ସମସ୍ୟାବହୁଳ ୫୩ ନଂ ଜାତୀୟ ରାଜପଥ
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବଜାରଠାରୁ ମାତ୍ର ୨ କିଲୋମିଟର ଦୂରରେ ହାତୀଲୁଚାଣି ଛକ । ସେହି ଛକଠାରୁ ପରଜଙ୍ଗ ବଜାର ଦେଇ ବାରିହାପୁର ଗ୍ରାମର ଦୁର୍ଗାମନ୍ଦିର ପର୍ଯ୍ୟନ୍ତ ୫୩ ନଂ ଜାତୀୟ ରାଜପଥ ଦିର୍ଘଦିନ ହେଲା ଶୋଚନୀୟ ଅବସ୍ଥାରେ ରହିଥିଲେ ମଧ୍ୟ ଏହାକୁ ମରାମତି ଦିଗରେ ବିଭାଗୀୟ ଅଧିକାରୀ ଶୁଣୁ ନାହାଁନ୍ତି । ସମସ୍ୟା ବହୁଳ ରାସ୍ତା ମରାମତି କରିବା ପାଇଁ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେଉଥିଲେ ମଧ୍ୟ କୋ÷ଣସି ସୁଫଳ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ହାତୀଲୁଚାଣି ଛକ ନିକଟରେ ରହିଥିବା ପେଟ୍ରୋଲ ପମ୍ପ ପାଖରୁ ବଜାର ଦେଇ ବାରିହାପୁର ଦୁର୍ଗାମନ୍ଦିର ପର୍ଯ୍ୟନ୍ତ ରାସ୍ତାକୁ ବିଚ୍ଛିନ୍ନ କରାଯାଇଛି । ବଜାର ରାସ୍ତାରେ ଯେଉଁ ପରିମାଣରେ ଗାଡ଼ି ଯାତାୟତ କରୁଥିଲା ତାହା ବର୍ତ୍ତମାନ ହ୍ରାସ ପାଇଛି । ଏହା ପୂର୍ବରୁ ନୂତନ ରାଜପଥ ନିର୍ମାଣ କାର୍ଯ୍ୟ କରିବା ପାଇଁ କୁନାଲ ନାମକ ଏକ ଘରୋଇ କମ୍ପାନୀ ମାତ୍ରାଧିକ ଭାରି ଯାନ ରାଜପଥ ଉପରେ ଯାତାୟତ କରି କାର୍ଯ୍ୟସ୍ଥଳରେ ପହଞ୍ଚିଥାଏ । ଏହି କମ୍ପାନୀର ମାତ୍ରାଧିକ ଗାଡି ଦିନରାତି ଯାତାୟତ କରିବା ଦ୍ୱାରା ଯାତ୍ରୀବାହି ଗାଡି, ଛୋଟଗାଡି, ସାଇକେଲ ଆରୋହୀ ଓ ବାଟୋଇମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା ।
ନୂତନ ରାଜପଥ ନିର୍ମାଣ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବା ଉପରେ ଆଉ ବଜାର ରାସ୍ତାରେ କମ୍ପାନୀ ଗାଡିÿ ଦେଖିବାକୁ ମିଳୁନି । ବର୍ତ୍ତମାନ ରାସ୍ତାଟି ଏପରି ଅବସ୍ଥାରେ ରହିଛି କି ଖରାଦିନେ ଧୂଳି, ବର୍ଷାଦିନେ ପାଣି କାଦୁଅ କାରଣ ଏହି ରାସ୍ତାଟି ଆଉ ପିଚୁ ତିଆରି ରାସ୍ତା ହୋଇ ନାହିଁ । ଖାଲ ଖମାରେ ପରିପୂର୍ଣ୍ଣ ହୋଇଗଲାଣି । ବାଇପାସ୍ ରାସ୍ତାଠାରୁ ଏହି ରାସ୍ତାଟି ସମସ୍ତଙ୍କ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ । ପରଜଙ୍ଗରେ ସମସ୍ତ ପ୍ରକାର ଜନସାଧାରଣଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଥିବାବେଳେ ସ୍କୁଲ, କଲେଜ ସମେତ ବେସରକାରୀ ଅନୁଷ୍ଠାନ ରହିଛି । ଯାତ୍ରୀବାହି ବସ୍ ସହ ଜନସାଧାରଣଙ୍କ ଗମନା ଗମନର ପଥ ଅଟେ । ରାସ୍ତାଟି ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀ ଲୋକ ଦେଖାଣିଆ ଭାବେ ବାରମ୍ବାର ମାପଚୁପ କରୁଛନ୍ତି କିନ୍ତୁ କାର୍ଯ୍ୟହେବାରେ ନାଁ ଗନ୍ଧ ଧରୁନାହାଁନ୍ତି । ବର୍ଷାଦିନରେ ଝିପିଝିପି ବର୍ଷା ହେଉଥିବାରୁ ଲୋକଙ୍କ ସମସ୍ୟା ଯାତାୟତ କରୁଥିବା ଯାନବାହାନ ସମସ୍ୟା ଅତି ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ଆଉ ଆମ୍ବୁଲାନ୍ସ ହେଉ କିମ୍ବା ଦମକଳ ବାହିନୀ ଗାଡି ହେଉ ଘଟଣା ସ୍ଥଳରେ ଯଥା ସମ୍ଭବ ପହଞ୍ଚିବା କାଠିକର ପାଠ ହେଉଛି । ଏହା ବ୍ୟତିତ ଅଧିକାଂଶ ଦିନରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି । ତଥାପି ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନି ତୁରନ୍ତ ରାସ୍ତା ମରାମତି କରା ନ ଗଲେ ଆନେ୍ଦାଳନ ତୀବ୍ର ରୂପ ନେବ ବୋଲି ସାଧାରଣରେ ଦାବି ହୋଇଛି ।