କାଉଡ଼ିଆଙ୍କ ଶୃଙ୍ଖଳିତ ଜଳଲାଗି ଉପରେ ଗୁରୁତ୍ୱ

ଶ୍ରାବଣ ସୋମବାର ପାଇଁ ଲୋକନାଥ ମନ୍ଦିରରେ ପ୍ରସ୍ତୁତି ବୈଠକ
ପୁରୀ (ବୁ୍ୟରୋ): ଦୀର୍ଘ ୨ବର୍ଷ ପରେ ଚଳିତବର୍ଷ ଶ୍ରାବଣ ସୋମବାରରେ ଶୈବପୀଠରେ କାଉଡ଼ିଆମାନେ ଜଳଲାଗି କରିବେ । ପୁରୀ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରକୁ ମଧ୍ୟ ଶ୍ରାବଣ ମାସର ପ୍ରତି ସୋମବାର ହଜାର ହଜାର ବୋଲ ବମ୍ ଭକ୍ତ ଜଳଲାଗି ପାଇଁ ଆସିବେ । ଏଥିଲାଗି ଗୁରୁବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ଭବତରଣ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକରେ ମୁଖ୍ୟତଃ କାଉଡ଼ିଆମାନେ କିପରି ଶାନ୍ତିଶୃଙ୍ଖଳାର ସହ ଜଳଲାଗି କରି ଫେରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା । କାଉଡ଼ିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ବ୍ୟାରିକେଡ୍, ଲାଇଟ୍ ଓ କାଉଡ଼ି ରଖିବା ପାଇଁ ଭାରା ବନ୍ଧାଯିବ ।
ଅନ୍ୟପକ୍ଷରେ ଚଳିତଥର ୪ଟି ପାଳି ପଡୁଥିବା ବେଳେ ଆସନ୍ତା ୧୮ରେ ଶ୍ରାବଣ ମାସର ପ୍ରଥମ ସୋମବାର ପଡୁଥିବାରୁ ତୁରନ୍ତ ସମସ୍ତ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଉପଜିଲ୍ଲାପାଳ ଶ୍ରୀ ସାହୁ ନିଦେ୍ର୍ଦଶ ଦେଇଛନ୍ତି । ଯେଉଁ କାଉଡ଼ିଆଙ୍କୁ ଧାର୍ଯ୍ୟଦର ଠାରୁ ଅଧିକ ଦକ୍ଷିଣା ଦାବି କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉକ୍ତ ବୈଠକରେ ତହସିଲ୍ଦାର୍ ରବିନ୍ଦ୍ର କୁମାର ପ୍ରଧାନ, ବାସେଳୀସାହି ଥାନାଧିକାରୀ କୁଳମଣୀ ସେଠୀ, ବିଦୁ୍ୟତ୍ ବିଭାଗର ଅଧିକାରୀ, ପୌରପାଳିକା ଅଧିକାରୀ, ପାଳିଆ ସେବାୟତ ଓ କାନ୍ଧିଆ ସେବାୟତଙ୍କ ସମେତ ମନ୍ଦିରର ମ୍ୟାନେଜର୍ ମଧ୍ୟ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *