ବିଧାୟକଙ୍କୁ ଘେରିଲେ ବଳିଆପଣ୍ଡା ବସ୍ତି ବାସିନ୍ଦା

ପ୍ରତିଶ୍ରୁତି ପାଳନରେ ବିଳମ୍ବ
ପୁରୀ (ବୁ୍ୟରୋ): ଜାଗା ମିଶନରେ ଅନ୍ତର୍ଭୁକ୍ତ ହେବା ଲାଗି ବସ୍ତିବାସିନ୍ଦାମାନଙ୍କୁ ସାମିଲ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିଥିଲେ । ଉକ୍ତ ଯୋଜନାରେ ପୁରୀ ସହରର ଅନେକ ବସ୍ତିବାସିନ୍ଦା ସାମିଲ ହୋଇଥିବା ବେଳେ ବଳିଆପଣ୍ଡାସ୍ଥିତ ବିଜୟନଗର ବସ୍ତି ବାସିନ୍ଦା ବାଦ୍ ପଡ଼ିଛନ୍ତି । ଏନେଇ ବସ୍ତିବାସିନ୍ଦା ବାରମ୍ବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଧାରଣା ଦେବା ସମୟରେ ସେମାନଙ୍କ ଅସୁବିଧାକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଥିଲା । ତତ୍ସହିତ ଉକ୍ତ ଘଟଣାରେ ସ୍ଥାନୀୟ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ହସ୍ତକ୍ଷେପ କରି ବସ୍ତିବାସିନ୍ଦାମାନେ କିପରି ଶୀଘ୍ର ଜାଗା ମିଶନରେ ବସ୍ତି ସାମିଲ କରାଯିବା ସହ ପଟା ମିଳିବ ସେ ନେଇ ଉଦ୍ୟମ କରିବେ ବୋଲି ଧାରଣାରତ ବସ୍ତିବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।
ବିଧାୟକ ଶ୍ରୀ ଷଡ଼ଙ୍ଗୀଙ୍କୁ ବୁଧବାର ରାତିରେ ବସ୍ତିବାସିନ୍ଦାମାନେ ଦୀର୍ଘ ସମୟ ଧରି ଘେରାଉ କରିବା ସହ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ବୋଲି ଜିଦ୍ ଧରିଥିଲେ । ଯେକୌଣସି ମତେ ବିଧାୟକ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସମ୍ଭବ ହୋଇପାରି ନ ଥିଲା । ସେମାନଙ୍କର କେବଳ ଗୋଟିଏ ଜିଦ୍ ସେମାନଙ୍କୁ କେବେ ଜାଗା ମିଶନରେ ସାମିଲ ସହ ପଟା ମିଳିବ । ଏନେଇ ବିଧାୟକ ଉଦ୍ୟମ ଜାରି ରଖିଥିବା କହିଥିଲେ ମଧ୍ୟ ସେମାନେ ବୁଝି ନ ଥିଲେ । ଫଳରେ ବିଧାୟକଙ୍କୁ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ । ଶେଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ୍ୁ ବୁଝାସୁଝା କରିବା ପରେ ବସ୍ତିବାସିନ୍ଦାଙ୍କ କବଳରୁ ମୁକୁଳିଥିଲେ ବିଧାୟକ । ବିଧାୟକ କେବେ ବସ୍ତିବାସିନ୍ଦାଙ୍କ ଦାବିପୂରଣ କରିବାରେ ସଫଳ ହେଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *