ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କମ୍ପାନୀ ଏମ୍ଡି

ବାଲେଶ୍ୱରରେ ସ୍ଥାପନ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍
ଭୁବନେଶ୍ୱର (ବୁ୍ୟରୋ): ବାଲେଶ୍ୱର ଜିଲ୍ଲାରେ ସ୍ଥାପନ ହେବ ବ୍ୟାଙ୍କ ନୋଟ୍ ପେପର ମିଲ୍ । ବୁଧବାର ଦିନ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କମ୍ପାନୀର ଓଡ଼ିଶା ପ୍ରକଳ୍ପ ସମ୍ପର୍କରେ ଅବଗତ କରାଇଛନ୍ତି । ବାଲେଶ୍ୱର ପ୍ରକଳ୍ପରେ କମ୍ପାନୀ ପ୍ରାୟ ୨୫୦୦ କୋଟି ଟଙ୍କା ନିବେଶ କରିବ । ଏହି ପ୍ରକଳ୍ପକୁ ଓଡ଼ିଶା ସରକାର ସବୁ ପ୍ରକାରର ସହାୟତା ଯୋଗାଇ ଦେବେ ବୋଲି ମଖ୍ୟମନ୍ତ୍ରୀ ତାଙ୍କୁ ଆଶ୍ୱାସନା ପ୍ରଦାନ କରିଛନ୍ତି । ଏହି ଅବସରରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ ।
ବ୍ୟାଙ୍କ ନୋଟ ପେପର ଇଣ୍ଡିଆ ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ ଲିମିଟେଡର ଏକ ଯୌଥ ଉଦ୍ୟୋଗ ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *