ପୁରୁଣାବଜାର ତିନି ଛକିରେ ରାସ୍ତାରୋକ

ମୋଚି ଛକ-ଭଦ୍ରକାଳୀ ରାସ୍ତା ବିପର୍ଯ୍ୟସ୍ତ
ଭଦ୍ରକ (ଆପ୍ର): ଭଦ୍ରକ କଚେରୀ ବଜାର ମୋଚି ଛକରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବାରମ୍ବାର ପେଚ ପକା କାର୍ଯ୍ୟ କରାଯାଇ ବିପୁଳ ପରିମାଣର ଅର୍ଥ ହରିଲୁଟ୍ ହୋଇଛି । ରାସ୍ତାର ବହୁ ସ୍ଥାନ ଜବରଦଖଲକାରୀଙ୍କ ଅଧୀନରେ ରହିଛି । ତେଣୁ ଜବରଦଖଲ ଉଚ୍ଛେଦ କରି ସରକାରୀ ରାସ୍ତା ଚିହ୍ନଟ କରିବା ସହ ରାସ୍ତାର ପ୍ରଶସ୍ତୀକରଣ ଓ ସ୍ଥାୟୀ ନିର୍ମାଣ ଦାବିରେ ପୁରୁଣାବଜାର ତିନି ଛକିରେ ବୁଧବାର ପୂର୍ବାହ୍ନ ୯ଟାରେ କଂଗ୍ରେସ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ପ୍ରାକ୍ତନ କାଉନସିଲର ଅଶ୍ରଫ ଅଲ୍ଲୀ ଖାନଙ୍କ ଆବାହକତ୍ତ୍ୱରେ ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ଏହି ରାସ୍ତାରୋକ କରାଯାଇଥିଲା । ରାସ୍ତରୋକ ଫଳରେ ପୁରୁଣାବଜାରର ମୁଖ୍ୟ ରାସ୍ତା ବନ୍ଦ ରହିଥିଲା । ଏହି ରାସ୍ତରୋକରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ରାଜନ ଲାହା, ପୀତବାସ ଧଳ, ତନଭିର ଖାନ, ଏନାମୁଲ ହକ୍, ହେମନ୍ତ ସାହୁ, ଶେଖ ଜାହିଦ୍, ଅମିତାବାଳା ଆଚାର୍ଯ୍ୟ, ମତଲୁବ ଅଲ୍ଲୀ ଖାନ, ଜିଲ୍ଲା କଂଗ୍ରେସ ଛାତ୍ର ସଭାପତି ଶେଖ ସାହିଲ, ଯୁବ କଂଗ୍ରେସ ଉପସଭାପତି ହେମନ୍ତ ମହାପାତ୍ର, ବିଜୟ ବାରିକ, ରଂଜନ ଜେନା, ମିର୍ଜା ଏକ୍ରାମ ବେଗ ପ୍ରମୁଖ ଉଦବୋଧନ ଦେଇଥିଲେ । ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ସୁଧାକର ରାଉତ୍, ହାଜୀ ଶେଖ ମହମ୍ମଦ ଫାରୁକ୍, ପୌରାଧ୍ୟକ୍ଷାଙ୍କ ପ୍ରତିନିଧି ଜାହିଦ ହବିବ୍, ନାସିରୁଦ୍ଦିନ ଖାନ, ଫରିୟାଦ ଖାନ, ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ଜାହିର ଖାନ, ସବିର ଖାନଙ୍କ ସମେତ ବହୁ ବୁଦ୍ଧିଜୀବୀ ଉକ୍ତ ଧାରଣାସ୍ଥଳରେ ପହଞ୍ଚି ଉକ୍ତ ଯୁକ୍ତିଯୁକ୍ତ ଦାବିକୁ ସମର୍ଥନ ଜଣାଇଥିଲେ ।
ପ୍ରକାଶ ଥାଉ କି ୨୦୧୮ ମସିହା ଅଗଷ୍ଟ ମାସ ୧ତାରିଖ ହଳଦିଡ଼ିହ ବାଇପାସରେ ଏହି ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରାଯାଇଥିଲା । ପ୍ରଶାସନ ୨ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ପାଳନ ହୋଇ ନାହିଁ । ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଜାହିଦ ହିବିବ୍, ସୁଧାକର ରାଉତ ପ୍ରମୁଖ ଦାବି କରିଥିଲେ । ଘଟଣାସ୍ଥଳରେ ଭଦ୍ରକ ତହସିଲଦାର ଓ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପହଞ୍ଚି ଆନେ୍ଦାଳନକାରୀଙ୍କ ସହ ଆଲୋଚନା କରି ଦାବି ପୂରଣର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଧାରଣାରତ ଶତାଧିକ ଆନେ୍ଦାଳନକାରୀ ଲିଖିତ ପ୍ରତିଶ୍ରୁତି ପାଇଁ ଅଡ଼ି ବସିଥିଲେ । ଶେଷରେ ଗୁରୁବାର ଠାରୁ ଜବରଦଖଲ ଚିହ୍ନଟ କାର୍ଯ୍ୟ ଆରମ୍ଭ ହେବା ସହ ଉଚ୍ଛେଦ କାର୍ଯ୍ୟ କରାଯିବ ଓ ଏହାପରେ ରାସ୍ତାର ସ୍ଥାୟୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ଣ ୩ଟାରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *