ହସ୍ପିଟାଲ୍ରେ ଆଉଟ୍ସୋର୍ସିଂକୁ ବିରୋଧ

ଭୁବନେଶ୍ୱର (ବୁ୍ୟରୋ): କ୍ୟାପିଟାଲ ହସ୍ପିଟାଲ ଓ ଆଚାର୍ଯ୍ୟ ହରିହର କର୍କଟ ହସ୍ପିଟାଲରେ ଆଉଟସୋର୍ସିଂ ନିଯୁକ୍ତିକୁ ବିରୋଧ କରିଛି କଂଗ୍ରେସ । ଏହାର ପ୍ରତିବାଦରେ ଗୁରୁବାରଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶଙ୍କ ସଭାପତିତ୍ୱରେ ଭୁବନେଶ୍ୱର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।
କଂଗ୍ରେସ କହିଛି କ୍ୟାପିଟାଲ ହସ୍ପିଟାଲକୁ ରାଜ୍ୟର ଅନ୍ୟତମ ଉକୃଷ୍ଟମାନ ହସ୍ପିଟାଲ କରି ଗଢ଼ି ତୋଳିବା ସହିତ ପୋଷ୍ଟ ଗ୍ରାଜୁଏଟ ପିଲାଙ୍କର ଶିକ୍ଷାନୁଷ୍ଠାନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ । ସରକାର ସ୍ୱାସ୍ଥ୍ୟଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସିଧାସଳଖ ନିଯୁକ୍ତି ପ୍ରଦାନ ନ କରି ଏ ସବୁକୁ ଆଜି ଆଉଟସୋସିଂ କରିବାପାଇଁ ନିଷ୍ପତି ନେଇସାରିଛନ୍ତି । ଯଦି ସରକାର ନିଜେ ନିଯୁକ୍ତି କରିପାରୁ ନାହାନ୍ତି ତାହାହେଲେ ବେସରକାରୀ ସଂସ୍ଥା ଦ୍ୱାରା ନିଯୁକ୍ତି କରାଇବା ଓ ଏ ସମସ୍ତ ସଂସ୍ଥାକୁ ବେସରକାରୀ ସଂସ୍ଥାକୁ ଟେକିଦେବା । ଏହା କଣ ନବୀନ ବାବୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ନିଷ୍ଠା କି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସାରା ଓଡ଼ିଶାର ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର କର୍କଟ ରୋଗି ମାନଙ୍କ ଆଶା ଭରଷା । ଆଜି ରାଜ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ହୁ ହୁ ବଢୁଥିଲା ବେଳେ ସରକାର ନିଜର ଉତର ଦାୟୀତ୍ୱ ନେବା ପରିବର୍ତେ ଏହାର ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ଆଉଟସୋସିଂ କରିବା କ’ଣ ଉଚିତକି? ଏ ଆଉଟସୋସିଂ କରିବାଦ୍ୱାରା ଗରିବ ଜନସାଧାରଣଙ୍କ ପାଖରୁ ଅଧିକ ୟୁଜର୍ସଫି ଆଦାୟ ହେବ ଏବଂ ଓଡ଼ିଶାର ମାନବସମ୍ବଳକୁ ଠିକା କର୍ମଚାରି ନିଯୁକ୍ତି କରିବା ଶ୍ରେୟ ହେବ ବୋଲି ଶ୍ରୀ ଦାଶ କହିଛନ୍ତି ।
ସେହିପରି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ କୁମାର ରାଉତରାୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହ ଏହି ନିଷ୍ପତିରୁ ତୁରନ୍ତ ସରକାର ଓହରି ଯାଆନ୍ତୁ ବୋଲି କହିଥିଲେ । ବରିଷ୍ଠ ଆଇନଜୀବି ଏବଂ କଂଗ୍ରେସ ନେତା ଶିବାନନ୍ଦ ରାୟ ସରକାରଙ୍କୁ ଏ ନିଷ୍ପତିରୁ କ୍ଷାନ୍ତ ରହିବା ସହିତ ଟାଟା ଯେଉଁ କ୍ୟାନସର ହସପିଟାଲ କରିବା କଥା ତାହା କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ । ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ସରକାର ସିଧାସଳଖ ନିଯୁକ୍ତି ଦେବା ପରିବର୍ତେ କାହିଁକି ରାଜ୍ୟର ଯୁବକମାନଙ୍କର ଭବିଷ୍ୟତକୁ କିଛି ବେପାରିଙ୍କ ହାତରେ ଟେକି ଦେଉଛନ୍ତି । ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଆସନ୍ତା ଦିନରେ ସରକାର ଏହି ନିଷ୍ପତିରୁ ନ ଓହରିଲେ ଜନସାଧାରଣଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ବିରୋଧରେ ଲଢ଼େଇ ଯୋରଦାର ହେବ । ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ମୋହନ ଜେନା, ସୁବ୍ରତ ମହାପାତ୍ର, ମିହିର ଆଚାର୍ଯର୍୍ୟ, ଦେବରାଜ ମିଶ୍ର, ବ୍ରହ୍ମାନନ୍ଦ ସାହୁ, ଆଶିଷ ମଲ୍ଲିକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *