ଶ୍ରୀଲଙ୍କାରେ ଇମର୍ଜେନ୍ସି
କଲମ୍ବୋ,୧୩ ।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫା ନ ଦେଇ ମାଳଦୀପ ପଳାଇବା ଏବଂ ସମ୍ବିଧାନର ଧାରା ୩୭(୧) ବଳରେ ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଙ୍ଘେଙ୍କୁ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ନିଯୁକ୍ତ କରିଥିବା ଖବର ପ୍ରଘଟ ହେବାପରେ ବୁଧବାର ସକାଳୁ ଆନେ୍ଦାଳନ ଅତି ଉଗ୍ରରୂପ ନେଇଛି । ପରିସ୍ଥିତି ଅଣାୟତ୍ତ ହେବା ଦେଖି ବିକ୍ରମସଙ୍ଘେ ଦେଶସାରା ଜରୁରୀ ପରିସ୍ଥିତି ଏବଂ ପଶ୍ଚିମାଞ୍ଚଳରେ କର୍ଫୁ୍ୟ ଜାରି କରିଛନ୍ତି । ସେପା ଓ ପୁଲିସକୁ ଆନେ୍ଦାଳନ ଦମନ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ।
ବୁଧବାର ହଜାର ହଜାର ଆନେ୍ଦାଳନକାରୀ ସଂସଦ ଗୃହ ଅଭିମୁଖେ ଶୋଭାଯାତ୍ରାରେ ଯାଇଥିଲେ । ବହୁ ସଂଖ୍ୟକ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଦଖଲ କରି ନେଇଛନ୍ତି । ଆଉ କେତେକ ବିକ୍ଷୋଭକାରୀ ରାଷ୍ଟ୍ରୀୟ ଟିଭି ‘ରୂପବାହିନୀ’କୁ କବ୍ଚା କରି ବୟାନ ଜାରି କରିବାରୁ ଉକ୍ତ ଚାନେଲ୍ର ପ୍ରସାରଣକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯାଇଥିଲା । ସେମାନେ ପ୍ରଧାନମନ୍ତ୍ରୀ ତଥା କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି । ରାଜଧାନୀ କଲମ୍ବୋର ବହୁ ସ୍ଥାନରେ ସୁରକ୍ଷା କର୍ମଚାରୀଙ୍କ ସହ ବିକ୍ଷୋଭକାରୀଙ୍କ ସଂଘର୍ଷ ଘଟିଛି । ଏଥିରେ ଜଣେ ବ୍ୟକ୍ତି ପ୍ରାଣ ହରାଇବା ସହିତ ୩୦ରୁ ଅଧିକ ଆହତ ହୋଇଛନ୍ତି । ଦେଶରେ ଅରାଜକ ସ୍ଥିତି ଦିନକୁ ଦିନ ବିପଜ୍ଜନକ ରୂପ ନେଉଥିବାବେଳେ ଆନେ୍ଦାଳନକାରୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଥିବା ଜଣାପଡ଼ିଛି ।
୭୩ ବର୍ଷୀୟ ରାଜପକ୍ଷେ ମାଳଦୀପରେ ପହଞ୍ଚିବା ପରେ ସେଠାରେ ଶ୍ରୀଲଙ୍କା ନାଗରିକମାନେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ସେ ସିଙ୍ଗାପୁର କିମ୍ବା ଦୁବାଇରେ ଶରଣ ନେବାକୁ ଯୋଜନା କରୁଥିବା ଖବର ମିଳିଛି ।
ପୂର୍ବତନ ରାଷ୍ଟ୍ରପତି ମୈତ୍ରୀ ପାଳ ସିରିସେନା ସାମ୍ପ୍ରତିକ ପରିସ୍ଥିତିରେ ତୀବ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ଏକ କ୍ଷମତାଲିପ୍ସୁ ଗୋଷ୍ଠୀ ଦେଶକୁ କମ୍ରାଗତ ଭାବେ ଧ୍ୱଂସ କରିଚାଲିଛନ୍ତି । ରାଷ୍ଟ୍ରପତି ଓ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତିଙ୍କର କୌଣସି ଜନାଦେଶ ନାହିଁ । ତେଣୁ ଏହି ଦୁହିଁଙ୍କ ଆଦେଶ ପାଳନ ପୂର୍ବରୁ ଶୀର୍ଷ ଅଧିକାରୀମାନେ ଦୁଇଥର ଚିନ୍ତା କରିବା ଆବଶ୍ୟକ । ବର୍ତ୍ତମାନ ସମୟରେ ସଶସ୍ତ୍ରବାହିନୀ ଆନେ୍ଦାଳନକାରୀଙ୍କୁ ସୁରକ୍ଷା ଦେବା ଆବଶ୍ୟକ । ସଂସଦରେ ଦଳର ଏକମାତ୍ର ସାଂସଦଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି । ଏବେ ସେହି ବ୍ୟକ୍ତି ହୋଇଛନ୍ତି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି । ଏହା ରାଜପକ୍ଷେ ଷ୍ଟାଇଲ୍ର ଗଣତନ୍ତ୍ର ଯାହାକି ଏକ ଫାର୍ସ ।