ଜାତୀୟ ଐତିହ୍ୟ ପାଲଟିବ ରାମ ସେତୁ!

ନୂଆଦିଲ୍ଲୀ (ଏଜେନ୍ସି): ‘ରାମ ସେତୁ’କୁ ରାଷ୍ଟ୍ରୀୟ ସ୍ମାରକ ଭାବେ ଘୋଷଣା କରିବା ଦାବି ସମ୍ପର୍କୀତ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ପିଟିସନ୍ ଉପରେ ଶୁଣାଣି କରିବା ପାଇଁ ସୁପ୍ରିମକୋର୍ଟ ସହମତି ପ୍ରକାଶ କରିଛନ୍ତି । ସ୍ୱାମୀଙ୍କ ଆବେଦନକୁ ଗ୍ରହଣ କରିବା ସହ ଆସନ୍ତା ୨୬ରେ ଏହି ପ୍ରସଙ୍ଗ ଉପରେ ଶୁଣାଣି କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଏନ୍ଭି ରମନ୍ନା ।
ସ୍ୱାମୀ, ନିଜ ପିଟିସନ୍ରେ ସୁପ୍ରିମକୋର୍ଟ, କେନ୍ଦ୍ର ସରକାରଙ୍କୁ ରାମ ସେତୁକୁ ରାଷ୍ଟ୍ରୀୟ ଧରୋହର ବା ସ୍ମାରକୀ ଭାବେ ଘୋଷଣା କରିବାକୁୂ ନିଦେ୍ର୍ଦଶ ଦେବାକୁ ଅନୁରୋଧ କରିଛନ୍ତି । ଏହା ଉପରେ ବୁଧବାର ସୁପ୍ରିମକୋର୍ଟ ସିଜେଆଇ ଜଷ୍ଟିସ୍ ଏନ୍ଭି ରମନ୍ନା, ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଶୁଣାଣି କରିଛନ୍ତି । ପିଟିସନ୍ରେ ଉଲ୍ଲେଖ କରାଯାଇଥିବା ଦାବିର ପ୍ରାସଙ୍ଗିକତାକୁ ହୃଦ୍ବୋଧ କରିବା ସହ ଖଣ୍ଡପୀଠ ଆସନ୍ତା ୨୬ରେ ଏହା ଉପରେ ଶୁଣାଣି କରିବାକୁ ତାରିଖ ନିର୍ଘଣ୍ଟ କରିଛନ୍ତି ।
ବୁଧବାର ଖଣ୍ଡପୀଠ ଶୁଣାଣି କରିବା ଅବସରରେ ସୁବ୍ରମଣ୍ୟମ ସ୍ୱାମୀ ନିଜ ପକ୍ଷ ରଖି କହିଛନ୍ତି ଯେ, ସେ ଏହି ମାମଲାର ପ୍ରଥମ ପର୍ଯ୍ୟାୟରେ ବିଜୟୀ ହୋଇସାରିଛନ୍ତି । ଅର୍ଥାତ୍ ସେ ପୂର୍ବରୁ ରାମ ସେତୁକୁ ନେଇ କରିଥିବା ଆବେଦନ ଉପରେ ଶୁଣାଣି ପ୍ରକ୍ରିୟା ଶେଷ ହୋଇସାରିଛି ଏବଂ କୋର୍ଟଙ୍କ ରାୟ ତାଙ୍କ ସପକ୍ଷରେ ଯାଇଛି । ଆଉ ଟିକେ ସରଳ ଭାଷାରେ ସ୍ୱାମୀ, ଖଣ୍ଡପୀଠଙ୍କୁ ବୁଝାଇବାକୁ ଯାଇ କହିଥିଲେ ଯେ, ସେ କରିଥିବା ପୂର୍ବ ଆବେଦନଜନିତ ମାମଲା ଉପରେ ହୋଇଥିବା ଶୁଣାଣି କାଳରେ କେନ୍ଦ୍ର ସରକାର ରାମ ସେତୁର ଅସ୍ତିତ୍ୱକୁ ସ୍ୱୀକାର କରିସାରିଛନ୍ତି । ଏସବୁ ମାମଲା ତଦାରଖ କରୁଥିବା କେନ୍ଦ୍ରମନ୍ତ୍ରୀ ତାଙ୍କ (ସୁବ୍ରମଣ୍ୟମ୍) ଦାବି ଉପରେ ବିଚାର କରିବା ପାଇଁ ୨ଠ୧୭ରେ ଏକ ବୈଠକ ଡ଼କାଇଥିଲେ ଏବଂ ଆଲୋଚନା ମଧ୍ୟ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର ଏହା ଉପରେ କୌଣସି ତତ୍ପରତା ଦେଖାଇନଥିଲେ ।
ସ୍ୱାମୀ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ସେ ଏକାଧିକ ଥର ଏହି ମାମଲା ଉପରେ ଶୁଣାଣି ପାଇଁ ଅନୁଗ୍ରହ କରିଥିଲେ ମଧ୍ୟ ଏହା ଉପରେ କୌଣସି ଶୁଣାଣି ପ୍ରକ୍ରିୟା ଆଗକୁ ବଢ଼ିପାରିନାହିଁ । ଏହ ଦେଶର ଐତିହ୍ୟ ସମ୍ପର୍କୀତ ମାମଲା ହୋଇଥିବାରୁ ଏହାକୁ ନ୍ୟାୟପାଳିକା ନିଜ ଶୁଣାଣି କାର୍ଯ୍ୟସୂଚୀରୁ ବାଦ୍ ଦେବା ଉଚିତ୍ ନୁହେଁ । ଗତ ବର୍ଷ ଏପ୍ରିଲ୍ ୮ତାରିଖରେ ମଧ୍ୟ ଏହି ମାମଲାରେ ତକ୍ରାଳ ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ଜାନୁଆରୀ ୨ଠ୨ଠରେ ସୁପ୍ରିମକୋର୍ଟ ଏହି ମାମଲାରେ ୩ ମାସ ମଧ୍ୟରେ ଶୁଣାଣି କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ପରେ ଶୁଣାଣି ତାଲିକାରୁ ଏହାକୁ ବାଦ୍ ଦିଆଯାଇଥିଲା । ତେବେ ବର୍ତ୍ତମାନ ସମୟରେ କେନ୍ଦ୍ର ସରକାର ଏସମ୍ପର୍କରେ ପୁନର୍ବିଚାର କରିବାକୁ ଏବଂ ଏନେଇ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଦେ୍ର୍ଦଶ ଦେବାକୁ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *