ଦୁର୍ନୀତିର ଚରମ ସୀମାରେ କନିଷି ତହସିଲ!

ରଙ୍ଗେଇଲୁଣ୍ଡା (ଆପ୍ର): ଦିନ ଥିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କନିଷି ତହସିଲ ସର୍ବାଧିକ ରାଜସ୍ୱ ଆଦାୟ କରି ଜିଲ୍ଲାରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକୃତ କରିଥିଲା । ଏଥିସହିତ ଲୋକେ ଅତିଶୀଘ୍ର ଆବଶ୍ୟକୀୟ ସୁବିଧା ପାଇପାରୁଥିଲେ । ମାତ୍ର ଦୁଃଖ ଏବଂ ପରିତାପର ବିଷୟ ବିଗତ ୧ବର୍ଷ ମଧ୍ୟରେ ଜନସାଧାରଣ ବିଭିନ୍ନ କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିଲେ ମଧ୍ୟ କିଛି ସୁଫଳ ପାଉନାହାନ୍ତି । ଜନଅସନ୍ତୋଷ ବୃଦ୍ଧି ପାଇ ଆନେ୍ଦାଳନ ପାଇଁ ଦାନା ବାନ୍ଧିଲେଣି ।
ଏଠାରେ ସ୍ଥାୟୀ ତହସିଲଦାର ନିଯୁକ୍ତ ନ ହେବା ଅସନ୍ତୋଷକୁ ଦ୍ୱିଗୁଣିତ କରୁଛି । ବାଘ ନ ଥିଲେ ମିରିଗ ନାଟ ନ୍ୟାୟରେ ଜଣେ ଅନଭିଜ୍ଞ କର୍ମଚାରୀଙ୍କୁ ତହସିଲ ଦାୟିତ୍ୱ ଦିଆଯାଇଛି । ତାଙ୍କ ବିରୋଧରେ ଅଞ୍ଚଳବାସୀ ପୁଳା ପୁଳା ଅଭିଯୋଗ କରିବାର ନଜିର ରହିଛି । ସଂପୃକ୍ତ କର୍ମଚାରୀ ଧରାକୁ ସରା ମାନିବାରେ ଲାଗିଛନ୍ତି । ବାଲି ମାଫିଆ, ପଥର କୁଅାଁରୀ ମାଫିଆଙ୍କ ଠାରୁ ମାସିକ ମୋଟା ଅଙ୍କର ବଟି ନେଇ ଗରିବ ଲୋକଙ୍କ କାର୍ଯ୍ୟକୁ ହେୟଜ୍ଞାନ କରୁଥିବା ଅଭିଯୋଗ ହେଉଛି । ପ୍ଲଟ ଏବଂ ଜମି ଉପରେ ଅତ୍ୟଧିକ ରେଜିଷ୍ଟ୍ରସନ୍ ପାଉଣା ବଢ଼ାଇବା ଯୋଗୁଁ ଗରିବ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବର୍ତ୍ତମାନ ସମୟରେ ଜମି ପଟ୍ଟା, ଆୟ, ଜାତିଗତ ପ୍ରମାଣପତ୍ର ନିର୍ଦ୍ଧାରିତ ସମୟରେ ବିଭାଗ ପକ୍ଷରୁ ପ୍ରଦାନ କରାଯାଉ ନ ଥିବା ଅଭିଯୋଗ ବଢ଼ିବାରେ ଲାଗିଛି । ମୋଟା ଅଙ୍କର ଲାଞ୍ଚ ନେଇ ପରିବାରର ଅନ୍ୟ ସଦସ୍ୟଙ୍କୁ ବାଦ୍ ଦେଇ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରୁଥିବା ଏକ ରାକେଟ୍ କାର୍ଯ୍ୟାଳୟରେ ସକ୍ରିୟ ଥିବା ସାଧାରଣରେ ଅଭିଯୋଗ ହେଉଛି । ଅତିରିକ୍ତ ତହସିଲଦାରଙ୍କ ଜଣେ ସମ୍ପର୍କୀୟ ଜମିପଟା ସହ ଅନ୍ୟାନ୍ୟ ପ୍ରମାଣପତ୍ରର ମଧ୍ୟସ୍ତ ସାଜିଥିବା ମଧ୍ୟ ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ସଜାଗ ନ ହେଲେ ଆଗକୁ ଏହା ଜନଆନେ୍ଦାଳନର ରୂପ ନେବ ଏଥିରେ ସନେ୍ଦହ ନାହିଁ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *