ବାଲେଶ୍ୱରରେ ହେବ ନୋଟ୍ ଛପା କାଗଜ କଳ

ବାଲେଶ୍ୱର (ଆପ୍ର): ବାଲେଶ୍ୱରରେ ନୋଟ୍ ଛପା କାଗଜ କଳ ପ୍ରତିଷ୍ଠା ନିମିତ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ପ୍ରତିନିଧି ଦଳ ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଆର୍ବିଆଇ ଟିମ୍ ବାଲେଶ୍ୱର ଗସ୍ତରେ ଆସି ସଦର ଓ ରେମୁଣା ତହସିଲ ଅଧୀନରେ ଥିବା କସବା, ନରହରିପୁର, ପଦାବଡ଼ଗାଁରେ ସରଜମିନ ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।
ବହୁ ପ୍ରଚାରିତ ଏହି ବୃହତ୍ ପ୍ରକଳ୍ପ ନିମିତ୍ତ ଦୁଇଟି ସ୍ଥାନରେ ପ୍ରାୟ ୧୦୦ଏକର ଜମିର ଆବଶ୍ୟକତା ରହିଛି । ଯଦି ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ସ୍ଥାନରେ ୧୦୦ ଏକର ଜାଗା ଯୋଗାଇ ଦିଆଯାଏ ତେବେ ଭିନ୍ନଭିନ୍ନ ସ୍ଥାନରେ ପ୍ରକଳ୍ପ ପ୍ରତିଷ୍ଠା ନିଷ୍ପତ୍ତିରେ ପରିବର୍ତ୍ତନ କରାଯିବ ବୋଲି ଆର୍ବିଆଇ ଟିମ୍ ପକ୍ଷରୁ କୁହାଯାଇଛି । ଏଥିସହିତ ଆବଶ୍ୟକତା ଅନୁଯାୟୀ ସରକାରୀ ଜାଗା ନ ମିଳିଲେ ଘରୋଇ ବ୍ୟକ୍ତି ବିଶେଷଙ୍କ ଜମିକୁ ମଧ୍ୟ ଅଧିଗ୍ରହଣ କରାଯାଇ ପ୍ରକଳ୍ପ ·ଲୁ କରାଯାଇ ପାରିବ ବୋଲି ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ କହିଛନ୍ତି ।
ପ୍ରଥମେ ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଦଳ ସଦର ତହସିଲ ଅନ୍ତର୍ଗତ କସବା ଅଞ୍ଚଳକୁ ଯାଇ ଜାଗା ଦେଖିଥିଲେ । ଏହାପରେ ରେମୁଣା ତହସିଲ ଚଷାଖଣ୍ଡ ପଞ୍ଚାୟତର ପଦାଗାଁ ଅଞ୍ଚଳରେ ଥିବା ଜାଗା ବୁଲି ଦେଖିବା ପରେ ନରହରିପୁର ଓ ବାଉଁଶମୁହାଁ ଅଞ୍ଚଳକୁ ଯାଇଥିଲେ । ଆର୍ବିଆଇ ଟିମ୍ ସହିତ ସ୍ଥାନୀୟ ଅଧିକାରୀ ଓ କେତେକ ମୁରବି ସାମିଲ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର ସଦର ଓ ରେମୁଣା ତହସିଲରେ ନୋଟ୍ ଛପେଇ କାଗଜ କଳ ପ୍ରତିଷ୍ଠା ହେଲେ ସ୍ଥାନୀୟ ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁବିଧା ହେବା ସହିତ ଅନେକ ଲୋକଙ୍କୁ ପରୋକ୍ଷରେ ରୋଜଗାର ମିଳିପାରିବ । ଏଡି ଖବର ପ୍ରଚାରିତ ହେବା ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *