ତିବ୍ବତର ସ୍ୱାଧୀନତା ନୁହେଁ, ସ୍ୱାୟତ୍ତତା ମାଗୁଛୁ

ନୂଆଦିଲ୍ଲୀ (ଏଜେନ୍ସି): ତିବ୍ବତୀୟ ଧର୍ମଗୁରୁ ଚତୁର୍ଦ୍ଦଶ ଦଲାଇ ଲାମା ଗୁରୁବାର ଏକ ବଡ଼ ବୟାନ୍ ଦେଇଛନ୍ତି । ସେ କହିଛନ୍ତି ଯେ ଚୀନ୍ ଠାରୁ ତିବ୍ବତ ସ୍ୱାଧୀନତା ଚାହୁଁନାହିଁ, ବରଂ ସ୍ୱାୟତ୍ତତା ଚାହୁଁଛି । ଏଥିସହ ତିବ୍ୱତୀୟ ବୌଦ୍ଧଧର୍ମର ସଂରକ୍ଷଣ ମଧ୍ୟ ଚୀନ୍ ଠାରୁ ଚାହୁଁଛନ୍ତି ।
ସମ୍ପ୍ରତି ଜମ୍ମୁ କାଶ୍ମୀର ଗସ୍ତରେ ଥିବା ଦଲାଇଲାମା କହିଛନ୍ତି ଯେ ଚୀନ୍ ଭଲଭାବେ ଜାଣିଛି ଯେ, ତିବ୍ବତକୁ ମୁକ୍ତ କରିଦେବା ଦ୍ୱାରା ତା’ର କ’ଣ ସମସ୍ୟା ହେବ । ଅନ୍ୟପକ୍ଷେ ଚୀନ୍ବାସୀ କିନ୍ତୁ ତିବ୍ବତ୍କୁ ଚୀନ୍ ସରକାର ମୁକ୍ତ କରିଦିଅନ୍ତୁ ବୋଲି ଚାହୁଁଛନ୍ତି । ତେବେ ତିବ୍ବତ ନିଜ ଦାବିକୁ ସ୍ପଷ୍ଟ କରିଆସିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ତିବ୍ବତ ପାଇଁ କିଛି ଅର୍ଥପୂର୍ଣ୍ଣ ସ୍ୱାୟତ୍ତତା ଓ ତିବ୍ବତୀୟ ବୌଦ୍ଧଧର୍ମର ସଂରକ୍ଷଣ ଦିଗରେ ଚୀନ୍ ସରକାର ଚିନ୍ତା କରିବା ଉଚିତ୍ ।
କିଛିଦିନ ପୂର୍ବେ ଚୀନ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜାନ କହିଥିଲେ ଯେ, ଦଲାଇଲାମା ହେଉଛନ୍ତି ଜଣେ ବିଚ୍ଛିନ୍ନତାବାଦୀ ନେତା । ଏହାର ଜବାବରେ ଦଲାଇଲାମା ଏହା କହିଛନ୍ତି । ଚଳିତ ମାସ ୭ରେ ନିଜର ୮୭ ତମ ଜନ୍ମଦିନ ଅବସରରେ ହିମାଚଳପ୍ରଦେଶର ଧର୍ମଶାଳାଠାରେ ଅନୁଷ୍ଠିତ ଏକ ସମାରୋହରେ ଦଲାଇଲାମା କହିଥିଲେ ଯେ ତିବ୍ବତ ସମସ୍ୟା କେବଳ ଏକ ରାଜନୈତିକ ସମସ୍ୟା ନୁହେଁ, ଏହା ସତ୍ୟର ଲଢେଇ ।
ସୂଚନାଯୋଗ୍ୟ, ୧୯୮୯ରେ ଦଲାଇ ଲାମାଙ୍କୁ ନୋବେଲ୍ ସମ୍ମାନରେ ସମ୍ମାନିତ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *