ଗିରଫ ଦାବିରେ ସିଂହଦ୍ୱାର ଥାନାରେ ଏତଲା

ବାହୁଡ଼ାରେ ଯୁବତୀଙ୍କ ପ୍ରତି ଯବାନଙ୍କ ଅଶାଳୀନ ବ୍ୟବହାର
ପୁରୀ (ବୁ୍ୟରୋ): ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦେଖିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଏପରିକି ସେମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇଦେବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିଲାଗି ୧୮୬ ପ୍ଲାଟୁନ୍ ଫୋର୍ସ ସହ ଏକ ହଜାର ପୁଲିସ ଅଧିକାରୀ ମୁତୟନ ହୋଇଥିଲେ । ଲକ୍ଷାଧିକ ଭକ୍ତ ପୁଲିସ ଉପରେ ଭରସା କରି ପରିବାରର ସମସ୍ତ ସଦସ୍ୟଙ୍କୁ ସାଥିରେ ଆଣି ବଡ଼ଦାଣ୍ଡରେ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଦଉଡ଼ି ଟାଣିବା ଲାଗି ଇଛାପ୍ରକଟ କରି ଆସିଥିଲେ ।
ବାହୁଡ଼ାଯାତ୍ରାରେ ରଥ ଟଣା ସମୟରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳଥିଲା । ଜଣେ ଯବାନ ସୁରକ୍ଷା ଲାଗି ମୁତୟନ ହୋଇଥିବା ବେଳେ କିଭଳି ସେ ନିଜେ ଜଣେ ଭକ୍ଷକ ସାଜିଛି ତାହା ସମସ୍ତଙ୍କୁ ଚକିତ କରିଥିଲା । ଏହାର ଭିଡିଓ ସୋସିଆଲ୍ ମିଡିଆ ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଏପରିକି ଘଟଣାକୁ ୪ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି । ଭିଡିଓରେ ସମସ୍ତ ପ୍ରମାଣ ସତ୍ତ୍ୱେ ଏସ୍ପି ହାତବାନ୍ଧି ବସିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଏସ୍ପି ଚୁପ୍ ବସି ରହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ବୁଧବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ କରାଯାଇଛି । ତତ୍ସହିତ ଉକ୍ତ ଘଟଣାରେ ତୁରନ୍ତ ଯବାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି ।
ସୂଚନାଥାଉକି, ଭାଇରାଲ୍ ହୋଇଥିବା ଭିଡିଓରେ ଜଣେ ଯୁବତୀ ବାହୁଡ଼ାରେ ରଥଦଉଡ଼ି ଟାଣୁଥିବା ବେଳେ ଯବାନ ଜଣଙ୍କ ଗହଳିର ସୁଯୋଗ ନେଇ ଯୁବତୀଙ୍କ ପ୍ରତି ଅଶ୍ଳୀଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *