ରାଜ୍ୟ କର୍ମଚାରୀଙ୍କୁ ଡବଲ୍ ଅଫର୍

ଭୁବନେଶ୍ୱର, ୧୨ା୭ (ବୁ୍ୟରୋ): ସରକାରୀ କର୍ମ·ରୀଙ୍କୁ ରାଜ୍ୟ ସରକାରଙ୍କ ଡବଲ ଅଫର । ଯେଉଁମାନେ ଘର ନିର୍ମାଣ ଲାଗି ଆଗ୍ରହୀ ଅଛନ୍ତି କିନ୍ତୁ ଅର୍ଥାଭାବ ଯୋଗୁ କରିପାରୁ ନାହାନ୍ତି ସେମାନେ ଘର ନିର୍ମାଣର ସ୍ୱପ୍ନ ସାକାର କରିପାରିବେ । କମ୍ ସୁଧରେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ନେଇ ଯୋଗାଇ ଦେବାକୁ ରାଜ୍ୟ ସରକାର କର୍ମ·ରୀଙ୍କୁ ଆକର୍ଷଣୀୟ ଉପହାର ଭେଟି ଦେଇଛନ୍ତି ।
ସୂଚନା ମୁତାବକ, ସରକାରୀ କର୍ମ·ରୀ ପାଇଁ ବଢିଛି ଗୃହ ନିର୍ମାଣ ଋଣ ସହାୟତା ରାଶି । ସ୍ଥାୟୀ କର୍ମ·ରୀମାନେ ୮ ପ୍ରତିଶତ ସୁଧରେ ପାଇବେ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ । ସପ୍ତମ ବେତନ କମିଶନ ସୁପାରିଶ ଭିତ୍ତିରେ ରାଜ୍ୟ ସରକାର ସରକାରୀ କର୍ମ·ରୀ ମାନଙ୍କ ପାଇଁ ଗୃହ ନିର୍ମାଣ ସହାୟତା ରାଶି ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି ।
ଋଣ ଉପରେ ସୁଧ ହାର ପରିମାଣ ମଧ୍ୟ ହ୍ରାସ କରାଯାଇଛି । ପୂର୍ବରୁ ସୁଧ ୧୧.୫% ଥିଲା । ଏଣିକି ସୁଧ ୮% ହାରରେ ଲାଗୁ ହେବ । ଏହି ଋଣ ୬୦-୪୦ ଅନୁପାତରେ ଦୁଇଟି ପର୍ଯ୍ୟାୟରେ କର୍ମ·ରୀମାନଙ୍କୁ ଦିଆଯିବ । ପୂର୍ବରୁ ୨୦୧୦ରେ ଲାଗୁ କରାଯାଇଥିବା ଗୃହ ନିର୍ମାଣ ସହାୟତା ନିୟମ ଅନୁଯାୟୀ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି । ବର୍ତ୍ତମାନ କମ୍ ସୁଧରେ ଗୃହ ନିର୍ମାଣ ସହାୟତା ପରିମାଣ ବୃଦ୍ଧି କରାଯାଇଛି । ଜାତୀୟ ପେନ୍ସନ୍ ସ୍କିମ୍ ଅଧୀନସ୍ଥ କର୍ମ·ରୀଙ୍କ ସହିତ ସମସ୍ତ ସ୍ଥାୟୀ ସରକାରୀ କର୍ମ·ରୀ ଏହି ସୁବିଧାର ଫାଇଦା ଉଠାଇ ପାଇପାରିବେ ବୋଲି କୁହାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *