ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

କଟକ (ବୁ୍ୟରୋ): ରାଜ୍ୟର ପ୍ରାୟ ୧୨୧୯ ମହାବିଦ୍ୟାଳୟରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ବିଧାନସଭା କମିଟି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ସୁପାରିସ କରିଥିଲେ ମଧ୍ୟ ପଦକ୍ଷେପ ଶୂନ୍ । ଉଚ୍ଚଶିକ୍ଷା ବିଭାଗ ବାରମ୍ବାର ତଥ୍ୟ ମାଗୁଥିଲେ ବି କ୍ୟାଡର୍ ତିଆରି କରାଯାଇପାରୁନି । ସ୍ୱଚ୍ଛ ବଦଳି ନୀତି ନାହିଁ କି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ପାଇଁ ନିୟମ ତିଆରି ହେଉନି । ତେଣୁ କଲେଜଗୁଡ଼ିକର ଉଭୟ ପ୍ରାଶାସନିକ ଓ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଏ ନେଇ ଓଡ଼ିଶା ହାଇକୋର୍ଟ ଏକ ସ୍ପଷ୍ଟ ନିଦେ୍ର୍ଦଶନାମା ଜାରି କରିଛନ୍ତି ।
ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ କମଳାକାନ୍ତ ଦାସଙ୍କ ମାମଲା ସହିତ ଅନ୍ୟ ୯ଟି ମାମଲାର ଏକତ୍ର ଶୁଣାଣି କରି କହିଛନ୍ତି, ଉଚ୍ଚଶିକ୍ଷା ବିଭାଗର ନୀତିନିୟମ ଗୋଳିଆ କରି ରଖାଯାଇଛି । ରାଜ୍ୟ ସରକାର ମର୍ଯ୍ୟାଦାହାନି ହେଲା ଭଳି କାମ ନ କରି ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଉପରେ ଧ୍ୟାନ ଦେବା ଉଚିତ ।
ହାଇକୋର୍ଟ ତାଙ୍କ ରାୟରେ ସ୍ଥାୟୀ ଅଧ୍ୟକ୍ଷକୁ ନେଇ ମଧ୍ୟ ତର୍ଜମା କରିଛନ୍ତି । ଅସ୍ଥାୟୀ ଅଧ୍ୟକ୍ଷ ସବୁବେଳେ ବିବାଦର କାରଣ ବୋଲି କହିବା ସହିତ ଏକ ସ୍ଥାୟୀ, ନିରପେକ୍ଷ ଓ ସ୍ୱଚ୍ଛନୀତି ଅବଲମ୍ବନ କରି ଏହିଭଳି ବିବାଦଗୁଡିକୁ ସୀମିତ ରଖିବା ଆବଶ୍ୟକ । ସରକାର ନିୟମିତ ଅଧ୍ୟକ୍ଷ ନିଯୁକ୍ତି ନିମିତ୍ତ ଧ୍ୟାନ ଦିଅନ୍ତୁ । ସରକାର ବିଧିବଦ୍ଧ ଭାବେ ବରିଷ୍ଠତା ଭିତ୍ତିରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଦେବାକୁ ପଦକ୍ଷେପ ନିଅନ୍ତୁ । ହାଇକୋର୍ଟ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ୩୧-୦୮-୨୦ ତାରିଖର ନିଦେ୍ର୍ଦଶାବଳୀକୁ ରଦ୍ଦ କରି ଜନ୍ମ ତାରିଖ ଅନୁଯାୟୀ ବରିଷ୍ଠତାକୁ ଆଉ ବିଚାରକୁ ନେଇ ହେବନି ବୋଲି ଶୁଣାଇଛନ୍ତି । ଏଣିକି ବୈଧ ନିଯୁକ୍ତି ତାରିଖକୁ ବିଚାରକୁ ନେଇ ବରିଷ୍ଠତା ନିର୍ଣ୍ଣୟ କରାଯିବ ବୋଲି ନିଦେ୍ର୍ଦଶ ଦେଇଛନ୍ତି । ଅନ୍ୟପକ୍ଷରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ନେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୫ରେ ବୈଠକ ବସୁଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *