ଜୁନ୍ରେ ମୁଦ୍ରାସ୍ପୀତି ୭.ଠ୧%

ନୂଆଦିଲ୍ଲୀ (ଏଜେନ୍ସି): ଦେଶର ଖାଉଟି ତଥା ଉପଭୋକ୍ତାଙ୍କୁ ଜୁନ୍ ମାସରେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସରକାରୀ ତଥ୍ୟ ଅନୁସାରେ ଜୁନ୍ ମାସରେ ମୁଦ୍ରାସ୍ପୀତି ହାରରେ ମାମୁଲି ହ୍ରାସ ଘଟିଛି । ମଙ୍ଗଳବାର ସରକାର ଖୁଚୁରା ମୁଦ୍ରାସ୍ଫୀତି ହାର ସମ୍ପର୍କୀତ ତଥ୍ୟ ଜାରି କରିଛନ୍ତି । ଏଥିରେ ଜୁନ୍ରେ ମୁଦ୍ରାସ୍ପୀତି ହାର ୭.ଠ୧% ରହିଥିବା ଦର୍ଶାଯାଇଛି ।
ପ୍ରକାଶ, ଗତ ମେ ମାସରେ ଏହି ହାର ୭.ଠ୪% ରହିଥିବା ବେଳେ ଜୁନ୍ରେ ଏହା ୭.ଠ୧%କୁ ହ୍ରାସ ପାଇଛି । ତେବେ ବର୍ତ୍ତମାନ ସମୟ ସୁଦ୍ଧା ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ନିର୍ଦ୍ଧାରିତ କରାଯାଇଥିବା ଲକ୍ଷ୍ୟ ଠାରୁ ଖୁଚୁରା ମୁଦ୍ରାସ୍ଫୀତି ହାର ଯଥେଷ୍ଟ ଅଧିକ ରହିଛି । କ୍ରମାଗତ ୬ଷ୍ଠ ମାସରେ ମଧ୍ୟ ଖୁଚୁରା ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କର ଟାର୍ଗେଟ୍ ଉପରେ ରହିଛି । ରିଜର୍ଭ ବ୍ୟାଙ୍କ୍ ଏହି ସମୟ ସୁଦ୍ଧା ମୁଦ୍ରାସ୍ପୀତି ହାର ପାଇଁ ୨-୬ ପ୍ରତିଶତ ଯାଏଁ ଟାର୍ଗେଟ୍ କରିଥିଲା । ଆଗାମୀ ଦିନରେ ଆର୍ବିଆଇର ପରବର୍ତ୍ତୀ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *