ନିଶା ମାଫିଆ ଘରେ ବୁଲିଲା ବୁଲ୍ଡୋଜର
ଭୁବନେଶ୍ୱର(ବୁ୍ୟରୋ): କୁଖ୍ୟାତ୍ ନିଶା ମାଫିଆ କୁଷ୍ଣ ଚନ୍ଦ୍ର ନାଥ ଓରଫ ପାକା ବିରୋଧରେ ପଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଢଙ୍ଗରେ ପାକା ବେଆଇନ ଭାବେ ନିର୍ମାଣ କରିଥିବା ଘରକୁ କମିଶନ୍ରେଟ୍ ପୁଲିସ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି । କଳାରାହାଙ୍ଗ ମୌଜାର ଇଞ୍ଜଣାରେ ୧.୫ ଏକର ସରକାରୀ ଜାଗା ଦଖଲ କରି ପାକା ଘର ନିର୍ମାଣ କରିଥିଲା ।
ମଞ୍ଚେଶ୍ୱର ପୁଲିସ, ବିଡିଏ ଅଧିକାରୀ ମଙ୍ଗଳବାର ସକାଳେ ଫୋସଁ ସହିତ ପହଞ୍ଚି ତା’ ଘର ଭାଙ୍ଗିଥିଲେ । ପାକା ଏବେ ଜେଲରେ ଅଛି । ପାକା ବିରୋଧରେ ମଞ୍ଚେଶ୍ୱର ଥାନାରେ ୭, ଚନ୍ଦ୍ରଶେଖରପୁର ଥାନାରେ ୧ ଓ ଇନ୍ଫୋସିଟି ଥାନାରେ ୨ ଟି ମାମଲା ରହିଛି । ଦୀର୍ଘ ଦିନ ହେଲା ସେ ବ୍ରାଉନ ସୁଗର ବେପାର କରିଆସୁଥିଲା ।