପାଇଁ ଚୟନ ପ୍ରକ୍ରତୟାରେ ବାହାର ଠିକାଦାରଙ୍କୁ ସୁହାଇଲା ଭଳି ଟେଣ୍ଡର କରାଯାଇଥିବା ଅଭିଯୋଗ ହୋଇଆସୁଛି । ଦୀର୍ଘ୨୫/୩୦ ବର୍ଷ ଧରି ସଫେଇ କାମ କରି ପରିବାର ପ୍ରତିପୋଷଣ କରି ଆସୁଥିବା ସଫେଇ କର୍ମଚାରୀ ଏବେ କାମ ହରାଇବା ଆଶଙ୍କା କରି ପ୍ରତିବାଦ କରି ଆସୁଛନ୍ତି ବୋଲି ଲକ୍ଷ୍ମୀ କାରୁଆ କହିଛନ୍ତି । ପୌରାଞ୍ଚଳରେ ବର୍ତ୍ତମାନ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଦୋକାନ ବଜାର ବଢୁଥିବାରୁ ସଫେଇ ପାଇଁ ଅଧିକ କର୍ମଚାରରଙ୍କ ଆବଶ୍ୟକତା ଥିବାବେଳେ କାହିଁକି ସଂଖ୍ୟା କମାଯାଉଛି ବୋଲି ମାଳତୀ ମୁଖୀ ସମେତ ସ୍ୱର୍ଣ୍ଣଲତା ମୁଖୀ, ରାଧା କାରୁଆ, ସନ୍ତୋଷ ମୁଖୀ ଅନ୍ୟମାନେ ପ୍ରଶ୍ନ କରିଛନ୍ତି ।
ପୌରପାଳିକାର କେତେକ ସ୍ଥାନୀୟ ନ୍ୟସ୍ତସ୍ୱାର୍ଥ ଅଧିକାରୀ ସ୍ଥାନୀୟ ସଫେଇ କର୍ମଚାରୀଙ୍କୁ ସମର୍ଥନ କରିବା ବଦଳରେ କେଉଁ ସ୍ୱାର୍ଥରେ ନୂତନ ଭାବେ କାମ ପାଇଥିବା ଠିକା ସଂସ୍ଥା ସମର୍ଥନରେ ବାହାରି ଛଟେଇ କରିବାକୁ ପ୍ରଚେଷ୍ଟା କରୁଛନ୍ତି ତାହାକୁ ସେମାନେ ପ୍ରତିବାଦ କରିଛନ୍ତି । କେନ୍ଦୁଝର ସହରରେ ସଫେଇ କାର୍ଯ୍ୟ ଠପ୍ ହୋଇ ଯାଇଥିବାରୁ ସହରରେ ମଇଳା ଆବର୍ଜନା ଏବେ ତେଣେ ପଡ଼ି ରହିଛି । ସଫେଇ କର୍ମଚାରୀ ଅଫିସ ସମ୍ମୁଖରେ ଏହାର ପ୍ରତିବାଦ ସହ ଅଳିଆ ଆବର୍ଜନାପୂର୍ଣ୍ଣ ଟ୍ରାକ୍ଟରକୁ ଆଣି କେନ୍ଦୁଝରଗଡ଼ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ରଖିଛନ୍ତି । ପୁଲିସ ଉପସ୍ଥିତିରେ ପୌର କାର୍ଯ୍ୟାଳୟରେ ଆଲୋଚନା ଚାଲିଥିବା ବେଳେ କୌଣସି ପ୍ରକାର ନିଯ୍ୟାସ ବାହାରି ପାରିନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *