ପାହାଡ଼ରୁ ଖସିଲା ଅତଡ଼ା
ମୋହନା (ଆପ୍ର): ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପ୍ରକୃତିର ତାଣ୍ଡବ ରହିଛି ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ପରିମଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଥା ଆର୍.ଉଦୟଗିରି ଥାନା ଅଧିନ ନୂଆପଳି ଗ୍ରାମ ଠାରେ । ଏହି ଗ୍ରାମର ନିକଟସ୍ଥ ଉପର ମୁଣ୍ଡରେ ରହିଥିବା ସାତ ଧାଙ୍ଗେଡି ପାହାଡ ଖସି ଭୁସ୍ଖଳନ ହୋଇଛି । ସୂଚନା ଅନୁସାରେ ସକାଳ ୬ଟାରୁ ଘଟିଥିବା ଏହି ଭୂସ୍ଖଳନରେ ଗ୍ରାମର ସାହିର ଚାରିପଟ ଏବଂ ଦାଣ୍ଡ ରାସ୍ତା ଏବଂ ମୁଖ୍ୟରାସ୍ତା ଉପରେ ୨/୩ଫୁଟ ଉଚ୍ଚରେ ମାଟି, ପଥର, ବର୍ଷା ପାଣି ଓ ଗଛ ଡାଳ ଅତଡା ଖସି ଆସିଛି । ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଛି । ନିକଟରେ ଥିବା ଅଧିକାଂଶ ଗୃହ ଗୁଡିକର ଆଂଶିକ କ୍ଷତି ଘଟିଛି । ଘର ଦାଣ୍ଡରେ ରଖିଥିବା ୫ଟି ବାଇକ୍ ମାଟିରେ ପୋତି ହୋଇ ନଷ୍ଟ ହୋଇଯାଇଛି । ଅଧିକାଂଶଙ୍କ ଘର ମୁହଁରେ ପଥର ପଡି ରହିଛି । ଘରୁ ବାହାରିବା ମଧ୍ୟ ମୁସ୍କିଲ ହୋଇଛି । ବ୍ଲକ୍ର ନଦୀମୁଠା ଦୁର୍ଗମ ୬ଟି ପଞ୍ଚାୟତ ପରିମଳ, ଉଦୟପୁର, ସମ୍ବଲପୁର, କିରାମା, ଅନୁଗୁରୁ ଓ ସୁନ୍ଦରଡାଙ୍ଗ ପଞ୍ଚାୟତରେ ଯୋଗାଯୋଗ ବ୍ୟାହତ ହୋଇଛି । ପାହାଡରୁ ଖସି ଆସିଥିବା ବଡ ବଡ ପଥର ମଧ୍ୟ ଗମନାଗମନରେ ବାଧା ସୃଷ୍ଟି କରିଛି । ଫଳରେ ଶତାଧିକ ଯାତ୍ରୀବାହୀ ଯାନବାହାନ ଦୀର୍ଘ ସମୟ ଯାତାୟାତ ମଧ୍ୟ ବନ୍ଦ ରହିଥିଲା । ସ୍ଥାନୀୟ ବ୍ଲକ୍, ତହସିଲ ପ୍ରଶାସନ ଓ ଅଗ୍ନିଶମ କର୍ମଚାରୀ, ପୁଲିସ୍ ବାହିନୀ ପହଞ୍ଚô ଡ୍ରଜର ସାହାଯ୍ୟରେ ରାସ୍ତା ସଫା କରିଥିବାରୁ ଯାତାୟାତ ସ୍ୱଭାବିକ ହୋଇଥିଲା । ଗ୍ରାମର ଦାଣ୍ଡ ରାସ୍ତାର ମାଟି ଅତଡା କାଡି ଉଦ୍ଧାର କାର୍ଯ୍ୟ କରାଯାଉଛି । ବିଭିନ୍ନ ଘରର ଆସବାବ ପତ୍ର କ୍ଷୟକ୍ଷତି ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ଗ୍ରାମରେ ୪୦ପରିବାରରେ ୨୫୦ରୁ ଊଦ୍ଧ୍ୱର୍ ଲୋକେ ବସବାସ କରନ୍ତି । ତାଙ୍କୁ ପରିମଳ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରି ୨ଦିନ ପର୍ଯ୍ୟନ୍ତ ଖାଇବା ବନେ୍ଦାବସ୍ତ କରାଯାଇଥିବା ସ୍ଥାନୀୟ ସରପଞ୍ଚ ଉମାଶଙ୍କର କାର୍ଜି କହିଛନ୍ତି । ଏନେଇ ବିଡିଓ ତଥା ଦାୟୀତ୍ୱରେ ଥିବା ତହସିଲଦାରଙ୍କୁ ପଚାରିବାରୁ କୌଣସି ପ୍ରତିକି୍ରୟା ଦେଇନାହାଁନ୍ତି ।